ଏ ବଡ଼ ବିଚିତ୍ର ମହିଳା! ନିଜ ଅନ୍ତିମ ସଂସ୍କାରର ମିଛ ନାଟକ ପାଇଁ ଖର୍ଚ୍ଚ କଲେ ୭୫ ହଜାର ଟଙ୍କା

କରୋନା କାଳରେ ସାରା ଦୁନିଆରେ ଲୋକ ପ୍ରଭାବିତ ହେଉଛନ୍ତି । ଏହି ସମୟରେ ଅନେକ ଅଜବ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏହିପରି ଆଉ ଏକ ନୂଆ ଘଟଣା ଏବେ ଆମ ସାମ୍ନାକୁ ଆସିଛି । ଦକ୍ଷିଣ ଆମେରିକାର ଚିଲୀ ନାମକ ସହରରେ ଏକ ଅଭାବନୀୟ ଘଟଣା ଘଟିଛି ।ଚାଲନ୍ତୁ ଜାଣିବା ସେ ସଂପର୍କରେ ।

କରୋନା ଜନିତ ମୃତ୍ୟୁ ଖବରକୁ ନେଇ ଚିଲୀ ସହରରେ ଥିବା ଜଣେ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ସେ ନିଜର ମିଛରେ ଅନ୍ତିମ ସଂସ୍କାର କରିଛନ୍ତି । ଏହି ସମୟରେ ମହିଳା ଜଣକ ନିଜର ସବୁ ବନ୍ଧୁମାନଙ୍କୁ ଡାକିଛନ୍ତିଏବଂ ଏହି ପ୍ଲାନ ସଂପର୍କରେ କହିଛନ୍ତି । ସବୁଠୁୁ ବଡ଼ କଥା ହେଉଛି ଏହି ମହିଳା ଜଣକ ନିଜର ଅନ୍ତିମ ସଂସ୍କାର ପାଇଁ ୭୧୦ ପାଉଣ୍ଡ ଅର୍ଥାତ ୭୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ।

୫୯ ବର୍ଷର ଏହି ମହିଳା ଜଣକ ନାମ ମାୟରା । ରହୁଛନ୍ତି ଦକ୍ଷିଣ ଆମେରିକାର ସେଣ୍ଟିୟାଗୋ ସହରରେ । ଗତ କିଛି ମାସରୁ ସେ କରୋନା ଜନିତ ମୃତ୍ୟୁ ଦେଖିବା ପରେ ନିଜର ଅନ୍ତିମ ସଂସ୍କାର ସଂପର୍କରେ ଭାବିବାକୁ ଆରମ୍ଭ କଲେ । ଏହାପରେ ସେ ନିଜ ମୃତ୍ୟୁର ମିଛ ଅଭିନୟ ମଧ୍ୟ କଲେ । ଏହି ଅଜବ କଥା ସେ ନିଜ ସାଙ୍ଗ ମାନଙ୍କ ସହ ମଧ୍ୟ ଆଲୋଚନା କଲେ ।

3
pc: AajTak

ଡୋମିନିସିୟନ ନ୍ୟୁଜ ସାଇଟ ଲିଷ୍ଟିନ ଡିଆରିୟୋ ମୁତାବକ, ଏହି ମହିଳା ଜଣକ ଧଳା ଡ୍ରେସ ପିନ୍ଧି ମିଛରେ ମୃତ ହେବାର ଅଭିନୟ କଲେ । ଏହା ସହ ସେ ନାକରେ ତୁଳା ମଧ୍ୟ ଦେଲେ । ମୃତ ବ୍ୟକ୍ତି ପାଇଁ ଯାହା ସବୁ ନିୟମ ପାଳନ ହୋଇଥାଏ, ସେ ସବୁ କରିବାକୁ ଲାଗିଲେ ।

ଏହାକୁ ନେଇ ମାୟରା ମଧ୍ୟ ନିଜ ମତ ରଖିଛନ୍ତି, ଯେ କରୋନା ସମୟରେ ଲୋକଙ୍କ ମୃତ୍ୟୁ ଦେଖି ସେ ଏହି ନିଷ୍ପତ୍ତି ନେଇଥିଲେ । ତାଙ୍କ ମତରେ ଏବେ ତାଙ୍କର ମୃତ୍ୟୁ ହେବାପରେ ମଧ୍ୟ ଅନ୍ତିମ ସଂସ୍କାରର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାଇଁ ଏବଂ ସୋସିଆଲ ମିଡିଆରେ ନିଜର ପବ୍ଲିସିଟି ପାଇଁ ଯାହା କଲେ ତାହା ପାଇଁ ସେ ଟ୍ରୋଲର ମଧ୍ୟ ସାମ୍ନା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତି କାହାକୁ ପସନ୍ଦ ଆସିନଥିଲା । ଏହା କରୋନା ଜନିତ ମୃତ ଲୋକଙ୍କ ପାଇଁ ଏକ ବହୁତ ବଡ଼ ଲଜ୍ଜାଜନକ ବିଷୟ । ଯାହାକୁ ନେଇ ଅସନ୍ତୋଷ ଦେଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.