Below header

ନିଜ ପାଇଁ ନିଜେ ଖେଳ ପଡିଆ ତିଆରି କରୁଛନ୍ତି ନାବାଳିକା, ରାଜ୍ୟ ସ୍ତରରେ ଖେଳିବା ପାଇଁ ହେଉଛନ୍ତି ପ୍ରସ୍ତୁତ

୧୫ ବର୍ଷରୁ କମ୍ ନାବାଳିକା ମାନଙ୍କ କ୍ରିକେଟ୍ ନିଶା । ଜାତୀୟ ସ୍ତରରେ ଖେଳି ନିଜ ମାଟି ଓ ଦେଶର ଗୌରବ ରଖିବା ପାଇଁ ଦେଖିଛନ୍ତି କେତେ ଆଶା। ସରକାରୀ ସହାୟତା ନଥିଲେବି ନିଜର ଚେଷ୍ଟା ବଳରେ ଜିଲ୍ଲା ସ୍ତରରେ ଖେଳି ରାଜ୍ୟ ସ୍ତରରେ ଖେଳିବା ପାଇଁ ହୋଇଛନ୍ତି ମନୋନୀତ । ଏହାରି ଭିତରେ କୋମଳ ହାତରେ ନିଜର ଅଦମ୍ୟ ଚେଷ୍ଟାରେ ବନାଉଛନ୍ତି ନିଜର ଖେଳ ପଡିଆକୁ ।

ମାହାଙ୍ଗା(କେନ୍ୟୁଜ୍): ୧୫ ବର୍ଷରୁ କମ୍ ନାବାଳିକା ମାନଙ୍କ କ୍ରିକେଟ୍ ନିଶା । ଜାତୀୟ ସ୍ତରରେ ଖେଳି ନିଜ ମାଟି ଓ ଦେଶର ଗୌରବ ରଖିବା ପାଇଁ ଦେଖିଛନ୍ତି କେତେ ଆଶା। ସରକାରୀ ସହାୟତା ନଥିଲେବି ନିଜର ଚେଷ୍ଟା ବଳରେ ଜିଲ୍ଲା ସ୍ତରରେ ଖେଳି ରାଜ୍ୟ ସ୍ତରରେ ଖେଳିବା ପାଇଁ ହୋଇଛନ୍ତି ମନୋନୀତ । ଏହାରି ଭିତରେ କୋମଳ ହାତରେ ନିଜର ଅଦମ୍ୟ ଚେଷ୍ଟାରେ ବନାଉଛନ୍ତି ନିଜର ଖେଳ ପଡିଆକୁ ।

ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ପଞ୍ଚାୟତର ଲଳିତଗିରି ଓ ପୁରୁଷତ୍ତମପୁର ଗ୍ରାମର କଥା । ଏହି ଦୁଇ ଗ୍ରାମର ପ୍ରାୟ ୧୫ ରୁ ଅଧିକ ନାବାଳିକା ମାନେ ଦୀର୍ଘ ୭ ମାସ ତଳେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଲଳିତଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆରୁ । ତେବେ ଏହାରି ଭିତରେ ଏହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଲେଲିନ ବଳ ପିଲାମାନଙ୍କୁ କ୍ରିକେଟ୍ ଖେଳ ବାବଦରେ ପ୍ରଶିକ୍ଷଣ ପ୍ରଦାନ କଲେ । ଗତ ୧ ମାସ ତଳେ କଟକରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ଏହାପରେ ସେଠାରୁ ସଫଳତା ପାଇ ୧୫ ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ଶିବିର ପାଇଁ ଏମାନେ ଏବେ ମନୋନୀତ ହୋଇଛନ୍ତି ।

cricket

ତେବେ ଏହି କ୍ରିକେଟ୍ ନିଶାରେ ସେମାନେ ପୁରୁଷୋତ୍ତମପୁର ଗ୍ରାମରେ ଥିବା ତାରିଣୀ ପଡ଼ିଆ ନାରେ ଥିବା ଖେଳ ପଡିଆକୁ ନିଜ କୋମଳ ହାତରେ ସମତୁଲ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ସେହିଠାରେ ପିଚ୍ ନିର୍ମାଣ କରି ପ୍ରତିଦିନ ଦୁଇ ବେଳା ସକାଳ ଓ ଅପରାହ୍ନ ସମୟରେ କ୍ରିକେଟ୍ ଅଭ୍ୟାସ କରୁଛନ୍ତି। ଏହି ପିଲାମାନଙ୍କ ସହିତ କୋଚ ଭାବେ ଲେଲିନ୍ ବଳ ବି ସବୁବେଳେ ରହିଥାନ୍ତି । ସବୁଠୁ ବଡ଼ କଥା ହେଲା ଯେକୌଣସି ପ୍ରତିକୂଳ ପରିସ୍ଥିକୁ ଖାତିର ନ କରି ଖରା, ବର୍ଷା, ଶୀତରେ ବି ଅଭ୍ୟାସ ଜାରି ରଖିଛନ୍ତି । ପରିବାରର ଅଭାବ ଅନାଟନ ଭିତରେ ପିଲାମାନେ ସମସ୍ତ ଖେଳ ସାମଗ୍ରୀ କିଣିବା ପାଇଁ ଅସମର୍ଥ । ତଥାପି ବିଦ୍ୟାଳୟ ତରଫରୁ ମିଳିଥିବା କିଛି ଖେଳ ଉପକରଣ ମାଧ୍ୟମରେ ଅତି କଷ୍ଟରେ ଅଭ୍ୟାସ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.