୧୭ ଅଗଷ୍ଟରୁ ଆରମ୍ଭ ହେବ ଏହି ରାଶିମାନଙ୍କର ଭଲ ଦିନ, ୧ ମାସ ପର୍ଯ୍ୟନ୍ତ କରିବେ ଅୟସ୍‌ ଆରାମ

୧୭ ଅଗଷ୍ଟରେ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଆତ୍ମା, ପିତା, ମାନ ସମ୍ମାନ, ସଫଳତା, ପ୍ରଗତି, ସରକାରୀ ଏବଂ ଘରୋଇ କ୍ଷେତ୍ରରେ ଉଚ୍ଚ ସେବାର କାରକ ଗ୍ରହ କୁହାଯାଇଥାଏ। ସମସ୍ତ ଗ୍ରହଙ୍କ ରାଜା ହେଉଛନ୍ତି ସୂର୍ଯ୍ୟଦେବ। ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବା ଦ୍ୱାରା କିଛି ରାଶିର ଲୋକଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ତ କିଛି ଲୋକଙ୍କୁ ଅଶୁଭ ଫଳ। କହି ରଖୁଛୁ, ୧୭ ଅଗଷ୍ଟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଦ୍ୱାରା କିଛି ରାଶିର ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହୋଇଯିବ।

ମିଥୁନ ରାଶି

ମିଥୁନ ରାଶିର ଲୋକେ ସଫଳତା ହାସଲ କରିବେ। ଧନ ସଞ୍ଚୟରେ ସଫଳ ରହିବେ। ପରିଶ୍ରମର ପୂରା ଫଳ ମିଳିବ। ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ। ଶୁଭ ସମାଚାର ମିଳିପାରେ। ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ। ପରିବାର ସଦସ୍ୟଙ୍କ ସହଯୋଗ ବଢ଼ିବ। ଧନ ଲାଭ ହେବାର ଯୋଗ ସୃଷ୍ଟି ହେବ।

ସିଂହ ରାଶି

ଆପଣଙ୍କର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ସମ୍ପନ୍ନ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ଏହି ସମୟ ଉତ୍ତମ ରହିବ। ହଠାତ୍‌ ଆପଣଙ୍କୁ ଧନ ଲାଭ ହୋଇପାରେ। ଶୁଭ ଫଳ ମିଳିବ। ଏହି ସମୟରେ ଆପଣଙ୍କୁ ଆର୍ଥିକ ଲାଭ ହେବାର ଯୋଗ ସୃଷ୍ଟି ହେବ। ବାଣୀରେ ମଧୁରତା ରହିବ। ଏହି ସମୟ ଆପଣଙ୍କ ପାଇଁ କୌଣସି ବରଦାନଠାରୁ କମ୍‌ ନୁହେଁ।

ବିଛା ରାଶି

ଏହି ସମୟରେ ଆପଣଙ୍କ ବାଣୀରେ ମଧୁରତା ରହିବ। ଆପଣ ପ୍ରତ୍ୟେକ କାମରେ ସଫଳତା ହାସଲ କରିବେ। କାର୍ଯ୍ୟସ୍ଥଳରେ ଆପଣଙ୍କ କାମର ପ୍ରଶଂସା ହେବ। ଏହି ସମୟରେ ନିବେଶରୁ ଲାଭ ହୋଇପାରେ। ଘର ଏବଂ ଗାଡ଼ି ସୁଖ ପ୍ରାପ୍ତ ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ। ପ୍ରେମିକ, ପ୍ରେମିକାଙ୍କ ସହିତ ଜୀବନ ଅତିବାହିତ କରିବାର ଅବସର ପ୍ରାପ୍ତ ହେବ।

କେଉଁ ରାଶିଙ୍କ ପାଇଁ ଅଶୁଭ?

କନ୍ୟା ରାଶି: ଏହି ଗୋଚର କନ୍ୟା ରାଶି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବ। ଖର୍ଚ୍ଚ ବି ବଢ଼ିଯିବ।

ମକର ରାଶି: ସୂର୍ଯ୍ୟଙ୍କ ଗୋଚର ଆପଣଙ୍କୁ କଷ୍ଟ ଦେଇପାରେ। ମାନସିକ ଦୁଶ୍ଚିନ୍ତା ବଢ଼ାଇପାରେ। ଖାଦ୍ୟ ପାନୀୟ ପ୍ରତି ଉଚିତ ଧ୍ୟାନ ଦିଅନ୍ତୁ।

କୁମ୍ଭ ରାଶି: ବୈବାହିକ ଜୀବନରେ ଭଲ ମନ୍ଦ ଦେଇ ଗତି କରି ପାରନ୍ତି। କୌଣସି ପ୍ରକାର ବାଦ ବିବାଦଠାରୁ ଦୂରରେ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.