ଏଠାରେ ଲାଗିଥାଏ ଦୁଲହନ ବଜାର, ଯେଉଁଠି ଯୁବକ ନିଜ ପସନ୍ଦର ଝିଅ କିଣି କରନ୍ତି ବିବାହ

ପତି ପତ୍ନୀଙ୍କ ସମ୍ପର୍କ ପ୍ରେମ ଏବଂ ବିଶ୍ୱାସର ବନ୍ଧନ। ଯାହା ପରସ୍ପରଙ୍କ ମନମୁତାବକ ପସନ୍ଦ କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି, ଏପରି ଏକ ସ୍ଥାନ ରହିଛି ଯେଉଁଠି ପୁରୁଷମାନେ ନିଜର ପତ୍ନୀ ଚୟନ ସେମାନଙ୍କୁ କିଣି କରିଥାନ୍ତି। ଏପରି ଏକ ସ୍ଥାନ ବୁଲଗେରିଆରେ ରହିଛି ଯାହାର ନାମ ସତାର ଜାଗୋର । ଯେଉଁଠି ପ୍ରତି ତିନିବର୍ଷରେ ଥରେ ବଧୂ ବଜାର ଲାଗିଥାଏ। ଏଠାରେ ବଧୂ କିଣିବା ପରମ୍ପରା ବହୁତ ବର୍ଷରୁ ଚାଲିଆସିଛି, ଯାହାକୁ ନେଇ ଏଠିକାର ସରକାର ମଧ୍ୟ କିଛି ରୋକ୍‌ ମଧ୍ୟ ଲଗାଇନାହାନ୍ତି।

market_4

ଏହି ବଜାରରେ ଯୁବତୀମାନେ ବଧୂ ବେଶରେ ସଜେଇ ହୋଇ ରହନ୍ତି। ଏହି ବଜାରକୁ ବିବାହଯୋଗ୍ୟ ଯୁବକ ଆସି ନିଜ ମନ ପସନ୍ଦର ବଧୂ କିଣିନିଅନ୍ତି। ଯେଉଁ ପରିବାର ଆର୍ଥିକ ରୂପେ ଦୁର୍ବଳ ଏବଂ ଯେଉଁମାନେ ନିଜ ଝିଅର ବିବାହ ଖର୍ଚ୍ଚ ଉଠାଇପାରନ୍ତି ନାହିଁ ଏହିମେଳା ସେମାନଙ୍କ ତରଫରୁ ଲଗାଯାଏ।

girl

ଏହି ବଜାରକୁ କେବଳ ବିବାହଯୋଗ୍ୟ ଯୁବକ ନୁହନ୍ତି ବରଂ ତାଙ୍କ ସଂପୂର୍ଣ୍ଣ ପରିବାର ମଧ୍ୟ ଆସନ୍ତି। ଏଠାରେ ଯୁବକ ନିଜ ମନ ମୁତାବକ ଯୁବତୀଙ୍କୁ ପସନ୍ଦ କରନ୍ତି। ତା’ ପରେ ସେମାନଙ୍କୁ କଥାବାର୍ତ୍ତା ହେବାକୁ ସୁଯୋଗ ଦିଆଯାଏ। ପରେ ଯଦି ଝିଅକୁ ଯୁବକ ପସନ୍ଦ କରନ୍ତି ତେବେ ପତ୍ନୀ ଭାବେ ସ୍ୱୀକାର କରିନିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.