Below header

ପୋଷ୍ଟ ଅଫିସ କର୍ମଚାରୀଙ୍କ ପାଇଁ ସରକାରଙ୍କ ଘୋଷଣା, କରୋନା ସଂକ୍ରମଣ ଜନିତ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

କେନ୍ଦ୍ର ସରକାର ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଖାସ ଉପହାର ଦେଇଛନ୍ତି। ଡାକ ଘରେ କାମ କରୁଥିବା କର୍ମଚାରୀଙ୍କୁ ସରକାରଙ୍କ ଭେଟି। କେନ୍ଦ୍ର ସରକାର କୋଭିଡ-୧୯ ସଂକ୍ରମଣ କାରଣରୁ ଯଦି କୌଣସି ପୋଷ୍ଟ ଅଫିସ କର୍ମଚାରୀଙ୍କ ମୃତ୍ୟୁ ହେଉଛି ତେବେ ତାଙ୍କୁ ସରକାର ୧୦ ଲକ୍ଷ ଟଙ୍କା ସହାୟତା ଦେବାପାଇଁ ଘୋଷଣା କରିଛନ୍ତି। ଏଥିରେ ଡାକ ସେବକ ମଧ୍ୟ ସାମିଲ ଅଛନ୍ତି। ଶନିବାର ସଞ୍ଚାର ମନ୍ତ୍ରୀ  (Ministry of Communications) ଜଣାଇଛନ୍ତି ଯେ, ‘କୋଭିଡ-୧୯’ର ପ୍ରକୋପକୁ ନଜରରେ ରଖି ଗ୍ରାମୀଣ ଡାକ ସେବକଙ୍କ ସମେତ ଯଦି କୌଣସି ବି ପୋଷ୍ଟାଲ କର୍ମଚାରୀ ଡ୍ୟୁଟି ସମୟରେ ମୃତ୍ୟୁ ହେଉଛି ତେବେ ସରକାର ତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁଗ୍ରହ ରାଶି ଯୋଗାଇବେ। ଏହାକୁ ତତ୍କାଳ ଭାବରେ ଲାଗୁ କରାଯାଇସାରିଛି ଏବଂ ଏହା କରୋନା ଭାଇରସ ଶେଷ ହେବା ପର୍ଯ୍ୟନ୍ତ ଜାରି ରଖାଯିବା।

ଲକଡାଉନ ସମୟରେ ସେବା ଯୋଗାଉଛି ପୋଷ୍ଟ ଅଫିସ

posttDepartment of Posts ମଧ୍ୟ ବାଧ୍ୟତାମୂଳକ ସେବା ତାଲିକାରେ ଆସୁଛନ୍ତି। ଗ୍ରାମୀଣ ଡାକ ସେବକ ଏବଂ ପୋଷ୍ଟାଲ କର୍ମଚାରୀ କରୋନା ଭାଇରସର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଡ୍ୟୁଟି ପୂରା କରୁଛନ୍ତି। ସେମାନେ ଗ୍ରାହକଙ୍କର ଡେଲିଭରି, ପୋଷ୍ଟ ଅଫିସ ସେଭିଂ ବ୍ୟାଙ୍କ, ପୋଷ୍ଟ ଲାଇଫ ଇନସୁରାନ୍ସ ଏବଂ ଟଙ୍କା ଉଠାଇବା କାମ ମଧ୍ୟ କରୁଛନ୍ତି।

ସ୍ଥାନୀୟ ପ୍ରଶାସନ ସହିତ ମିଶି କରୁଛନ୍ତି କାମ

ଏହାବ୍ୟତୀତ ପୋଷ୍ଟ ବିଭାଗ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ସହିତ ମିଶି କୋଭିଡ଼-୧୯ କିଟସ୍, ଫୁଡ଼ ପ୍ୟାକେଟସ୍, ରାସନ ଏବଂ ଜରୁରୀ ଔଷଧକୁ ମଧ୍ୟ ଡେଲିଭରି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.