ଚତୁର୍ଥୀ ରାତିରେ ନୂଆବୋହୂକୁ ଏମିତି ସରପ୍ରାଇଜ ଦେଲେ ଶାଶୁଘର ଲୋକେ, ରୁମ ଭିତରକୁ ଏଣ୍ଟ୍ରି କରୁ କରୁ ବଦଳିଗଲା ଚେହେରାର ରଙ୍ଗ, ଦେଖନ୍ତୁ ଭାଇରଲ ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ବିବାହ ଭିଡ଼ିଓଗୁଡ଼ିକୁ ବହୁତ ପସନ୍ଦ କରାଯାଉଛି। ବର କନ୍ୟାଙ୍କର ବିବାହ ବିଧି, ହସଖୁସି, ମସ୍ତି ଏବଂ କ୍ୟୁଟ ମୋମେଣ୍ଟସ ଦେଖିବାରେ ବହୁତ ମଜା ଲାଗିଥାଏ। ନିକଟରେ ଇନଷ୍ଟାଗ୍ରାମରେ ଏକ କନ୍ୟାର ଭିଡିଓ ଖୁବ ଭାଇରଲ ହେଉଛି। ଏହି କନ୍ୟାକୁ ତା’ ଶାଶୁଘର ଲୋକେ ଚତୁର୍ଥୀ ରାତିରେ ଏମିତି ସରପ୍ରାଇଜ ଦେଲେ ଯେ କନ୍ୟାର ଚେହେରାରେ ହସ ଫୁଟି ଆସିଲା।

Trending Wedding Couples ନାମକ ଇନଷ୍ଟାଗ୍ରାମ ପେଜରେ ଏହି ୱେଡିଙ୍ଗ ଭିଡିଓକୁ ସେୟାର କରାଯାଇଛି, ଯେଉଁଥିରେ କନ୍ୟା ଚତୁର୍ଥୀ ରାତିରେ ନିଜ ରୁମ ଭିତରକୁ ଯାଉଥିବା ନଜର ଆସୁଛି। ଏତିକି ବେଳେ ଶାଶୁଘର ଲୋକ ତାଙ୍କୁ ଏକ ବଢ଼ିଆ ଗିଫ୍ଟ ଦେଉଛନ୍ତି, ଯାହାକୁ ଦେଖି ସେ ଖୁସି ହୋଇଯାଉଛନ୍ତି।

ପୂରା ରୁମକୁ ଅରେଞ୍ଜ, ୟେଲୋ ଓ ଗୋଲଡେନ ଥିମରେ ସଜା ଯାଇଛି। ବାହାରେ ଛିଡ଼ା ହୋଇଥିବା ଘରର ସଦସ୍ୟମାନେ ବୋହୂ ରୁମକୁ ଏଣ୍ଟ୍ରି କରିବା ବେଳେ ତାଳି ମାରି ଖୁସି ହୋଇଯାଉଛନ୍ତି। ଏହି ଭାଇରଲ ଭିଡିଓକୁ ଏ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହି ସୁନ୍ଦର ସରପ୍ରାଇଜ ପାଇଁ କନ୍ୟା ନିଜ ସ୍ୱାମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.