ଏଥରକ ଏତେ ମାସ ଚାଲିବ ‘ବିଗବସ୍‌ ୧୫’! ଶୋ’ରେ ପୁଣିଥରେ ଏଣ୍ଟ୍ରି କରିବେ କମନର୍ସ

ଟିଭିର ସବୁଠୁ ଚର୍ଚ୍ଚିତ ଶୋ’ ବିଗ୍‌ବସ୍‌ ଖୁବ୍‌ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ବିଗ୍‌ବସ୍‌ର ଚଳିତଥର ୧୫ତମ ସିଜନ୍‌ ଟେଲିକାଷ୍ଟ ହେବ। ଏ ନେଇ ନୂଆ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଏଥରକ ଶୋ’ରେ ସେଲିବ୍ରିଟିଙ୍କ ପୂର୍ବରୁ କମନର୍ସମାନେ ଭାଗ ନେବେ। ଏଥିପାଇଁ ଅଡିସନ୍‌ ହେବ। ଅଡିସନ୍‌ରେ ସିଲେକ୍ଟ ହୋଇଥିବା ପ୍ରତିଯୋଗୀଙ୍କୁ ଶୋ’ରେ ଯିବାକୁ ମଉକା ମିଳିବ।

ତେବେ ଏଥରକ ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ବିଗବସ୍‌ ଶୋ’ରେ କମନର୍ସ ଭାଗ ନେଇଛନ୍ତି। ଏଥରକ ୧୫ ତମ ସିଜନ୍‌ରେ ପୁଣିଥରେ ବିଗବସ୍‌ ହାଉସ୍‌ରେ ପ୍ରବେଶ କରିବେ ସାଧାରଣ ଲୋକ। କମନର୍ସଙ୍କ ପରେ ସେଲିବ୍ରିଟିମାନେ ଘରେ ଏଣ୍ଟ୍ରି କରିବେ। ତେବେ ଖୁବ୍‌ଶୀଘ୍ର ବିଗବସ୍‌ ହାଉସ୍‌ର ନିର୍ମାଣ ଆରମ୍ଭ ହେବ ବୋଲି ଜଣାଯାଇଛି।

ବିଗବସ୍‌ ୧୫ ପାଇଁ କେତେକ ସେଲିବ୍ରିଟିଙ୍କୁ ଇତି ମଧ୍ୟରେ ନିମନ୍ତ୍ରଣ କରାଯାଇଛି। ଏହି କଳାକାରଙ୍କ ମଧ୍ୟରେ ଅଛନ୍ତି ବରୁଣ ସୁଦ୍‌, ନେହା ମର୍ଦ୍ଦା, ଭୂମିକା ଚାଓ୍ଵଲା, ପାର୍ଥ ସମଥାନ, ରିଆ ଚକ୍ରବର୍ତ୍ତୀ, ସୁରଭି ଚନ୍ଦନା ପ୍ରମୁଖ ସେଲିବ୍ରିଟି। କିନ୍ତୁ ଏମାନଙ୍କ ଫାଇନାଲ ଲିଷ୍ଟ ସାମ୍ନାକୁ ଆସିନାହିଁ। ଶୋ’ର ପ୍ରିମିୟର ତାରିଖ ଅକ୍ଟୋବର ୨୦୨୧ ବୋଲି କୁହାଯାଉଛି। ମାତ୍ର ଅଫିସିଆଲି ନେଇ କୌଣସି ଘୋଷଣା ହୋଇନାହିଁ। ତେବେ ଚଳିତ ସିଜନ୍‌ ୬ ମାସ ଯାଏଁ ଚାଲିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.