Below header

ଗଜପତି: ବିଦ୍ୟୁତ ତାର ଛିଡ଼ି ଚାଲିଗଲା ୭ ବୁଲା କୁକୁରଙ୍କ ଜୀବନ, ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କଲେ ସ୍ଥାନୀୟ ଲୋକେ

ଗଜପତି(କେନ୍ୟୁଜ୍):  ବିଦ୍ୟୁତ ଆଘାତରେ ଚାଲିଗଲା ୭ଟି ବୁଲା କୁକୁରଙ୍କ ଜୀବନ । ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ । ଗତକାଲି ରାତ୍ର ୧୧ଟା ବେଳେ ଜଙ୍ଗାମ ସାହି ସମ୍ମୁଖରେ ଯାଇଥିବା ମୂଖ୍ୟସଡକ ଯାହା ଉପରେ ବର୍ତ୍ତମାନ ସିମେଣ୍ଟ ସଡକ ବନୁଛି ସେଠାରେ ୨୨୦ ଭୋଲଟ ତାର ହଠାତ ଛିଣ୍ଡି ପଡିଥିଲା।ତେବେ ଟ୍ରାନ୍ସଫର୍ମରରୁ ନିଆଁ ବାହାରି ବହୁ ଶବ୍ଦ ହୋଇଥିଲା । ଶୂନଶାନ ରାସ୍ତା ହୋଇଥିବାରୁ ସେଠାରେ କିଛି ବୁଲା କୁକୁର ବିଶ୍ରାମ ନେଉଥିଲେ । ସେମାନେ ବିଦ୍ୟୁତ ସସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ।  ଆଉ କିଛି କୁକୁର ଘଟଣା ଘଟିବା ସମୟରେ  ସାଥି କୁକୁରଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତର ଶୀକାର ହୋଇ ମୃତ୍ୟୁ ବରଣ କଲେ ।

ତେବେ ସ୍ଥାନୀୟ ବାସିନ୍ଦା ଓ ବୁଲା କୁକୁରଙ୍କୁ ଖାଦ୍ୟ ଯୋଗାଉଥିବା ଲୋକେ ବିଦ୍ୟୁତ ବିଭାଗର ଏସଡିଓ ଓ ଲାଇନମ୍ୟାନଙ୍କୁ ଫୋନ କରି ଏଘଟଣା ବିୟେରେ ଅବଗତ କରାଇଥିଲେ। କିନ୍ତୁ ସେମାନେ ଗୁରୁତ୍ୱ ନଦେଇ ପ୍ରାୟ ୩୦ମିନଟ ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ୭ଟି କୁକୁରଙ୍କ ଜୀବନ ଚାଲିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଯେହେତୁ ସେଠାରେ ସିମେଣ୍ଟ ସଡକ କାମ ଚାଲିଥିଲା ସେହି ସଡକ ଉପରେ ପାଣି ମଧ୍ୟ ଜମା କରିଥିଲା ଠିକାଦାର, କିନ୍ତୁ ଦୁର୍ଭାଗ୍ୟକୁ ବିଦ୍ୟୁତ ତାର ଛିଡି ପଡିଲା ଯାହାର ଶୀକାର ହେଲେ ବୁଲା କୁକୁର । ଯଦି ଲକଡାଉନ, ସଟଡାଉନ କି ନାଇଟକର୍ଫ୍ୟୁ ନଥାନ୍ତା ପାରଳାଖେମୁଣ୍ଡିର ମୂଖ୍ୟ ସଡକ ହୋଇଥିବାରୁ ସେହି ସଡକରେ କେତେ ଲୋକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମରିନଥାନ୍ତେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି ।

ତେବେ ନିମ୍ନ ମାନର ତାର ସାଙ୍ଗକୁ ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଏଭଳି ନୀରିହ ପଶୁ ମାନଙ୍କ ଜୀବନ ଚାଲିଗଲା  ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସବୁଠାରୁ ଦୁଖଃ କଥା ହେଲା ଏହି ଘଟଣାରେ ଶାଇଶ୍ରୀୟା ପଟ୍ଟନାୟକ ନାମକ ଝିଅ ସବୁ ଦିନ ଭଳି ବୁଲା କୁକୁରଙ୍କୁ ଗତକାଲି ରାତ୍ର ଖାଦ୍ୟ ଦେଇସାରିଥିଲେ ଏବଂ ମୃତ କୁକୁର ମଧ୍ୟରେ ଗୋଟିଏ କୁକୁର ଗର୍ଭବତୀ ଥିଲା ଯାହାକୁ ନେଇ ସାଇଶ୍ରୀୟା ଦୁଃଖ ପ୍ରକାଶ କରିବା ସହ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.