Below header

ନିଜ ସହକର୍ମୀଙ୍କୁ ବିଶ୍ୱାସ କରି ଫସିଗଲେ ପୋଲିସ୍‌ ଅଧିକାରୀ, ଏଟିଏମ୍‌ କାର୍ଡ଼ରୁ ଉଡ଼ିଗଲା ଲକ୍ଷ ଲକ୍ଷ

ଭୁବନେଶ୍ୱର (କେନ୍ୟୁଜ୍‌) : କଥାରେ ଅଛି ବିଶ୍ୱାସେ ମିଳଇ ହରି । ହେଲେ ଏଠି ନିଜ ସହକର୍ମୀଙ୍କୁ ବିଶ୍ୱାସ କରି ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଜଣେ ପୋଲିସ୍‌ ଅଧିକାରୀ । ତେବେ ଶେଷରେ ପୋଲିସ୍‌କୁ ବାନ୍ଧିଛି ପୋଲିସ୍‌ I ସିନିୟର ଅଫିସରଙ୍କ ଟଙ୍କା ଚୋରି କରି ସେୟାର ମାର୍କେଟରେ ଉଡାଉ ଥିବା ପୋଲିସ୍‌ କର୍ମଚାରୀଙ୍କୁ ଗିରଫ କରାଯାଇଛି । ତଦନ୍ତ ପରେ, ନୟାପଲ୍ଲୀ ଥାନା ପୋଲିସ ସମସ୍ତ ଟଙ୍କା ଫେରସ୍ତ କରିଛି I

ହଜାରେ କି ଦୁଇ ହଜାର ନୁହେଁ ମୋଟ୍‌ ୮ ଲକ୍ଷ ୩୯ ହଜାର ଟଙ୍କା ଚୋରି ଅଭିଯୋଗ ହୋଇଥିଲା । ଏହି ଚୋରି ଅଭିଯୋଗରେ ସିଆରପିଏଫ୍‌ କନଷ୍ଟେବଳ ପ୍ରିୟବ୍ରତ ପତିଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ସୂଚନା ଅନୁଯାୟୀ ଏସ୍‌ଆଇ ରାଜପାଲଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କନେଷ୍ଟବଳ ପ୍ରିୟବ୍ରତ ପ୍ରିୟଦର୍ଶନ ପତି ଡାକ୍ତରଖାନାରେ ତାଙ୍କର ଆଟେଣ୍ଡାଣ୍ଟ ଭାବେ ରହୁଥିଲେ । ରାଜପାଲଙ୍କର ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ପ୍ରିୟବ୍ରତଙ୍କୁ ତାଙ୍କର ଏଟିଏମ୍‌ କାର୍ଡ ଦିଅନ୍ତି ଟଙ୍କା ଉଠାଇବା ପାଇଁ । ତେଣୁ ପାସ୍‌ଓ୍ଵାର୍ଡ଼ ଜାଣିଥିବାରୁ ଏହାର ପୂରା ସୁଯୋଗ ନେଲେ ପ୍ରିୟବ୍ରତ । ରାଜପାଲଙ୍କ ଅଜାଣତରେ ସେ କାର୍ଡରୁ କିସ୍ତି କିସ୍ତି କରି ୮ ଲକ୍ଷ ୩୯ ହଜାର ଟଙ୍କା ଉଠାଇ ନେଇଥିଲେ । ଏହି ଟଙ୍କାକୁ ସେ ସେୟାର ମାର୍କେଟରେ ଲଗାଇ ଦେଇଥିଲେ ।

ଏତେ ଟଙ୍କା ଏଟିଏମ୍‌ କାର୍ଡରୁ ଗାଏବ ହେବା କଥା ପରେ ରାଜପାଲ ଜାଣିବାରୁ ପ୍ରିୟବ୍ରତଙ୍କ ପଚାରିଥିଲେ । ହେଲେ ନମାନିବାରୁ ରାଜପାଲ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ପ୍ରିୟବ୍ରତଙ୍କ ଠାରୁ ୮ ଲକ୍ଷ ୩୯ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.