ହସ୍ପିଟାଲ ସାମ୍ନାରେ ଚାଲିଛି ଅନ୍ଧବିଶ୍ୱାସର ପ୍ରହସନ, ଷ୍ଟ୍ରେଚର ଉପରେ ପଡିଥିବା ଶବକୁ ବଞ୍ଚାଇବା ପାଇଁ ଏଠାରେ ଚାଲିଛି ଏମିତି କାଣ୍ଡ, ଦେଖନ୍ତୁ ଭିଡିଓ 

ଡାକ୍ତରଖାନା ଆଗରେ ଅନ୍ଧବିଶ୍ୱାସର ଖୋଲା ଖେଳ । ମୃତକକୁ ଜୀବନ୍ତ କରିବା ପାଇଁ ଦୁଇ ଘଣ୍ଟା ଧରି ଷ୍ଟ୍ରେଚରରେ ଚାଲିଛି ଝାଡଫୁଙ୍କ   । ପୁଣି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଡାକ୍ତରଖାନା ପ୍ରଶାସନର କର୍ମଚାରୀଙ୍କ ସହିତ ପୋଲିସ । ତେବେ ସାପ କାମୁଡ଼ିବା କାରଣରୁ ମୃତ ହୋଇଥିବା ବ୍ୟକ୍ତିଙ୍କୁ ଜୀବନ୍ତ କରିପାରିଲେନି ଝଡାଫୁଙ୍କା କରୁଥିବା ବାବା । ଶେଷରେ ଡାକ୍ତରଖାନା ପ୍ରଶାସନ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ଦେଇଥିଲା।

ଡାକ୍ତରଖାନା ପ୍ରଶାସନ ମୃତଦେହକୁ ସମ୍ପର୍କୀୟଙ୍କୁ ଦେଇ ସାରିଥିଲେ ମଧ୍ୟ ସମ୍ପର୍କୀୟମାନେ ଆଶା କରିଥିଲେ ଯେ ସେମାନେ ମୃତ ବ୍ୟକ୍ତିଙ୍କୁ ଜୀବନ୍ତ କରି ଘରକୁ ନେବେ ।  ସୂଚନା ଅନୁଯାୟୀ ମଧ୍ୟପ୍ରଦେଶ ଗୁଣା ଜିଲ୍ଲାର ନାରାୟଣପୁର ଗ୍ରାମର ଶିବଲାଲ ବନଜାରା ବୁଧବାର ସକାଳେ ନିଜ କ୍ଷେତରେ କୀଟନାଶକ ସ୍ପ୍ରେ କରିବାକୁ ଯାଇଥିଲେ । ତେବେ ସେହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ହାତକୁ କାମୁଡ଼ି ଦେଇଥିଲା।


ପରିବାର ତାଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ପ୍ରାୟ ଏକ ଘଣ୍ଟା ହୋଇଯାଇଥିଲା ଏବଂ ସେଠାରେ ଡାକ୍ତରମାନେ ନାଥୁଲାଲଙ୍କୁ ମୃତ ଘୋଷଣା କରିଥିଲେ।  ଏହାପରେ ସମ୍ପର୍କୀୟମାନେ ଦୁଇଜଣ ଝଡ଼ାଫୁଙ୍କା କରୁଥିବା ବାବାଙ୍କୁ ଡାକିଥିଲେ।  ଏହି ବାବାମାନେ ଉକ୍ତ ବ୍ୟକ୍ତିଙ୍କୁ ଜୀଵିତ କରିବା ପାଇଁ ଦୁଇ ଘଣ୍ଟା ଧରି ନିମ୍ବ ଡାଳରେ ଝାଡ଼ିବା ସହ ମୋବାଇଲରେ ମନ୍ତ୍ର ପଢିବା ଭଳି କର୍ମ କରି ଚାଲିଥିଲେ । କେବଳ ସେତିକି ନୁହେଁ ସେମାନେ ଷ୍ଟ୍ରେଚର ଉପରେ ପଡିଥିବା ଶବର ମୁଁହରେ ମନ୍ତ୍ର ଜପ କରି ପାଣି ମଧ୍ୟ ଢାଳିଥିଲେ କିନ୍ତୁ ଏହାଦ୍ୱାରା ଶବଠାରେ ଟିକିଏ ବି ହଲଚଲ ଦେଖିବାକୁ ମିଳିନଥିଲା ।

ଡାକ୍ତରଖାନା ପ୍ରଶାସନର ଡାକ୍ତରମାନଙ୍କ କହିବା ଅନୁଯାୟୀ ମୃତକଙ୍କ ଶରୀରରୁ ସାପର ବିଷ ବାହାର କରିବା ପାଇଁ ଅନେକ ସମୟ ଧରି ଝଡ଼ାଫୁଙ୍କା ଚାଲିଥିଲା । ଯେତେବେଳେ ସେମାନେ କହିଥିଲେ ଯେ ବ୍ୟକ୍ତି ଜଣକ ମରିସାରିଛନ୍ତି ସେ ଆଉ ଜୀଵିତ ହୋଇପାରିବେ ନାହିଁ ସେକଥା ମାନିବାକୁ ପ୍ରସ୍ତୁତ ନଥିଲେ ପରିବାର । ଯେଉଁ କାରଣରୁ ସେମାନେ ନିଜ ମନ ବୁଝିବା ପାଇଁ ଅନେକ ସମୟ ଧରି ଡାକ୍ତରଖାନା ପରିସର ମଧ୍ୟରେ ଏଭଳି ପ୍ରହସନ କରି ଚାଲିଥିଲେ । ଶେଷରେ ହତାଶ ହୋଇ ସେମାନେ ମୃତଦେହକୁ ଧରି ଘରକୁ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.