ଦାଉ ସାଧୁଛି ଲଗାଣ ବର୍ଷା: ଘର ଭିତରେ ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ପାଣି ଆଉ ପାଣି

ଭଦ୍ରକ ଜିଲ୍ଲାରେ ଗତକାଲି ରାତିରୁ ଝିପି ଝିପି ବର୍ଷା ସହ ପବନ ଲାଗି ରହିଛି ।ଅଧିକ ବର୍ଷା ଯୋଗୁ ଭଦ୍ରକ ସହରର ୧୦ ନମ୍ବର ୱାର୍ଡର ଏକ ବସ୍ତିରେ ବର୍ଷା ଜଳ ଜମି ରହିବା ସହ ଲୋକଙ୍କ ଘରେ ପାଣି ପଶି ଯାଇଛି । ବର୍ଷା ପାଣି ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି।

ଭଦ୍ରକ (କେନ୍ୟୁଜ): ଲଗାଣ ବର୍ଷାରେ ଭିଜୁଛି ଭଦ୍ରକ । ଜିଲ୍ଲାରେ ଗତକାଲି ରାତିରୁ ଝିପି ଝିପି ବର୍ଷା ସହ ପବନ ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଅଧିକ ବର୍ଷା ଯୋଗୁ ଭଦ୍ରକ ସହରର ୧୦ ନମ୍ବର ୱାର୍ଡର ଏକ ବସ୍ତିରେ ବର୍ଷା ଜଳ ଜମି ରହିବା ସହ ଲୋକଙ୍କ ଘରେ ପାଣି ପଶି ଯାଇଛି । ବର୍ଷା ପାଣି ଭିତରୁ ଏବେ ଲୋକେ ନିଜ ନିଜର ସାମଗ୍ରୀ ଖୋଜୁଛନ୍ତି। ରେରୋଷେଇ ହୋଇପାରୁନାହିଁ । ଖଟ ଉପରେ ରାତି ସାରା ଅନିଦ୍ରା ହୋଇ ଜଗି ରହିଛନ୍ତି ଅଞ୍ଚଳବାସୀ । ବଜାର ଘାଟ ଶୂନଶାନ ହୋଇପଡିଛି ।

ସେହିପରି ଆରଡ଼ି ଛକ ନିକଟ ରାସ୍ତା ଉପରେ ଜମିଛି ପାଣି । ଲୋକମାନେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗତକାଲି ମଧ୍ୟ ରାତିରୁ ବିଦ୍ୟୁତ ସେବା ମଧ୍ୟ ବନ୍ଦ ରହିଛି । ଚାଷ ଜମିରେ ପାଣି ଜମି ରହିଛି । ସହରର ବିଭିନ୍ନ ତଳିଆ ୱାର୍ଡରେ ପାଣି ଜମିଥିବାରୁ ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣି ନିଷ୍କାସନ ଉଦ୍ୟମ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.