Below header

ଦାନ୍ତକୁ ମଜଭୁତ ଓ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଆଜିକାଲିର ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିପାଇଁ ଦୈନିକ ସନ୍ତୁଳିତ ଆହାରର ଆବଶ୍ୟକତା ରହିଛି । ସବୁଠୁ ବଡ଼ ଆବଶ୍ୟକତା ହେଉଛି ଖାଦ୍ୟକୁ ଚୋବାଇବା ପାଇଁ ମଜଭୁତ ଦାନ୍ତ । ଯଦି ଆପଣଙ୍କ ଦାନ୍ତରେ ଅସୁବିଧା ରହିଛି ତାହେଲେ ଖାଦ୍ୟ ଖାଇବା ପାଇଁ ବହୁ ଅସୁବିଧା ହୋଇଥାଏ । ବୟସ ହେଲେ ଦାନ୍ତ କ୍ଷୟ ହେବା ଏକ ସାଧାରଣ ଘଟଣା । ହେଲେ ଅଳ୍ପ ବୟସରେ ଦାନ୍ତର ଅସୁବିଧା ଦେଖାଦେଲେ ଏହାର ଯତ୍ନ ନେବା ଜରୁରୀ । ଦାନ୍ତକୁ ସୁସ୍ଥ ରଖିବା ପାଇଁ ଏହି ସବୁ ଜିନିଷର ନିଶ୍ଚିତ ଉପଯୋଗ କରନ୍ତୁ ।

୧. ଭିଟାମିନ ‘ସି’ଯୁକ୍ତ ଫଳ ଓ ପରିବା ଖାଆନ୍ତୁ : କରୋନା ପାଇଁ ଡାକ୍ତର ମଧ୍ୟ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ଖାଇବାକୁ ଉପଦେଶ ଦେଉଛନ୍ତି । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିବା ସହିତ ଦାନ୍ତ ମଧ୍ୟ ମଜଭୁତ ହୋଇଥାଏ । ଏଥିପାଇଁ କମଳା, କୋବି, ଲେମ୍ବୁ ଓ ବନ୍ଧା କୋବି ଅଧିକ ଖାଆନ୍ତୁ ।

veg-0

୨. ଦୁଗ୍ଧ ଜାତୀୟ ଖାଦ୍ୟ ଖାଆନ୍ତୁ : ଦୈନିକ ଭୋଜନରେ ଦୁଧ, ଦହି, ପନିରକୁ ନିଶ୍ଚିତ ସାମିଲ କରନ୍ତୁ । ଏଥିରେ କ୍ୟାଲ୍‌ସିୟମ ଓ ଭିଟାମିନ୍‌-ସି ଥିବାରୁ ଦାନ୍ତ ଓ ହାଡ଼ ମଜଭୁତ କରିବାରେ ଭଲ କାମ କରିଥାଏ ।

milk-0

୩. ଅଣ୍ଡା,ଗ୍ରୀନ୍‌ ଟି : ଅଣ୍ଡାରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଡି ଓ କ୍ୟାଲ୍‌ସିୟମ୍‌ ଥିବାରୁ ଦାନ୍ତର ମଜଭୁତ ପାଇଁ ଏହାକୁ ସେବନ କରନ୍ତୁ । ସେହିପରି ଗ୍ରୀନ୍‌ ଟି‘ ରେ ଏଣ୍ଟି ଅକ୍ସିଡାଣ୍ଟ ଥିବାରୁ ଦାନ୍ତରେ ଜିବାଣୁକୁ ମାରି ରୋଗ ସୃଷ୍ଟି କରିବାକୁ ଦେଇ ନଥାଏ । ଦେହରୁ ଟକ୍ସିକ୍‌ ପଦାର୍ଥ ବାହାର କରିବାକୁ ପାଣି ଅଧିକ ମାତ୍ରାରେ ପିଅନ୍ତୁ ।

EGG

ତେବେ ଏହା ଏକ ପରାମର୍ଶ ମାତ୍ର । ଅଧିକ ଜାଣିବା ପାଇଁ ଡାକ୍ତରଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.