ଆପଣଙ୍କୁ ଜିମ୍ ଯିବାକୁ ଆଳସୁଆ ଲାଗୁଛି କି ? ପ୍ରତିଦିନ ବେଡରେ ଉପରେ କରନ୍ତୁ ଏହି ଏକ୍ସର୍ସାଇଜ୍ ବହୁତ ଶୀଘ୍ର କମ ହେବ ଓଜନ
ତେବେ ଆପଣମାନେ ଜାଣିଛନ୍ତି କି ଯଦି ଜିମ୍ ଯିବାର ରୁଟିନ୍କୁ ଭାଙ୍ଗୁଛନ୍ତି, ତାହେଲେ ଆପଣଙ୍କ ଶରୀର ପାଇଁ ଏହା ଲାଭ ବଦଳରେ କ୍ଷତି ହୋଇପାରେ । ସେଥିପାଇଁ ଘରେ ରହି ମଧ୍ୟ ଏକ୍ସରସାଇଜ୍ କରି କ୍ୟାଲୋରୀ କମ୍ କରିପାରିବେ । ଏହା ବ୍ୟତୀତ ଏକ ବିଶେଷ କଥା ଏହା ଯେ, କିଛି ଏକ୍ସରସାଇଜ୍ ଏପରି ଯେ ଯାହାକୁ ଆପଣ ବେଡ୍ ଉପରେ ବସି ଓ ଶୋଇକରି କରିପାରିବେ ।
![yoga](https://knewsodisha.com/wp-content/uploads/2023/10/yoga-healthshots-.jpg)
ବର୍ତ୍ତମାନର ଖରାପ ଲାଇଫ୍ ଷ୍ଟାଇଲ ଯୋଗୁ ଲୋକମାନେ ମୋଟାପଣକୁ ନେଇ ଚିନ୍ତିତ ରହୁଛନ୍ତି । ସେଥିପାଇଁ ପ୍ରାୟ ଲୋକମାନେ ନିଜକୁ ଫିଟ୍ ରଖିବା ପାଇଁ ଅନେକ ପ୍ରକାରର ଏକ୍ସରସାଇଜ୍ କରିବା ସହ ଜିମ୍ ମଧ୍ୟ ଯାଉଛନ୍ତି । ଏହା ସହ ବର୍ତ୍ତମାନ ସମୟରେ ଜିମ୍ ଯିବ ଏକ ପ୍ରକାରର ଟ୍ରେଣ୍ଡ ହୋଇଯାଇଛି । ସେଥିପାଇଁ ଘଣ୍ଟା ଘଣ୍ଟା ଧରି ଜିମ୍ ଯାଇ ନିଜକୁ ଫିଟ୍ ରଖୁଛନ୍ତି । ହେଳେ ବେଳେ ବେଳେ ଜିମ୍ ଯିବା ପାଇଁ ଇଚ୍ଛା ହୋଇନଥାଏ ଓ ବହୁତ ଅଳସ ଲାଗିଥାଏ ।
ତେବେ ଆପଣମାନେ ଜାଣିଛନ୍ତି କି ଯଦି ଜିମ୍ ଯିବାର ରୁଟିନ୍କୁ ଭାଙ୍ଗୁଛନ୍ତି, ତାହେଲେ ଆପଣଙ୍କ ଶରୀର ପାଇଁ ଏହା ଲାଭ ବଦଳରେ କ୍ଷତି ହୋଇପାରେ । ସେଥିପାଇଁ ଘରେ ରହି ମଧ୍ୟ ଏକ୍ସରସାଇଜ୍ କରି କ୍ୟାଲୋରୀ କମ୍ କରିପାରିବେ । ଏହା ବ୍ୟତୀତ ଏକ ବିଶେଷ କଥା ଏହା ଯେ, କିଛି ଏକ୍ସରସାଇଜ୍ ଏପରି ଯେ ଯାହାକୁ ଆପଣ ବେଡ୍ ଉପରେ ବସି କରିପାରିବେ । ତେବେ ଆଜି ଆମେ ଆପଣମାନଙ୍କୁ କିଛି ସେହି ଭଳି ଏକ୍ସର୍ସାଇଜ୍ ବିଷୟରେ ଜଣାଇବୁ ଯାହାକୁ ଆପଣ ବେଡ୍ ଉପରେ କରିପାରିବେ ଓ ଫିଟ୍ ରହିପାରିବେ ।
ଦିନକୁ ଦିନ ବଢୁଛି ମୋଟାପଣର ମାମଲା :
