ବିରାଟ କୋହଲି କହିଦେଲେ ଅନୁଷ୍କା ଶର୍ମାଙ୍କ ଡେଲିଭରି ଡେଟ, ଏହି ଦିନ ଆସିପାରେ ଖୁସି ଖବର

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ନିଜ ପ୍ରେଗନାନ୍ସି ପିରିୟଡକୁ ଏଞ୍ଜୟ କରୁଛନ୍ତି। ସେପଟେ ତାଙ୍କ ସ୍ୱାମୀ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଆଇପିଏଲକୁ ନେଇ ବ୍ୟସ୍ତ ରହିଛନ୍ତି। ଏମିତିରେ ପ୍ରେଗନାନ୍ସି ପିରିୟଡରେ ଅନୁଷ୍କା ନିଜ ସ୍ୱାମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ଗ୍ରାଉଣ୍ଡରେ ବି ନଜର ଆସୁଛନ୍ତି। ଶନିବାର RCB ଏବଂ RRଙ୍କ ମଧ୍ୟରେ ମ୍ୟାଚ ବେଳେ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ଥିଲେ, ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଏ ପର୍ଯ୍ୟନ୍ତ ଭାଇରଲ ହେଉଛି।

dds

ଫଟୋରେ ଅନୁଷ୍କାଙ୍କର କ୍ୟୁଟ ବେବି ବମ୍ପ ମଧ୍ୟ ନଜର ଆସୁଛି। ସେପଟେ ଏବେ ବିରାଟ ଅନୁଷ୍କାଙ୍କ ପ୍ରେଗନାନ୍ସିକୁ ନେଇ ଏକ ବଡ଼ ଖୁଲାସା ମଧ୍ୟ କରିଦେଇଛନ୍ତି। କଥାଟି ହେଉଛି, ସେଲିବ୍ରିଟି ଫଟୋଗ୍ରାଫର Viral Bhayani ନିଜ ଅଫିସିଆଲ ଇନଷ୍ଟଗ୍ରାମ ଆକାଉଣ୍ଟରେ ବିରାଟ ଏବଂ ଅନୁଷ୍କାଙ୍କର ଏକ ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ବିରାଟ କହିଥିଲେ, ସେ ଆଶା ରଖିଛନ୍ତି କି, ୧୦ ନଭେମ୍ବରକୁ ତାଙ୍କ ପିଲା ଜନ୍ମ ହୋଇଯିବ’।

ddg

ଯଦିଓ ୨ ମିନିଟ ପରେ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରୁ ହଟାଇ ଦିଆଯାଇଛି। ତେବେ ଯେତେବେଳେ ଏହି ପୋଷ୍ଟ କରାଯାଇଥିଲା, ମାତ୍ର ୨ ମିନିଟ ଭିତରେ ହିଁ ଏହାକୁ ୧୬୨୭ଟି ଲାଇକ ମିଳିସାରିଥିଲା ଏବଂ ଅନେକ ଲୋକ କମେଣ୍ଟ ମଧ୍ୟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.