Below header

୨୧ ଜୁନ୍‌ ‘ଗାୟତ୍ରୀ ଜୟନ୍ତୀ’ : ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ କେମିତି କରିବେ ପୂଜା, ସିଦ୍ଧି ହେବ ମନସ୍କାମନା

ଭାରତୀୟ ପୌରାଣିକ କଥା ମାନ୍ୟତା ଅନୁଯାୟୀ, ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି (ନିର୍ଜଳା ଏକାଦଶୀ) ରେ ଭଗବତୀ ମା’ ଗାୟତ୍ରୀ ଆବିର୍ଭାବ ହୋଇଥିଲେ । ବେଦର ଜନନୀ ବେଦମାତା ଗାୟତ୍ରୀଙ୍କୁ ଭାରତୀୟ ଶାସ୍ତ୍ରରେ ସର୍ବୋଚ୍ଚ ମାନ୍ୟତା ମିଳିଛି । ମନ୍ତ୍ର ମଧ୍ୟରେ ଶ୍ରେଷ୍ଠତମ ଗାୟତ୍ରୀ ମନ୍ତ୍ର । ବେଦମାତା ଗାୟତ୍ରୀ ବ୍ରହ୍ମାଜୀଙ୍କ ସୃଷ୍ଟିର ଆଧାର । ଏହି ମନ୍ତ୍ରରେ ଏତେ ଶକ୍ତି ରହିଛି ଯେ ଏହା ସବୁ ମନସ୍କାମନା ପୂର୍ଣ୍ଣ କରିବାରେ ସମର୍ଥ ।

ଗାୟତ୍ରୀ ଜୟନ୍ତୀରେ ଶୁଭ ମୁହୂର୍ତ୍ତ 

ବ୍ରାହ୍ମ ମୁହୂର୍ତ୍ତ ପ୍ରାତଃ ୪ ଟା ୪ ମିନିଟ୍‌ରୁ ୪ଟା ୪୪ ଯାଏ ରହିଛି । ଅମୃତ କାଳ ସକାଳ ୮ ଟା ୪୫ ରୁ ୧୦ ଟା ୧୧ ମିନିଟ୍‌ ଯାଏ ରହିବ । ସେହିପରି ଅଭିଜିତ ମୁହୂର୍ତ୍ତ ଦିନ ୧୧ ଟା ୫୭ ମିନିଟ ରୁ ୧୨ ଟା ୫୧ ମିନିଟ ଯାଏ ରହିବ । ଏହା ଭିତରୁ କୌଣସି ବି ମୁହୂର୍ତ୍ତରେ ଆପଣଙ୍କ ସୁବିଧା ଅନୁସାରେ ପୂଜା କରିପାରିବେ ।

ଏମିତି କରିବେ ମା’ ଗାୟତ୍ରୀଙ୍କ ପୂଜା

ମା’ ଗାୟତ୍ରୀଙ୍କ ପୂଜା କରିବା ଦ୍ୱାରା ସବୁ ପ୍ରକାର ଅସୁବିଧାରୁ ମୁକ୍ତି ମିଳିଥାଏ । ଏହାଛଡା ବ୍ୟକ୍ତିର ପ୍ରତ୍ୟେକ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଗାୟତ୍ରୀ ଜୟନ୍ତୀ ଦିନ ପ୍ରାତଃରୁ ସ୍ନାନ ଆଦି ସାରି ସଫା ଧୂଆ ଲୁଗା ପିନ୍ଧି ନିକଟତମ ମନ୍ଦିର କିମ୍ବା ଘରର ପୂଜା ଘରେ ଆସନରେ ବସନ୍ତୁ । ମା’ ଗାୟତ୍ରୀଙ୍କ ଫଟୋ କିମ୍ବା ପ୍ରତିମାକୁ ପୁଷ୍ପ, ଦୀପ, ଧୂପ ଓ ନୈବିଦ୍ୟ ଦେଇ ପୂଜା କରନ୍ତୁ । ଗାୟତ୍ରୀ ଚାଳିଶା ଓ ଗାୟତ୍ରୀ ସହସ୍ର ନାମ ପାଠ କରନ୍ତୁ । ଏହା ପରେ ଅତିକମରେ ୧୧ ମାଳା ଗାୟତ୍ରୀ ମନ୍ତ୍ର ଏକାଗ୍ର ଚିତ୍ତରେ ଜପ କରନ୍ତୁ । ଏହା ଠାରୁ ଅଧିକ ମନ୍ତ୍ର ଚାହିଁଲେ ଜପ କରିପାରିବେ ।

ଗାୟତ୍ରୀ ମନ୍ତ୍ର :‘‘ ଓଁ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍‌ ’’

ଅର୍ଥାତ- ଏହି ପ୍ରାଣ ସ୍ୱରୂପ, ଦୁଃଖ ନାଶକ, ସୁଃଖ ସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱୀ, ପାପନାଶକ, ଦେବ ସ୍ୱରୂପ ପରମାତ୍ମାଙ୍କୁ ଆମ୍ଭେ ଅନ୍ତରାତ୍ମାରେ ଧାରଣ କରୁ । ସେହି ଈଶ୍ୱର ଆମର ବୁଦ୍ଧିକୁ ସତ୍‌ମାର୍ଗରେ ପ୍ରେରିତ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.