ବର୍ତ୍ତମାନ ଲୋକମାନେ ଖରାପ ଲାଇଫ୍ ଷ୍ଟାଇଲ ଓ ଭୁଲ୍ ଖାଦ୍ୟକୁ ନିଜର ପ୍ରତିଦିନ ଜୀବିକା କରିସାରିଲେଣି । ତେବେ ଏହି କାରଣ ଯୋଗୁ ଲୋକଙ୍କର ଓଜନ ବଢିବା ସହ ମଧ୍ୟ ମୋଟା ହେବାକୁ ଲାଗୁଛନ୍ତି । ଲୋକମାନେ ମୋଟା ହେବାକୁ ଏକ ପ୍ରକାରର ପ୍ରୋବ୍ଲେମେ୍ ଭାବୁଛନ୍ତି । ହେଲେ ଆପଣମାନେ ଜାଣିଛନ୍ତି କି ଏହା ଏକ ଗମ୍ଭୀର ରୋଗରୁ କମ୍ ନୁହେଁ । ସୂଚନା ମୁତାବକ, ଭାରତରେ ପ୍ରାୟତଃ ୧୩୫ କୋଟି ଲୋକ ମୋଟା ହେବାର ସମସ୍ୟାରେ ପ୍ରଭାବିତ ହେଉଛନ୍ତି । କେବଳ ଏତିକି ନୁହେଁ ବରଂ ବିଶ୍ୱରେ ପ୍ରାୟ ୧.୯ ଲକ୍ଷ ଲୋକ ଓଭରେଓ୍ଵଟ୍ ଅଛନ୍ତି ଓ ୬୫୦ କୋଟି ଲୋକ ମୋଟାପଣ ସମସ୍ୟା ଯୋଗୁ ଚିନ୍ତିତ ଅଛନ୍ତି । ଯଦି ଆପଣଙ୍କ ପାଖରେ ଜିମ୍ ଯିବ ପାଇଁ ସମୟ ନାହିଁ, ତାହେଲେ ଆପଣ ବେଡ୍ ଉପରେ ମଧ୍ୟ କିଛି ଏକ୍ସର୍ସାଇଜ୍ କରିପାରିବେ ଓ ଫିଟ୍ ରହିପାରିବେ ।
ଏୟାର ସାଇକ୍ଲିଙ୍ଗି :
ବେଡ୍ରେ ଶୋଇ ଆପଣ ଏୟାର ସାଇକ୍ଲିଙ୍ଗି ଏକ୍ସର୍ସାଇଜ୍ କରିପାରିବେ । ତେବେ ଛୋଟ ବେଳେ ପିଲାମାନେ ଏହାକୁ ଏକ ମଜା ପାଇଁ କରୁଥିଲେ । ହେଲେ ଆପଣମାନେ ବ୍ୟସ୍ତ ବହୁଳ ଜୀବନରେ ଏବେ ଏହାକୁ ଏକ ପ୍ରକାରର ଏକ୍ସର୍ସାଇଜ୍ ଭାବେ ସାମିଲ କରିପାରିବେ । ସେଥିପାଇଁ ପ୍ରତିଦିନ ବେଡ୍ରେ ଶୋଇ ଗୋଡକୁ ୯୦ ଡିଗ୍ରି ପର୍ଯ୍ୟନ୍ତ ଟେକି ଦିଅନ୍ତୁ । ଏହାପରେ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଏୟାର ସାଇକ୍ଲିଙ୍ଗି ଏକ୍ସର୍ସାଇଜ୍ କରନ୍ତୁ ।
ଲେଗ୍ ଲେପ୍ଟଏକ୍ସର୍ସାଇଜ୍ :
ଲେଗ୍ ଲେପ୍ଟଏକ୍ସର୍ସାଇଜ୍ରେ ଆପଣ ଗୋଡକୁ ୯୦ ଡିଗ୍ରିରେ ଉଠାଇବେ ଓ ସେହି ପରି କିଛି ସମୟ ରହିବେ । ଏହି ଏକ୍ସର୍ସାଇଜ୍ ପାଇଁ ଆପଣ କାନ୍ଥର ସାହାଯ୍ୟ ମଧ୍ୟ ନେଇ ପାରିବେ । ଏଥିପାଇଁ ଶରୀରରେ ଅନେକ ପ୍ରକାରର ଲାଭ ମିଳିଥାଏ । ଏହାଦ୍ୱାରା ଓଜନ କମ୍ ହେବାରେ ମଧ୍ୟ ସାହାଯ୍ୟ ମିଳିପାରେ । ଆପଣ ଚାହିଁଲେ ଏହି ଏକ୍ସର୍ସାଇଜ୍କୁ ରାତିରେ ଶୋଇବା ପୂର୍ବରୁ ମଧ୍ୟ କରିପାରିବେ । ଏହି ପରି କରିବା ଦ୍ୱାରା ଶରୀରକୁ ବହୁତ ଆରାମ ମିଳିପାରିବ ।
ବଡି କ୍ରଞ୍ଚ ଏକ୍ସର୍ସାଇଜ୍ :
ପେଟ, ହାତ ଓ ଗୋଡର ଚର୍ବିକୁ କମ କରିବା ପାଇଁ ବଡି କ୍ରଞ୍ଚ ଏକ୍ସର୍ସାଇଜ୍ ଅନେକ ସାହଯ୍ୟ କରିପାରେ । ଏହାକୁ କରିବା ପାଇଁ ବେଡ୍ରେ ଶୋଇଯାଇ ହାତ ଓ ଗୋଡକୁ ଉପରକୁ କରି ବଡିକୁ ଷ୍ଟ୍ରେଚ୍ କରନ୍ତୁ । ଏହାପରେ ବଡିକୁ ପୁସ୍ କରି ଆଣ୍ଠୁକୁ ଛୁଇବା ପାଇଁ ଚେଷ୍ଟା କରନ୍ତୁ । ଏହି ପରି ପ୍ରତିଦିନ ୧୦ ମିନିଟ୍ କରିବା ଦ୍ୱାରା ଓଜନ କମ ହେବା ସହ ଫିଟ୍ ମଧ୍ୟ ରହିପାରିବେ ।