ଜାଣନ୍ତୁ କଣ ରହଛି ଭଗବାନ ବିଷ୍ଣୁଙ୍କ ରାମ ଅବତାରର ରହସ୍ୟ

ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ରାମ ଅବତାର। ରାମ ଅଯୋଧ୍ୟାର ରାଜା ଥିଲେ। ରାମ ବାଲ୍ମୀକିଙ୍କ ମହାକାବ୍ୟ ରାମାୟଣର ମୁଖ୍ୟ ପାତ୍ର। ମହାକାବ୍ୟରେ ଭଗବାନ ରାମଙ୍କୁ ଆଦର୍ଶ ରାଜା ଏବଂ ଆଦର୍ଶ ବ୍ୟକ୍ତି ରୂପେ ବର୍ଣ୍ଣନା କରାଯାଇଛି। ସେ ଭାରତରେ ସବୁଠାରୁ ବ୍ୟାପକ ରୂପେ ପୂଜା ପାଉଥିବା ହିନ୍ଦୁ ଦେବତା। ଭଗବାନ ବିଷ୍ଣୁଙ୍କ ଅବତାର ସହ ଭଗବାନ ବିଷ୍ଣୁ ମଧ୍ୟ ସବୁଠାରେ ପ୍ରସିଦ୍ଧ।

Lord-Ramaଭଗବାନ ରାମ ରାଜା ଦଶରଥ ଏବଂ ରାଣୀ କୌଶଲାଙ୍କର ବଡ ପୁତ୍ର ଥିଲେ। ସେ ରାଜା ଜନକଙ୍କ ପୁତ୍ରୀ ସୀତାଙ୍କ ବିବାହ ‘ସ୍ୱୟଂମ୍ବର’ ସମାରୋହରେ ବିଜୟ ଲାଭ କରିଥିଲେ। ସମାରୋହରେ ରାମଙ୍କୁ ଏକ ବିଶାଳ ଧନୁରେ ତାର ଖଞ୍ଜିବା ପାଇଁ ଦିଆଯାଇଥିଲା। ଏହି ସମାରୋହରେ ବିଭିନ୍ନ ରାଜ୍ୟର ରାଜକୁମାରମାନେ ସତ ଚେଷ୍ଟା କରିଥିଲେ ମଧ୍ୟ ଧନୁକୁ ଉଠାଇ ପାରିନଥିଲେ। କିନ୍ତୁ ରାମ ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥିବାରୁ ସେ ଗୋଟିଏ ହସ୍ତରେ ଧନୁକୁ ଟେକି ସେଥିରେ ତାର ଖଞ୍ଜିଥିଲେ। କିନ୍ତୁ କିମ୍ବଦନ୍ତୀ ଅନୁଯାୟୀ ରାମଙ୍କ ସାବତ ମା’ କୈକେୟୀ ଚାହୁଁଥିଲେ ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହୁଅନ୍ତୁ। ଏହିକାରଣୁ ରାଣୀ କୈକେୟୀ ମଧ୍ୟ ଭଗବାନ ରାମଙ୍କୁ ଅଯୋଧ୍ୟାରୁ ଦୂରକୁ ପଠାଇବା ପାଇଁ ଷଡଯନ୍ତ୍ର ରଚିଥିଲେ।

ଏହାସହ ପଢନ୍ତୁ: ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ପର୍ଶୁରାମ ଅବତାରର ରହସ୍ୟ

rama-sitaଥରେ ଭଗବାନ ରାମ ଏବଂ ଲକ୍ଷ୍ମଣ ସୀତାଙ୍କୁ ଏକୁଟିଆ ଛାଡି ଦେଇ ସିକାର କରିବା ପାଇଁ ଚାଲିଯାଇଥିଲେ। ଏହି ସମୟରେ ସୀତାଙ୍କୁ ରାବଣ ଅପହରଣ କରିନେଇଥିଲା। ରାବଣ ଜ୍ଞାନୀ ଥିବା ସହ ଜଣେ ଦୃଷ୍ଟ ରାଜା ଥିଲେ। ସେ ଲଙ୍କାର ଦଶ ପ୍ରମୁଖ ଶାସକ ଥିଲେ। ସେ ରାମଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସୀତାଙ୍କୁ ବନ୍ଦୀ କରିଦେଇଥିଲେ। ଏହି ସମୟରେ ସୀତାଙ୍କୁ ମୁକ୍ତ କରିବା ପାଇଁ ରାମ ଭାଇ ଲକ୍ଷ୍ମଣ ଏବଂ ହନୁମାନଙ୍କ ସାହାଯ୍ୟରେ ରାବଣ ସେନାରେ ଆକ୍ରମଣ କରିଥିଲେ। ଏହାପରେ ଭୟଙ୍କର ଯୁଦ୍ଧ ପରେ ଭଗବାନ ରାମ ଦଶ ମୁଣ୍ଡ ଥିବା ରାବଣକୁ ପରାସ୍ତ କରିବାରେ ସଫଳତା ପ୍ରାପ୍ତ କରିଥିଲେ। ଶେଷରେ ଭଗବାନ ରାମ ବନବାସ ପୂରଣ କରି ଭାଇ ଏବଂ ପତ୍ନୀଙ୍କ ସହ ପୂନର୍ବାର ଅଯୋଧ୍ୟା ଫେରିଥିଲେ। ଏହାପରେ ରାମଙ୍କୁ ଅଯୋଧ୍ୟାର ରାଜା ହେବାର ମୁକୁଟ ପିନ୍ଧା ଯାଇଥିଲା। ରାମଙ୍କ ଶାସନ ସମୟରେ ଅଯୋଧ୍ୟା ରାମ ରାଜ୍ୟ ରୂପେ ପରିଚିତ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.