Below header

ବନ୍ଧା ପଡ଼ିଥିଲା ମାଙ୍କ ଅଳଙ୍କାର, ଠିକ୍ ସମୟରେ ମୁକୁଳାଇ ଦେଲେ ମୁସଲିମ ଭକ୍ତ

ପାଖେଇ ଆସୁଛି ଦୁର୍ଗପୂଜା । ଚିନ୍ତାରେ ପଡିଯାଇଥିଲେ ପୂଜା କମିଟି ମେମ୍ବର । ସବୁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ହେଲେ ପୂଜା କମିଟି ସଦସ୍ୟଙ୍କ ଭିତରେ ଭାଳେଣି ପଡ଼ିଗଲା, ମାଙ୍କ ଅଳଙ୍କାର ସବୁ ତ ବନ୍ଧା ବଡିଛି। ତାଙ୍କୁ ମୁକୁଳା ନଗଲେ ମା କେମିତି ଅଳଙ୍କାର ପିନ୍ଧିବେ? ସମସ୍ତେ ଚିନ୍ତାରେ ପଡିଯାଇଥିଲେ।

କଟକ(କେନ୍ୟୁଜ୍): ପାଖେଇ ଆସୁଛି ଦୁର୍ଗପୂଜା । ଚିନ୍ତାରେ ପଡିଯାଇଥିଲେ ପୂଜା କମିଟି ମେମ୍ବର । ସବୁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ହେଲେ ପୂଜା କମିଟି ସଦସ୍ୟଙ୍କ ଭିତରେ ଭାଳେଣି ପଡ଼ିଗଲା, ମାଙ୍କ ଅଳଙ୍କାର ସବୁ ତ ବନ୍ଧା ବଡିଛି। ତାଙ୍କୁ ମୁକୁଳା ନଗଲେ ମା କେମିତି ଅଳଙ୍କାର ପିନ୍ଧିବେ? ସମସ୍ତେ ଚିନ୍ତାରେ ପଡିଯାଇଥିଲେ। ହେଲେ ସମସ୍ତଙ୍କୁ ତାଜୁବ କଲା ଭଳି ଚମତ୍କାର ଘଟିଣା। ମାଙ୍କ ସବୁ ସୁନା ଅଳଙ୍କାରକୁ ମୁକୁଳାଇବାକୁ ଆଗେଇ ଆସିଲେ ଜଣେ ମୁସଲିମ ଭକ୍ତ। ଯାହାଙ୍କ ପାଇଁ ଆଜି ଏଇ ପୂଜା କମିଟର ସବୁ ସଦସ୍ୟଙ୍କ ମନରେ ନୂଆ ଉତ୍ସାହ  ହୋଇଛି।

ଭାଇଚାରାର ସହର ରୌପ୍ୟ ନଗରୀ କଟକ। କଟକର ଶାରଦୀୟ ଦୁର୍ଗାପୂଜା ଜାତି, ଧର୍ମ, ବର୍ଣ୍ଣରୁ ଉର୍ଦ୍ଧ୍ବରେ । ଭାଇଚାରାକୁ ନେଇ ଅତୀତରେ ଅନେକ ଉଦାହରଣ ରହିଛି। କିନ୍ତୁ ଏହି ଘଟଣା ଏକ ନୂଆ ଇତିହାସ ସ୍ଷ୍ଟି କରିଛି। କଟକ ସୂତାହାଟ ଅଞ୍ଚଳର ଯୁବକ ଶେଖ୍ ଲିଆକତ୍ ଉଦ୍ଦିନ ଅହମ୍ମଦ । ସମସ୍ତଙ୍କ ହୃଦୟ ଜିତିଛନ୍ତି। ଏ ହେଉଛନ୍ତି ମହାମାୟୀଙ୍କ ମୁସଲିମ ଭକ୍ତ । ମାଆଙ୍କ ବନ୍ଧକ ଗହଣା ମୁକାଲାଇ ଛନ୍ତି ଏହି ମୁସଲିମ୍ ଭକ୍ତ।

ପୂର୍ବରୁ ମା’ଙ୍କ ପୂଜାରେ ହାତରୁ ଖର୍ଚ୍ଚ ହୋଇଥିବା ଟଙ୍କା ଫେରିନପାଇବାରୁ ମାଙ୍କ ଗହଣା ଫେରାଇନଥିଲେ।ଯାହା ଫଳରେ ଚିନ୍ତାରେ ପଡ଼ିଗଲା ପୂଜା କମିଟି। ବିନା ଗହଣାରେ କେମିତି ପୂଜା ପାଇବେ ମା’? ଆଉ ଏତିକି ବେଳେ ଆଗେଇ ଆସିଲେ ସାହିର ମୁସଲିମ ଯୁବକ ଶେଖ୍ ଲିଆକତ୍ ଉଦ୍ଦିନ ଅହମ୍ମଦ । କହିଲେ ବାକି ଟଙ୍କା ମୁଁ ଦେବି ଅଳଙ୍କାର ଆଣ ଆଉ ମାଙ୍କୁ ବିଭୂଷିତ କରାଅ । ଏହା ଶୁଣି ପୂଜା କମିଟି ସମସ୍ୟଙ୍କ ମଧ୍ୟରେ ଉତ୍ସାହ ବଢିଗଲା। ପରେ ସେ ମୁସଲିମ ଯୁବକ ଟଙ୍କା ଦେଲେ ଓ ଅଳଙ୍କାର ଆସିଲା ଆଉ ଏବେ ପୁଣି କଟକ ସୂତାହାଟ ମଣ୍ଡପ ଚଳଚଞ୍ଚଳ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.