ଶ୍ରୀଲଙ୍କା ହଂସିନୀଙ୍କ ହୃଦୟ ଜିତିଲେ ଭାରତର ଗୋବିନ୍ଦ୍ , ଏମିତି କଲେ ନିଜ ପ୍ରେମକୁ ସଫଳ

‘ରବ୍ ନେ ବନାଦି ଯୋଡି’ । ଏହି ଉକ୍ତିର ପ୍ରକୃତ ମହତ୍ବ ପ୍ରମାଣିତ ହୋଇଛି ହଂସିନୀ ଆଉ ଗୋବିନ୍ଦଙ୍କ କ୍ଷେତ୍ରରେ । ଶୁଣିବାକୁ ଏହି ପ୍ରେମ କାହାଣୀ ଆପଣଙ୍କୁ କିଛି ଅଲଗା ଲାଗିବାରେ । କିମ୍ବା ଏହା କୌଣସି ଏକ ଫିଲ୍ମ କାହାଣୀ ଭଳି ମନେ ହୋଇପରେ । କିନ୍ତୁ ଏହା ଏକ ସତ ଘଟଣା । କଥାଟି ହେଉଛି, ଚାରି ବର୍ଷ ପୂର୍ବେ ଶ୍ରୀଲଙ୍କାରେ ବାସ କରୁଥିବା ହଂସିନୀ ଏବଂ ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଲାର ବାସିନ୍ଦା ଗୋବିନ୍ଦଙ୍କ ମଧ୍ୟରେ ସୋସିଆଲ୍ ମିଡିଆ ଜରିଆରେ ସମ୍ପର୍କ ଆରମ୍ଭ ହୋଇଥିଲା ।

srilanka ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ଗଢି ଉଠିଥିଲା । ଦୁହିଁଙ୍କ ମଧ୍ୟରେ ଦିନକୁ ଦିନ ଭଲ ପାଇବା ବଢିବାରେ ଲାଗିଲା । ଏହାପରେ ହଂସିନୀ ଗୋବିନ୍ଦଙ୍କୁ ଦେଖାକରିବାକୁ ସୁଦୁର ଶ୍ରୀଲଙ୍କାରୁ ଭାରତ ଆସିଥିଲେ ଏବଂ ପରସ୍ପର ପାଖାପାଖି ୪ବର୍ଷ ଧରି ନିଜ ନିଜକୁ ବୁଝିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାକୁ ହଂସିନୀ ଦୁଇଟି ସଭ୍ୟତା ଏବଂ ପରମ୍ପରାର ମିଳନ ହୋଇଥିବା ଆଖ୍ୟା ଦେଇଛନ୍ତି । ସେ ନିଜର ବିବାହକୁ ନେଇ ବହୁ ଉତ୍ସାହିତ ଅଛନ୍ତି ।

ଟ୍ବିଟରରେ ହୋଇଥିଲା ବନ୍ଧୁତା :


୨୦୧୫ରେ ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଲାର ଏକ ଛୋଟ ଗାଁ କୁଂଚହୋଦର ବାସିନ୍ଦା ଗୋବିନ୍ଦ ମହେଶ୍ବରୀଙ୍କ ଟ୍ବିଟର ଦ୍ବାରା ଶ୍ରୀଲଙ୍କା ବାସିନୀ ହଂସିନୀଙ୍କ ସହିତ ପରିଚୟ ହୋଇଥିଲା । ପାଖାପାଖି ଦୁଇ ବର୍ଷ ଉଭୟ ମେସେଜ୍ ଏବଂ ଭିଡିଓ କଲ୍ ଦ୍ବାରା ପରସ୍ପରଙ୍କ ନିକଟତ୍ତମ ହୋଇଥିଲେ । ତେବେ ୨୦୧୭ରେ ହଂସିନୀ ଫିଜିଓଥେରାପି ଉପରେ ଷ୍ଟଡି କରିବା ପାଇଁ ଶ୍ରୀଲଙ୍କାରୁ ଭାରତକୁ ଆସିଥିଲେ । ଭାରତ ଆସିବା ପରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ଏହାପରେ ଉଭୟ ପରସ୍ପରର ଆହୁରି ନିକଟତ୍ତର ହେବା ସହିତ ୧୦ ଫେବୃଆରୀ ୨୦୧୯ରେ ଉଭୟ ସାତ ଜନ୍ମର ସାଥୀ ରୂପେ ବିବାହ ବନ୍ଧରେ ଆବଦ୍ଧ ହେଲେ । ଗୋବିନ୍ଦ ନିକଟରେ ବିଇ ର ପାଠପଢା ସାରିଛନ୍ତି ।

ହଂସିନୀଙ୍କ ବାପା ରାଜି ନଥିବା ସତ୍ତ୍ବେ ପରେ ବିବାହ ପାଇଁ ଦେଇଥିଲେ ଅନୁମତି :

mrg


ହଂସିନୀଙ୍କ ବାପାଙ୍କ କହିବା କଥା ଆରମ୍ଭରୁ ସେ ଏହି ବିବାହ ପାଇଁ ରାଜି ନଥିଲେ । କିନ୍ତୁ ପରେ ସେ ଭାରତକୁ ଆସି ଗୋବିନ୍ଦଙ୍କ ସହିତ ମିଶିବା ପରେ ବିବାହ ପାଇଁ ହଁ କହିଥିଲେ । ହଂସିନୀଙ୍କ ବାପା ଏହି ବିବାହରେ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶର ଲୋକ ବହୁତ ଭଲ ଏବଂ ସଭ୍ୟ ଅଟନ୍ତି । ଏଠାରେ କହି ରଖିବାକୁ ଚାହୁଁଛୁ ଯେ, ହଂସିନୀଙ୍କ ବାପା ଶ୍ରୀଲଙ୍କା ସୁପ୍ରିମ କୋର୍ଟଙ୍କ ଅଧିବକ୍ତା ଅଟନ୍ତି । ହଂସିନୀଙ୍କ ମା ଜଣେ ପ୍ରଫେସର । ହେଲେ ଗୋବିନ୍ଦଙ୍କ ବାପା ରାମାନୁଜ୍ ମାହେଶ୍ବରୀ ଜଣେ ଚାଷୀ ହୋଇଥିବା ବେଳେ ଜୀବିକା ନିର୍ବାହ ପାଇଁ ତାଙ୍କର ଏକ ଜେନେରାଲ ଷ୍ଟୋର ମଧ୍ୟ ଅଛି । ତେବେ ଏସବୁ ଠାରୁ ବହୁ ଉଚ୍ଚରେ ଉଭୟଙ୍କ ପ୍ରେମ ଜିତିନେଇଛି ସଭଁଙ୍କ ହୃଦୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.