କ’ଣ ଅଲଗା ହୋଇଯିବେ କି ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା? ଫିଲ୍ମ ରିଲିଜ୍‌ ପୂର୍ବରୁ କଲେ ଘୋଷଣା

ବଲିଉଡ୍‌ରେ ପାଦ ଦେବାକୁ ଯାଉଛନ୍ତି ରାଜ କୁନ୍ଦ୍ରା । ନିକଟରେ ସେ ଫିଲ୍ମ UT 69 ର ଟ୍ରେଲର ରିଲିଜ୍‌ ହୋଇଛି । ଏହି ମଧ୍ୟରେ ରାଜ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ ସେୟାର କରିଛନ୍ତି ।

ବର୍ତ୍ତମାନ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରାଜ ନିଜ ଡେବ୍ୟୁ ଫିଲ୍ମ ୟୁଟି ୬୯ର ଘୋଷଣା କରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ରାଜ ଆକ୍ଟିଙ୍ଗ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । ଫିଲ୍ମ ପ୍ରମୋସନ ଭିତରେ ରାଜ ଏକ ଏପରି ପୋଷ୍ଟ ସେୟାର କରିଛନ୍ତି ଯାହା ଦେଖି ଫ୍ୟାନ୍ସମାନେ ଚକିତ ହୋଇଯାଇଛନ୍ତି । ରାଜ ନିଜ ସୋସିଆଲ ମିଡିଆରେ ଅଲଗା ହେବାର ଘୋଷଣା କରିଛନ୍ତି । କିନ୍ତୁ ସେ ଏଠି କାହା ବିଷୟରେ ଉଲ୍ଲେଖ କରିନାହାନ୍ତି । କିନ୍ତୁ ଫ୍ୟାନ୍ସମାନେ ଭାବୁଛନ୍ତି ଶିଳ୍ପା ଓ ରାଜ ଅଲଗା ହୋଇଯାଇଛନ୍ତି ।

 

ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା ନଭେମ୍ବର ୨୦୦୯ରେ ବିବାହ କରିଥିଲେ । ସେମାନଙ୍କ ବିବାହକୁ ୧୪ ବର୍ଷ ପୁରା ହେବାକୁ ଯାଉଛି । ସମସ୍ତ କଠିନ ପରିସ୍ଥିତିରେ ଉଭୟ ପରସ୍ପରକୁ ସମର୍ଥନ କରୁଥିବାର ଦେଖାଯାଏ । ତେବେ ବର୍ତ୍ତମାନ ରାଜଙ୍କର ଏଭଳି ପୋଷ୍ଚ ଦେଖିବା ପରେ ଫ୍ୟାନ୍ସମାନେ ଚିନ୍ତିତ ଅଛନ୍ତି । ଯେତେବେଳେ କିଛି ଲୋକ ଏହାକୁ ପ୍ରମୋସନାଲ କହୁଛନ୍ତି । ରାଜ ନିଜ ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ରାଜ ଲେଖିଛନ୍ତି, “ଆମେ ଅଲଗା ହୋଇଯାଇଛୁ । ନିବେଦନ କରୁଛୁ ଏହି କଠିନ ପରିସ୍ଥିତିରେ ଆମକୁ କିଛି ସମୟ ଦିଅନ୍ତୁ ।”

ତେବେ ଶିଳ୍ପା ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସେହିପରି କିଛି ସେୟାର କରିନାହାନ୍ତି । କମେଣ୍ଟରେ ଜଣେ ଯୁଜର୍ସ ଲେଖିଛନ୍ତି, ସେପାରେଟ୍‌ ମାନେ ଛାଡପତ୍ର । ପ୍ରାୟ ଲୋକମାନେ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହୁଛନ୍ତି । ରାଜ କୁନ୍ଦ୍ରାଙ୍କ ଫିଲ୍ମ ୟୁଟି ୬୯ ବିଷୟରେ କହିବାକୁ ଗଲେ ଏହା ଆର୍ଥର ରୋଡ ଜେଲରେ ବିତାଇଥିବା ଦିନର କାହାଣୀ ଦେଖାଇଛି । ପର୍ନୋଗ୍ରାଫି ମାମଲାରେ ରାଜଙ୍କୁ ଜୁଲାଇ ୨୦୨୧ରେ ଗିରଫ କରାଯାଇଥିଲା । ସେହି ସମୟରେ ରାଜ ଦୁଇ ମାସ ଜେଲରେ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.