କଟକ, ଭୁବନେଶ୍ୱରର ଯିବା ଆସିବା ବାଟରେ ବି ରହିଛି ଭୂତପ୍ରେତ ସ୍ଥାନ, ଏଠାକାର ରୋମାଞ୍ଚକର କାହାଣୀ ହୁଏତ ଆପଣ କେବେ ଶୁଣି ନ ଥିବେ

ଆମେ ଆମ ବାସ୍ତବ ଜୀବନରେ ବହୁ ଅଜବ ପ୍ରକାର ଗତିବିଧି ସମ୍ପର୍କରେ ଶୁଣିବାକୁ ପାଉ। କିଛି ଲୋକଙ୍କ ମତରେ, ଦୁନିଆରେ ଅତୃପ୍ତ ଆତ୍ମାମାନଙ୍କର ଅସ୍ତିତ୍ୱ ରହିଛି। ତେଣୁ ସେମାନେ ମନୁଷ୍ୟକୁ ଦେଖା ଦେଇଥାଆନ୍ତି। ହେଲେ କିଛି ଲୋକ ଏହାକୁ ଭ୍ରମ ବୋଲି ଭାବନ୍ତି। ଓଡ଼ିଶାରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠିକୁ ଲୋକେ ଯିବାକୁ ଭୟ କରନ୍ତି। ସେଠାକାର ରହସ୍ୟ ଲୋକଙ୍କୁ ଭୟଭୀତ କରାଇଥାଏ। ତେବେ ଆପଣ ଏହା ଜାଣି ଆଶ୍ଚଯ୍ୟର୍ ହେବେ ଯେ, କଟକ ଏବଂ ଭୁବନେଶ୍ୱରରେ ବି କିଛି ଜାଗା ରହିଛି, ଯେଉଁଠି ଅତୃପ୍ତ ଆତ୍ମା ଘୂରି ବୁଲୁଛନ୍ତି। ହୁଏତ ଏ ବିଷୟରେ ଆପଣ ଜାଣି ନ ଥିବେ, କିନ୍ତୁ ଥରେ ଜାଣିଲେ, ସେଠାକୁ ଯିବାକୁ ନିଶ୍ଚତ ରୂପେ ଭୟ କରିବେ। ଆଜି ଆମେ ଆପଣଙ୍କୁ କଟକ ଏବଂ ଭୁବନେଶ୍ୱରର ଯିବା ଆସିବା ବାଟରେ ରହିଥିବା କିଛି ଭୂତପ୍ରେତ ସ୍ଥାନର ରୋମାଞ୍ଚକର କାହାଣୀ କହୁଛୁ।

odisha2

ରି ଆଡ୍ଡା ବା ରି’ର ହଣ୍ଟେଡ୍‌ ହାଉସ୍‌

ଭୁବନେଶ୍ୱର ଏରିଆରେ ରହିଛି ଏହି ହଣ୍ଟେଡ୍‌ ହାଉସ୍‌। ଏଠାରେ ଛାତ୍ରମାନଙ୍କ ପ୍ରେତ ଘୂରି ବୁଲିଥିବା ସ୍ଥାନୀୟ ଲୋକେ କୁହନ୍ତି। ଶୁଣିବାକୁ ମିଳେ, ଏହି ସ୍ଥାନରେ କେତେଜଣ ଛାତ୍ରଙ୍କର ଆଡ୍ଡା ରହିଥିଲା। ସେମାନେ କୌଣସି କାରଣରୁ ଆତ୍ମହତ୍ୟା କରି ଦେଇଥିଲେ। ସେହିଦିନଠାରୁ ଏଠାରେ ବିଳମ୍ବିତ ରାତିରେ ସେମାନଙ୍କ ଉପସ୍ଥିତି ଅନୁଭବ ହୋଇଥାଏ। ପ୍ରକୃତରେ, ସ୍ଥାନଟି ରାତିରେ ବହୁତ ଭୟଙ୍କର ଲାଗିଥାଏ। ତେଣୁ ସୂର୍ଯ୍ୟାସ୍ତ ପରେ ରି ଆଡ୍ଡାକୁ ନ ଯିବାକୁ ଲୋକଙ୍କୁ ବାରଣ କରାଯାଇଥାଏ।

