Below header

ପୋଲିସ୍ ଏଡ୍ ପୋଷ୍ଟ ପାଲଟିଛି କପଡ଼ା ଦୋକାନ

ପୋଲିସ୍ ପକ୍ଷରୁ ବ୍ୟବହାର ହେଉ ନଥିବାରୁ ଏହିି ଏଡ୍ ପୋଷ୍ଟ ଉପରେ କିଛି ଉଠା କପଡ଼ା ଦୋକାନ ନିଜର ବ୍ୟବସାୟ ଚଲାଇ ଆସୁଥିବା ନଜରକୁ ଆସିଛି ।

ନବରଙ୍ଗପୁର (କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳର ଛୋଟ ମୋଟ ସମସ୍ୟା ଗୁଡିକର ଅଭିଯୋଗ ଗ୍ରହଣ କରି ଘଟଣା ସ୍ଥଳରେ ସମାଧାନ କରିବା ସହିତ ମୁଖ୍ୟ ବଜାରରେ ହେଉଥିବା ଟ୍ରାଫିକ ସମସ୍ୟାକୁ ପରିଚାଳନା କରିବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ଏକ ଏଡ୍ ପୋଷ୍ଟ ନିର୍ମାଣ କରାଯାଇଛି।

ମୁଖ୍ୟ ବଜାରରେ ରହିଥିବା ଏହିି ଏଡ୍ ପୋଷ୍ଟ ରେ କୌଣସି ପୋଲିସ୍ କର୍ମଚାରୀ ରହୁ ନଥିବାରୁ ଏବେ ଏହା ଉଠା କପଡ଼ା ଦୋକାନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଗତ ୧୦ ବର୍ଷ ପୂର୍ବେ ଥାନାକୁ ଛୋଟ ଛୋଟ ଅଭିଯୋଗ ନେଇ ଆସି ପାରୁନଥିବା ଜନସାଧାରଣଙ୍କ ପାଇଁ ପୋଲିସ ପକ୍ଷରୁ ଏକ ଏଡ୍ ପୋଷ୍ଟ ନିର୍ମାଣ କରାଯାଇଥିଲା ।

ଥାନାକୁ ନ ଯାଇ ଛୋଟ ଛୋଟ ସମସ୍ୟାକୁ ତୁରନ୍ତ ସମାଧାନ କରିବା ସହ ମୁଖ୍ୟ ବଜାରରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ରହୁଥିବା କିଛି ପୋଲିସ୍ କର୍ମଚାରୀଙ୍କ ପାଇଁ ଏହି ପୋଷ୍ଟ ତିଆରି କରାଯାଇଥିଲା । ଫଳରେ କିଛି ବର୍ଷ ଏହିି ଏଡ୍ ପୋଷ୍ଟ ଠିକ୍ ଠାକ ଭାବେ ଚାଲି ଆସୁଥିବା ବେଳେ ବର୍ତ୍ତମାନ ୩ ରୁ ୪ ବର୍ଷ ହେବ ଏହିି ଏଡ୍ ପୋଷ୍ଟରେ କୌଣସି ପୋଲିସ୍ କର୍ମଚାରୀ ରହୁ ନଥିବା ଦେଖିବାକୁ ମିଳୁଛି ।

ଫଳରେ ଛୋଟ ଛୋଟ ଅଭିଯୋଗ ଓ ମୁଖ୍ୟ ବଜାରରେ ହେଉଥିବା ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପୋଲିସ୍ ପକ୍ଷରୁ କୌଣସି କର୍ମଚାରୀଙ୍କୁ ନିୟୋଜିତ କରା ଯାଉନଥିବା ବିଷୟ ଏହିି ଖାଲି ପଡ଼ିଥିବା ଏଡ୍ ପୋଷ୍ଟକୁ ଦେଖିଲେ ଜଣାପଡୁଛି । ଅପରପକ୍ଷରେ ପୋଲିସ୍ ପକ୍ଷରୁ ବ୍ୟବହାର ହେଉ ନଥିବାରୁ ଏହିି ଏଡ୍ ପୋଷ୍ଟ ଉପରେ କିଛି ଉଠା କପଡ଼ା ଦୋକାନ ନିଜର ବ୍ୟବସାୟ ଚଲାଇ ଆସୁଥିବା ନଜରକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.