Below header

ଫ୍ରିଜରେ ରଖନ୍ତୁ ନାହିଁ ଏହି ୫ଟି ଫଳ, ନଷ୍ଟ ହୋଇଯିବ ପୋଷକ ତତ୍ତ୍ୱ

ଫ୍ରିଜ୍‌ ଆମ ଦୈନିକ ଆବଶ୍ୟକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି । କାରଣ ଏଥିରେ ଏନେକ ଦିନ ପର୍ଯ୍ୟନ୍ତ ଖାଦ୍ୟକୁ ସତେଜ ରଖାଯାଇପାରିବ । କିନ୍ତୁ କଣ ଆପଣ ଜାଣିଛନ୍ତି କି କିଛି ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ ।

ଆମେ ୱିକେଣ୍ଡ କିମ୍ବା ଛୁଟିଦିନରେ ଅନେକ ଫଳ ଏବଂ ପନିପରିବା କିଣି ଫ୍ରିଜରେ ରଖିଦେଇଥାଉ । ଫ୍ରିଜ୍‌ ଆମ ଦୈନିକ ଆବଶ୍ୟକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫ୍ରିଜ୍‌ ବହୁତ କାମରେ ଆସୁଛି । କିନ୍ତୁ କିଛି ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ । କାରଣ, ଆପଣ ଯଦି ଏଭଳି କରନ୍ତି, ତେବେ ଫଳରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯିବ ଏବଂ ଏହା ଖାଇବାର କୌଣସି ଲାଭ ରହିବ ନାହିଁ । ଆସନ୍ତୁ ଜାଣିବା, ସେହି ୫ଟି ଫଳ କ’ଣ ।

କଦଳୀ : ଏହି ଫଳକୁ ରୁମ୍‌ ତାପମାତ୍ରାରେ ରଖିବା ଉଚିତ୍‌ । ଯହି ଏହାକୁ ଫ୍ରିଜରେ ରଖୁଛନ୍ତି, ତେବେ ଏହା ଶୀଘ୍ର କଳା ପଡି ନଷ୍ଟ ହୋଇଯିବ । ଏଥିରୁ ଇଥାଇନଲ ଗ୍ୟାସ ନିର୍ଗତ ହୁଏ, ଯାହା ଅନ୍ୟ ଫଳକୁ ଶୀଘ୍ର ଖରାପ କରିଦେଇଥାଏ ।

ସେଉ: ଏହା ଏକ ସ୍ୱାଦିଷ୍ଚ ଏବଂ ପୌଷ୍ଟିକ ଫଳ । କୁହାଯାଏ ପ୍ରତିଦିନ ଗୋଟିଏ ସେଉ ଖାଇବା ଦ୍ୱାରା ଡାକ୍ତରଙ୍କ ପାଖକୁ ଯିବାକୁ ପଡେ ନାହିଁ । ସେଉକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ସରିଯାଏ । ଯଦି କୌଣସି କାରଣରୁ ଏହାକୁ ଫ୍ରିଜରେ ରଖୁଛନ୍ତି, ତାହେଲେ ଏହାକୁ କାଗଜରେ ଗୁଡାଇ ରଖନ୍ତୁ ।

ତରଭୁଜ: ଏଥିରେ ଅଧିକ ମାତ୍ରାର ଜଳ ରହିଥାଏ । ସେଥିପାଇଁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ଆକାରରେ ବଡ ହୋଇଥିବା କାରଣରୁ ଗୋଟିଏ ଥରରେ ଏହାକୁ ଖାଇ ହୋଇ ନ ଥାଏ । ତେଣୁ ଲୋକମାନେ ଏହାକୁ ଅଧା କାଟି ଫ୍ରିଜରେ ରଖିଦେଇଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଫଳରେ ଥିବା ଆଣ୍ଟିଆକ୍ସିଡାଣ୍ଟ ଏବଂ ପୋଷାକ ତତ୍ତ୍ଵ ନଷ୍ଟ ହୋଇଯାଏ ।

ଲିଚୁ :ଲିଚୁକୁ ଯଦି ଆମେ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିବା ଏହା ଭିତରୁ ତରଳିବା ଆରମ୍ଭ କରିଥାଏ । ଏହାର ପୋଷାକ ତତ୍ତ୍ଵ ମଧ୍ୟ ରହି ନ ଥାଏ । ସେଥିପାଇଁ ଗୋଟିଏ ଦିନରେ ଏହାକୁ ଯେତିକି ଖାଇପାରିବେ, ସେତିକି ହି କିଣନ୍ତୁ ।

ଆମ୍ବ: ଖରାଦିନେ ଆମ୍ବ ନ ଖାଇଲେ ଏହି ୠତୁ ଅସମ୍ପୂର୍ଣ୍ଣ ଭଳି ମନେ ହୁଏ । ଆମ୍ବ ପାଚିବା ପରେ ଏହା ଖରାପ ହୋଇଯାଇପାରେ । ସେଥିପାଇଁ ଏହାକୁ ଆମେ ଫ୍ରିଜରେ ରଖିଥାଉ । କିନ୍ତୁ ଏପରି କରିବା ଦ୍ୱାରା ଆମ୍ବରେ ଥିବା ଆଣ୍ଟିଆକ୍ସିଡାଣ୍ଟ ଏବଂ ପୋଷାକ ତତ୍ତ୍ଵ ନଷ୍ଟ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.