ଏହି ଦେଶର ଯୁବତୀ ନିଜ ଅଣ୍ଡରଗାରମେଣ୍ଟରେ ରଖିଥାନ୍ତି ଚାମଚ, ଜାଣନ୍ତୁ କାରଣ

ବିଶ୍ଵରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଅପରାଧକୁ ରୋକିବା ପାଇଁ ପ୍ରତି ଦେଶରେ ସରକାରୀ ଓ ବେସରକାରୀ ସଂଗଠନ ମାନେ ନିଜ ନିଜର ଚେଷ୍ଟା ବଜାୟ ରଖିଛନ୍ତି । ଏପରିସ୍ଥଳେ ଜୟପୁରରେ ଏକ ସଂସ୍ଥା ଯିଏକି ମହିଳା ମାନଙ୍କ ସୁରକ୍ଷାକୁ ବଢାଇବା ପାଇଁ ଏକ ଭିନ୍ନ ପ୍ରକାରର ଉପାୟ ଆପଣେଇ ନେଇଛି । ଆଜିର ସମୟରେ ବଦଳୁଥିବା ପରିବେଶ ଏବଂ ଅପରାଧ ସହିତ ମହିଳା ମାନଙ୍କର ସୁରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଧାରଣତଃ ଘରେ ଏବଂ ବାହାରେ କୌଣସି ସ୍ଥାନରେ ବି ମହିଳାମାନେ ନିଜକୁ ସୁରକ୍ଷିତ ଭାବି ପାରୁନାହାନ୍ତି ।

ଏହିଭଳି ବିପଦ କେବଳ ଆମ ଦେଶରେ ନୁହେଁ ବରଂ ଦୁନିଆର ଅଧିକାଂଶ ଦେଶରେ ରହିଛି ଏବଂ ସରକାର ମଧ୍ୟ ଏହାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି । ତେବେ ଆଜି ଆମେ ଆପଣଙ୍କୁ କହୁଛୁ ଏପରି ଏକ ଦେଶ ବିଷୟରେ ଯେଉଁଠି ମହିଳାଙ୍କ ସୁରକ୍ଷା ପାଇଁ ଭିନ୍ନ ଏକ ଉପାୟ ଆପଣେଇ ନିଆଯାଇଛି । ଆଜ୍ଞା ହଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ଵିଡେନରେ ମହିଳା ମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ନିଜ ଅଣ୍ଡରୱିଅର ମଧ୍ୟରେ ଏକ ଚାମଚ ରଖିବାକୁ କୁହାଯାଇଛି । କାରଣ ଆଜିକାଲି ସେଠାରେ ଯୁବତୀ ମାନଙ୍କୁ ତାଙ୍କ ସହମତି ବିନା ଦେଶର ବାହାରକୁ ନିଆଯାଉଛି ଏବଂ ସେଠାରେ ତାଙ୍କ ଯୌନାଙ୍ଗକୁ ଛେଦନ କରାଯାଉଛି । ସେଥିପାଇଁ ମହିଳା ମାନଙ୍କୁ ନିଜ ଅଣ୍ଡରୱିଅର ଭିତରେ ଏକ ଚାମଚ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏକ ଚାମଚ ସହିତ କଣ କରାଯାଇପାରିବ । ପ୍ରକୃତରେ ଏଠାକାର ଲୋକମାନେ ଭାବିଥାନ୍ତି ଯେ ମହିଳାମାନେ ମେଟାଲ ଡ଼ିଟେକ୍ଟର ତଳେ ନିଜ ଅଣ୍ଡରଗାରମେଣ୍ଟରେ ଚାମଚ ରଖିବା ଦ୍ୱାରା ଆଲାର୍ମ ବାଜିବ । ଏହାପରେ ମହିଳାମାନଙ୍କୁ ବ୍ୟକ୍ତିଗତ ପରୀକ୍ଷା କରାଇବା ପାଇଁ ସେମାନଙ୍କୁ ଏକ କୋଣକୁ ନିଆଯିବ । ଯେଉଁଠି ଅଧିକାରୀମାନେ ତାଙ୍କର ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି ।

ଏହାସହ ପଢନ୍ତୁ ଏଠାରେ ଲାଗିଥାଏ ଦୁଲହନ ବଜାର, ଯେଉଁଠି ଯୁବକ ନିଜ ପସନ୍ଦର ଝିଅ କିଣି କରନ୍ତି ବିବାହ

ଏହି ଉପାୟକୁ ଅନେକ ମହିଳା ଓ ଯୁବତୀମାନେ ଆପଣାଇ ସାରିଛନ୍ତି ଯାହାଦ୍ୱାରା ସେମାନେ ସଫଳ ମଧ୍ୟ ରହିଛନ୍ତି । କୁହାଯାଉଛି ଯେ ଅନେକ ଯୁବତୀ ପୂର୍ବରୁ ହିଁ ଏହି ଉପାୟକୁ ଆପଣେଇ ନିଜକୁ ବଞ୍ଚାଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.