odisha3

ଷ୍ଟେଟ୍‌ ହାଇେଓ୍ଵ ବା ରାଜ୍ୟ ରାଜପଥ

ଭୁବନେଶ୍ୱର ନିକଟରେ ଷ୍ଟେଟ୍‌ ହାଇେଓ୍ଵ ଓଡ଼ିଶାର ସବୁଠାରୁ ଭୂତପ୍ରେତ ସ୍ଥାନ ଭାବେ ଗଣାଯାଏ। ଏଠାରେ ଏକ ଡାହାଣୀ ବୁଲୁଥିବା ଅନେକ ଲୋକ କହିଥାଆନ୍ତି। କୁହାଯାଏ କି, ଏହି ମହିଳାଙ୍କ ଆତ୍ମା ବିଳମ୍ବିତ ରାତିରେ ଲୋକଙ୍କୁ ଲିଫ୍ଟ ମାଗୁଥିବାର ଦେଖାଯାଇଥାଏ। ଯଦି କେହି ବ୍ୟକ୍ତି ଗାଡ଼ି ଅଟକାଏ, ସେ ସଙ୍ଗେ ସଙ୍ଗେ କୁଆଡ଼େ ଗାଏବ ହୋଇଯାଏ। ଅଧ ରାତିରେ ଏହି ବାଟ ଦେଇ ଯାଉଥିବା ଲୋକେ ଅଜବ ଶବ୍ଦ ଶୁଣିବାକୁ ପାଆନ୍ତି।

ଏହାସହ ପଢନ୍ତୁ: ମିଛ ନୁହେଁ ପ୍ରେତାତ୍ମା କାହାଣୀ…

odisha4

ହଣ୍ଟେଡ୍‌ ହଷ୍ଟେଲ୍‌

କଟକରେ ରହିଛି ଏହି ଛାତ୍ରୀ ନିବାସ। ଏବେ ଏହା ଏକ ପରିତ୍ୟକ୍ତ ଘରରେ ପରିଣତ ହୋଇଯାଇଛି। ହଷ୍ଟେଲ କୋଠରୀରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆତ୍ମା ଦୃଶ୍ୟମାନ ହୋଇଥାଏ। ଆଉ ଯେତେବେଳେ କେହି ପାଖକୁ ଯାଆନ୍ତି, ଆତ୍ମା ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯାଏ। ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଜାଗାକୁ ନେଇ ଅଲଗା ଅଲଗା କଥା ଶୁଣିବାକୁ ମିଳେ। ଏହି ହଣ୍ଟେଡ୍‌ ହଷ୍ଟେଲ୍‌ କଟକର ଏକ ଜଣାଶୁଣା ପ୍ରେତବାଧିତ ସ୍ଥାନ। ଏବେ ବି ଏହା ରହସ୍ୟମୟ ହୋଇ ରହିଛି।

odisha5

ରିଙ୍ଗ୍‌ ରୋଡ୍‌

ରିଙ୍ଗ୍‌ ରୋଡ୍‌ କଟକର ଆଉ ଏକ ଡରିବା ସ୍ଥାନ, ଯାହାକି ଶ୍ମଶାନ ସନ୍ନିକଟରେ ନିର୍ମାଣ କରାଯାଇଛି। ସ୍ଥାନୀୟ ଲୋକ କୁହନ୍ତି, ବିଳମ୍ବିତ ରାତିରେ ଏହି ରାସ୍ତାରେ ଗଲେ, ଅଧାପୋଡ଼ା ଆତ୍ମା ଯାତ୍ରୀଙ୍କୁ ଦେଖା ଦେଇଥାଏ। କିଛି ବାଟ ଚାଲିବା ପରେ ପୁଣି କୁଆଡ଼େ ଗାଏବ ହୋଇଯାଏ। ଅନେକ ସମୟରୁ ଆତ୍ମା ଦୃଶ୍ୟମାନ ହେଉଛି। କେହି କେହି ରାତିରେ ଏହି ବାଟ ଦେଇ ଯିବାକୁ ଭୟ କରିଥାଆନ୍ତି।