ଭାରତର ଏହି ଗାଁରେ ବିବାହ ପରେ ଘୋଡାରେ ବସି ବିଦା ହୋଇଥାନ୍ତି ଝିଅ , ପଛରେ ରଖିଛି ଏହି କାରଣ

ଭାରତର ଏହି ଗାଁରେ ଝିଅମାନଙ୍କ ବିଦାୟ ସମୟରେ ରହିଛି ଏକ ପରମ୍ପରା । ଏଠାରେ ଝିଅମାନେ ବିବାହ ପରେ ବାପଘରୁ ଶାଶୂଘର ଯିବା ସମୟରେ କୌଣସି ଗାଡି କିମ୍ବା ବାହୁଙ୍ଗିରେ ଯାଇନଥାନ୍ତି । ଝିଅମାନେ ଘୋଡାରେ ବସି ଶାଶୂଘର ଯାଇଥାନ୍ତି । ଆଜ୍ଞା ହଁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

ଜାଣନ୍ତୁ ଏହା ପଛର କାରଣ:

ଉତ୍ତରାଖଣ୍ଡର ଚମୋଲିର ବାଂଣ ଗାଁର ଲାଟୁ ମନ୍ଦିର ଆଜି ମଧ୍ୟ ରହସ୍ୟ ଘେରରେ ରହିଛି । ଏହି ମନ୍ଦିର ଭିତରେ କଣ ଅଛି, ଆଜି ମଧ୍ୟ କେହି ଏହି ବିଷୟରେ ଜାଣିନାହିନ୍ତି । ଏହା ପ୍ରଥମ ମନ୍ଦିର ଯାହା ଭିତରେ କେହି ବି ଶ୍ରଦ୍ଧାଳୁ ପ୍ରବେଶ କରନ୍ତି ନାହିଁ । ଲାଟୁ ମା’ ନନ୍ଦା ଦେବୀ ବା ମା ପାର୍ବତୀଙ୍କ ଧର୍ମ ଭାଇ ବୋଲି ବିଶ୍ବାସ ରହିଛି ।

nanda devi

(ମା’ ନନ୍ଦା ଦେବୀଙ୍କ ଫଟୋ)

ବାଂଣ ଗାଁର ଆଉ ଏକ ବିଶେଷ ପରମ୍ପରା ରହିଛି । ଗ୍ରାମୀଣ ମା’ ନନ୍ଦା ଦେବୀ ବା ପାର୍ବତୀଙ୍କୁ ଦୋଳିରେ ବସାଇ ଶ୍ରୀନନ୍ଦା ଦେବି ରାଜଜାତ ଯାତ୍ରାରେ କୈଳାସ ନିଆଯାଇଥାଏ । ଏଥିପାଇଁ ନିଜ ଆରାଧ୍ୟ ଦେବି ମା ନନ୍ଦାଙ୍କ ସମ୍ମାନ ପାଇଁ ଗ୍ରାମବାସୀ ନିଜ ଝିଅ ମାନଙ୍କ ବିବାହରେ ସେମାନଙ୍କୁ  ଦୋଳିରେ ନ ବସାଇ ଘୋଡାରେ ବସାଇ ବିଦାୟ କରିଥାନ୍ତି ।

