ଲକ ଡାଉନ ଯୋଗୁଁ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଇ ପାରୁନାହାନ୍ତି ପୁଅ ବୋହୂ, ଟ୍ୱିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ କଲେ ଆବେଦନ

ଶ୍ୱଶୁରଙ୍କ ସୁଦ୍ଧିକ୍ରିୟାରେ ଯୋଗ ଦେବାକୁ ହାଇଦ୍ରାବାଦ ବାହାରିଛନ୍ତି ଟାଟାରେ ରହୁଥିବା ବୋହୂ ଅଳକା । କିନ୍ତୁ ଲକଡାଉନର କଡା କଟକଣା ପ୍ରତିବନ୍ଧକ ସାଜିଛି । ଏଥିପାଇଁ ଅଳକାଙ୍କ ସ୍ୱାମୀ ସୁଯ୍ୟର୍ପଦ ମହାନ୍ତି ପ୍ରଧାନମନ୍ତ୍ରୀ, ଅମିତ ଶାହ, ଓଡିଶା ମୁଖ୍ୟମନ୍ତ୍ରୀ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କୁ ଟ୍ଵିଟ କରି ଜଣାଇଛନ୍ତି । .

pm appeal

ଗତ ୧୩ ତାରିଖରେ ହାଇଦ୍ରାବାଦରେ ରହୁଥିବା ପୁର୍ବତନ ଓଡିଆ ବ୍ୟାଙ୍କ ଅଧିକାରୀ ବିଜୟ ଭୁଷଣ ମହାନ୍ତିଙ୍କର ମୃତ୍ୟୁ ହୋଇଥିଲା । ଲକଡାଉନ ଯୋଗୁଁ କେହିବି ତାଙ୍କର ଶେଷ ଦର୍ଶନ କରି ପାରିଲେ ନାହିଁ । ଆସନ୍ତା ୨୨ ତାରିଖରେ ଅଳକାଙ୍କ ଶ୍ୱଶୁର ବିଜୟ ଭୁଷଣଙ୍କ ଦଶାହ ପଡୁଛି ।

Leave A Reply

Your email address will not be published.