ବାପାଙ୍କୁ ଫାଦର୍ସ ଡେ’ର ଶୁଭକାମନା ଜଣାଇ କ୍ଷମା ମାଗିଲେ ରିୟା ଚକ୍ରବର୍ତ୍ତୀ, ସୋସିଆଲ ମିଡିଆରେ ସେୟାର କଲେ ବାପାଙ୍କ ସହିତ ପିଲାବେଳର ଫଟୋ

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ସୋସିଆଲ ମିଡିଆ ପୋଷ୍ଟ କରି ନିଜ ବାପାଙ୍କୁ ଫାଦର୍ସ ଡେ’ର ଶୁଭକାମନା ଜଣାଇଛନ୍ତି। ଲମ୍ବା ସମୟ ଧରି ସୋସିଆଲ ମିଡିଆରୁ ଗାଏବ ରହିଥିବା ରିୟା ଏବେ ଧୀରେ ଧୀରେ ଇନଷ୍ଟାଗ୍ରାମକୁ ଫେରିବାରେ ଲାଗୁଛନ୍ତି ଏବଂ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଜିନିଷ ସେୟାର କରୁଛନ୍ତି।
ତେବେ ରିୟା ଫାଦର୍ସ ଡେ’ ଅବସରରେ ବାପାଙ୍କ ସହିତ ନିଜ ପିଲାବେଳର ଫଟୋ ସେୟାର କରିଛନ୍ତି। ହୋଲିରେ ଉଠାଯାଇଥିବା ଏହି ଫଟୋରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ବାପା ଏକ ସାଥୀରେ ନଜର ଆସୁଛନ୍ତି। ରିୟାଙ୍କ ବାପା ରିୟାଙ୍କୁ କୋଳରେ ବସାଇଛନ୍ତି ଏବଂ ଦୁଇଜଣଙ୍କ ଚେହେରାରେ ଅବିର ଲଗା ହୋଇଛି।
ଏହି ଫଟୋକୁ ସେୟାର କରି ରିୟା ଲେଖିଛନ୍ତି, ‘ମୋ ବାପାଙ୍କୁ ଫାଦର୍ସ ଡେ’ର ଶୁଭକାମନା। ମୁଁ ଆପଣଙ୍କର ହିଁ ଛବି। ଆପଣ ମୋର ପ୍ରେରଣା। ମୁଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି। କାହିଁକି ନା, ଆମ ପାଇଁ ସମୟ ଭଲ ଚାଲିନି। କିନ୍ତୁ ମୋତେ ଆପଣଙ୍କ ଝିଅ ରୂପେ ଗର୍ବ ଲାଗୁଛି। ମୋ ବାପା ସବୁଠୁ ଅଧିକ ମଜଭୁତ। ଲଭ ୟୁ ପାପା। ମିଷ୍ଠି’। ଏହି ଫଟୋକୁ ୪ ଲକ୍ଷରୁ ଅଧିକ ଜଣ ଲାଇକ କରିଛନ୍ତି।
View this post on Instagram