‘ଶ୍ୟାମ ରୋଷେଇ’ ଦୈନିକ ୧୦୦୦ ଲୋକଙ୍କୁ ଦେଉଛି ପେଟ ଭର୍ତ୍ତି ଖାଇବା, ତାହା ପୁଣି ମାତ୍ର ୧ ଟଙ୍କାରେ, ଜାଣନ୍ତୁ କେଉଁଠି

ଦିଲ୍ଲୀର ନାଙ୍ଗଲୋଇରେ ଥିବା ‘ଶ୍ୟାମ ରୋଷେଇ’ ଗ୍ରାହକଙ୍କୁ ଦେଉଛି ପେଟ ଭର୍ତ୍ତି ଖାଇବା, ଆଉ ତାହା ପୁଣି ମାତ୍ର ୧ ଟଙ୍କାରେ। ଏହି ଥାଳିରେ ପନିର, ଛାଛ ଏବଂ ମିଠା ମଧ୍ୟ ସାମିଲ ରହିଛି। ପ୍ଲେଟକୁ ଦିଲ୍ଲୀର ସବୁଠାରୁ ଶସ୍ତା ଥାଳି ବୋଲି କୁହାଯାଉଛି। ଦୋକାନୀ ୧ ଟଙ୍କା ଏଥିପାଇଁ ନେଉଛନ୍ତି, ଯେମିତି ଲୋକେ ମାଗଣା ଭାବି ଖାଦ୍ୟ ନଷ୍ଟ ନ କରିବେ।

ffs

୫୧ ବର୍ଷୀୟ ପରବୀନ କୁହନ୍ତି, ଲୋକେ ବିଭିନ୍ନ ଉପାୟରେ ଦାନ କରିଥାନ୍ତି। କିଛି ଲୋକ ଆର୍ଥିକ ସହାୟତା କରନ୍ତି ତ କିଛି ଲୋକ ରାଶନ ଏବଂ ଚାଉଳ ଦିଅନ୍ତି। ପ୍ରଥମେ ସେ ୧୦ ଟଙ୍କାରେ ଗୋଟିଏ ପ୍ଲେଟ ଦେଉଥିଲେ। କିନ୍ତୁ ନିକଟରେ ସେ ଅଧିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଦାମକୁ ୧ ଟଙ୍କା ପର୍ଯ୍ୟନ୍ତ କମାଇ ଦେଇଛନ୍ତି। ଏହି ରୋଷେଇରେ ପ୍ରତ୍ୟେକ ଦିନ ପାଖାପାଖି ୧,୦୦୦ ଲୋକ ଭୋଜନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.