ସମୁଦ୍ର ତଳୁ ସାଢେ ଆଠ ହଜାର ଫୁଟ୍ ଉଚ୍ଚରେ ଏହି ଲାଟୁ ମନ୍ଦିର ବାଂଣ ଗାଁରୁ ୮୦୦ ମିଟର ଦୂରରେ ଅବସ୍ଥିତ । କୁହାଯାଏ କି ଥରେ ମା’ ନନ୍ଦା ଙ୍କ ଦର୍ଶନ ପାଇଁ କନ୍ନୋଜର ଗୌଡ ବ୍ରାହ୍ମଣ ଲାଟୁ କୈଳାସ ପର୍ବତର ଯାତ୍ରା କରୁଥିଲେ । ସେହି ସମୟରେ ସେ ବାଣ ଗାଁରେ ଯାଇଁ ପହଁଚିଥିଲେ । ତେବେ ଏହି ଯାତ୍ରା ସମୟରେ ସେଠାରେ ତାଙ୍କୁ ଶୋଷ ଲାଗିଥିଲା । ଫଳରେ ସେ ପାଖରେ ଥିବା ଘରେ ପହଁଚି ସେଠାରେ ରହୁଥିବା ଜଣେ ମହିଳାଙ୍କୁ ପାଣି ମାଗିଥିଲେ । ମହିଳା ଜଣଙ୍କ କହିଥିଲେ କି ତାଙ୍କ ପାଖରେ ମାତ୍ର ତିନୋଟି ମାଠିଆ ଅଛି । କିନ୍ତୁ ସେଥିରୁ ଗୋଟିଏରେ ପାଣି ଅଛି । ସେଥିରୁ ପାଣି ନେଇ ପିଇ ଦିଅ । କିନ୍ତୁ ଲାଟୁ ବ୍ରାହ୍ମଣ ଭୁଲ ବଶତଃ ପାଣି ଥିବା ମାଠିଆ ବଦଳରେ ମଦ ଥିବା ମାଠିରୁ ପାଣି ଭାବି ପିଇ ଦେଲେ । ଏପରି ଘଟଣାରେ ଲାଟୁ ବହୁତ ଦୁଃଖିତ ହୋଇଗଲେ ଏବଂ ନିଜର ଜିଭ କାଟିଦେଲେ ।

latu

(ଲାଟୁ ଦେବତାଙ୍କ ମନ୍ଦିର)

କୁହାଯାଏ କି ଏହି ଘଟଣା ପରେ ମା’ ନନ୍ଦା ଦେବୀ ଲାଟୁ ବ୍ରାହ୍ମଣଙ୍କୁ ସ୍ବପ୍ନରେ ଦର୍ଶନ ଦେଇଥିଲେ ଏବଂ କହିଥିଲେ କି ସେ ତାଙ୍କ ଧର୍ମ ଭାଇ ହୋଇ ବାଂଣ ଗାଁରୁ ହିମାଳୟରେ ହେଉଥିବା ନନ୍ଦା ଦେବୀ ରାଜଜାତକୁ ଯାତ୍ରା କରନ୍ତୁ । ସେବେଠାରୁ ପ୍ରତି ବର୍ଷ ଲାଟୁ ଦେବତା ନନ୍ଦା ଦେବୀ ରାଜଜାତ ଯାତ୍ରାକୁ ଯାତ୍ରା କରିଥାନ୍ତି ।

ବାଂଣଗାଁର ଏହି ଲାଟୁ ଦେବତା ମନ୍ଦିରେ କୌଣସି ବି ଶ୍ରଦ୍ଧାଳୁ ପ୍ରବେଶ କରିପାରନ୍ତି ନାହିଁ । ଏଠାରେ ପୂଜା କରୁଥିବା ବ୍ରାହ୍ମଣ ମଧ୍ୟ ଆଖିରେ ପଟି ପିନ୍ଧି ପୂଜା କରିଥାନ୍ତି । ବିଶ୍ବାସ ରହିଛି କି ଲାଟୁ ଦେବତାଙ୍କ ଏହି ମନ୍ଦିରେ ନାଗରାଜ ମଣି ସହିତ ପ୍ରବେଶ କରିଥାନ୍ତି ଏବଂ ଏହି ନାଗମଣିକୁ କେହି ଦେଖି ପାରିବେ ନାହିଁ । କିନ୍ତୁ ଏହି ରହସ୍ୟରୁ ଆଜି ଯାଏଁ ପର୍ଦା ଉଠିନାହିଁ କି ଲାଟୁ ଦେବତାଙ୍କ ମନ୍ଦିରରେ ଭିତରେ କଣ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.