ବର୍ଷାରେ ମନ୍ଦିର ଭିତରେ ପଶିଲା ପାଣି : ଅଧା ବୁଡିଗଲେ ମା’ ପାଟଣେଶ୍ୱରୀ

ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ବଲାଙ୍ଗିର ଜିଲ୍ଲା । ସହରରେ ଥିବା ପାଟଣେଶ୍ୱରୀ ମନ୍ଦିରରେ ବର୍ଷା ପାଣି ପଶିଛି । ମାଆଙ୍କ ମୂର୍ତ୍ତି ବି ବୁଡିଯାଇଛି । ମନ୍ଦିର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ପମ୍ପ ଯୋଗେ ମନ୍ଦିରରୁ ପାଣି ନିଷ୍କାସନ କରାଯାଉଛି ।

ବଲାଙ୍ଗିର (କେନ୍ୟୁଜ): ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ବଲାଙ୍ଗିର ଜିଲ୍ଲା । ସହରରେ ଥିବା ପାଟଣେଶ୍ୱରୀ ମନ୍ଦିରରେ ବର୍ଷା ପାଣି ପଶିଛି । ମାଆଙ୍କ ମୂର୍ତ୍ତି ବି ବୁଡିଯାଇଛି । ମନ୍ଦିର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ପମ୍ପ ଯୋଗେ ମନ୍ଦିରରୁ ପାଣି ନିଷ୍କାସନ କରାଯାଉଛି । ସେହିପରି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆଣିଛି ବିତ୍ପାତ । ଗୁଡାଭେଳା ବ୍ଲକ ର ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଜଳବନ୍ଦୀ ହୋଇଛି ସଦାଇପାଲିର ଖାଡ଼ିଆପଡା । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ୧୦ଟି ଗାଁ । ଆଜି ପ୍ରବଳ ବର୍ଷା ଆଶଙ୍କା ଓ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବାରୁ ବଲାଙ୍ଗିର ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ, ଏବଂ ସରକାରୀ କର୍ମଚାରୀମାନେ ଏହାର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି । ଅପର ପକ୍ଷରେ ରାହୁଳ ନଦୀରେ ଅତ୍ୟଧିକ ପାଣି ଆସିବା ଯୋଗୁଁ ଗୁଡଭେଲା ବ୍ଲକର ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.