ଥାନାରେ ପୋଷ୍ଟିଂ ମିଳିବାରେ ଦିନ କେଇଟା ହୋଇନି, ହାତରେ ରିଭଲଭର ଧରି ନିଜର ଦମ୍ ଦେଖାଇଲେ ମହିଳା କନଷ୍ଟେବଳ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ପୋଲିସ ଖାକି ପୋଷାକରେ ରିଭଲଭର ଧରିଥିବା ଜଣେ ମହିଳା କନଷ୍ଟେବଳଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉଚ୍ଚ ପଦସ୍ଥ ଅଧିକାରୀ ତାଙ୍କୁ ଲାଇନ ହାଜର କରି ଦେଇଛନ୍ତି। ଏବେ ମାମଲାର ତଦନ୍ତ ଚାଲିଛି। ତଦନ୍ତ ପରେ କନଷ୍ଟେବଳ ପ୍ରିୟଙ୍କା ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାମଲାଟି ଉତ୍ତର ପ୍ରଦେଶର ଆଗ୍ରା ଜିଲା ଥାନା ଏମ୍ଏମ୍ ଗେଟ୍ ଅଞ୍ଚଳର। ଏହି ଥାନାରେ ମୁତୟନ ମହିଳା କନଷ୍ଟେବଳ ପ୍ରିୟଙ୍କା ମିଶ୍ରାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ସେ ଏକ ରୁମ୍ ଭିତରେ ରିଭଲଭର ସହ ନଜର ଆସୁଛନ୍ତି। ଅଣ୍ଟାରେ ଖୋସିଥିବା ରିଭଲଭରକୁ ସେ ନିଜ ହାତରେ ନେଇ ମଧ୍ୟ ଦେଖାଉଛନ୍ତି। ଖାକି ପୋଷାକରେ ମହିଳା କନଷ୍ଟେବଳ ଜଣକ ରିଭଲଭର ସହିତ ଇନ୍ଷ୍ଟାଗ୍ରାମରେ ଏହି ଭିଡିଓ ଶୁଟ୍ କରିଥିଲେ, ଯାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦିଆଯାଇଛି। ଏଥିରେ ଭଏସ୍ ଆଉ କାହାର ଥିବା ବେଳେ ଆକ୍ଟିଂ କନଷ୍ଟେବଳ ପ୍ରିୟଙ୍କା ମିଶ୍ରା କରିଛନ୍ତି। ଭିଡିଓଟି ଭାଇରାଲ ହେବା କ୍ଷଣି ସେ ଚର୍ଚ୍ଚା ପରିସରକୁ ଆସି ଯାଇଛନ୍ତି।
ପ୍ରିୟଙ୍କା ମିଶ୍ରାଙ୍କ ଏହି ଭିଡିଓ ୫ ଦିନର ପୁରୁଣା ବୋଲି କୁହାଯାଉଛି। ଏମ୍ଏମ୍ ଗେଟ୍ ଥାନା ପ୍ରଭାରୀ ଅବଧେଶ ଅବସ୍ଥୀଙ୍କ କହିବା ହେଲା, ପ୍ରିୟଙ୍କା ମିଶ୍ରା ଅଣ୍ଡର ଟ୍ରେନି ଅଛନ୍ତି। କିଛି ହିଁ ଦିନ ତଳେ ତାଙ୍କୁ ଏହି ଥାନାରେ ପୋଷ୍ଟିଂ ମିଳିଛି। ଏବେ ସେ ଛୁଟିରେ ଅଛନ୍ତି। ଆଗ୍ରା ଏସ୍ଏସ୍ପି ମୁନିରାଜ ଜୀଙ୍କ ନିର୍ଦ୍ଦେଶକ୍ରମେ ମହିଳା କନଷ୍ଟେବଳଙ୍କୁ ପୋଲିସ ଲାଇନ ସ୍ଥାନାନ୍ତର କରି ଦିଆଯାଇଛି।
video courtesy: Zee Bihar Jharkhand