ପ୍ୟାରିସର ନୋଟ୍ରେ ଡାମେ କ୍ୟାଥେଡ୍ରାଲରେ ଭୟାବହ ଅଗ୍ନିକାଣ୍ଡ , ଭାଙ୍ଗିଲା ୮୫୦ ବର୍ଷ ପୁରୁଣା ଗିର୍ଜାଘରର ଶିଖର

ପ୍ୟାରିସର ଐତିହାସିକ ଗିର୍ଜାଘର ବା ନୋଟ୍ରେ ଡାମେ କ୍ୟାଥେଡ୍ରାଲରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟିଯାଇଛି । କିନ୍ତୁ ଏହାର ମୁଖ୍ୟ ଦ୍ବାରକୁ ରକ୍ଷା କରାଯାଇଥିଲେ ମଧ୍ୟ ଅଗ୍ନିକାଣ୍ଡରେ ଏହି ଐତିହାସିକ ସ୍ଥଳ ବହୁଳଭାବେ କ୍ଷତିଗ୍ରସ୍ତ ହୋଇଛି। ଫ୍ରାନ୍ସର ରାଷ୍ଟ୍ରପତି ଏମେନୁଏଲ ମେକୋଂ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଏହାକୁ ଆଉ ଥରେ ନିର୍ମାଣ କରିବାର ସଂକଳ୍ପ ନେଇଛନ୍ତି । ନିଆଁରେ ସବୁଠାରୁ ପ୍ରଥମେ ୟୁନେସ୍କୋ ଦ୍ବାରା ଘୋଷିତ ହୋଇଥିବା ବିଶ୍ବ ପ୍ରସିଦ୍ଧ ଏହି ୮୫୦ ବର୍ଷ ପୁରୁଣା ଐତିହାସିକ ସ୍ଥଳ କ୍ଷତିଗ୍ରସ୍ତ ହେବା ସହିତ, ଏଠାରେ ଉପସ୍ଥିତ ଲୋକମାନଙ୍କ ଆଗରେ ସାନଦାର୍ ଗୋଥିକ ଟାଓ୍ୱାର ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଉପସ୍ଥିତ ଥିବା ପର୍ଯ୍ୟଟକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ତେବେ ଦମକଳ ବାହିନୀର ୪୦୦ କର୍ମଚାରୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.