Below header

ପୂର୍ବତନ ଚେନ୍ନାଇ ସୁପର କିଙ୍ଗ ଓ ଓ୍ଵାର୍ଲ୍ଡ କପ ଫାଇନାଲରେ ଖେଳିଥିବା ଯୁବକ ଏବେ ଅଷ୍ଟ୍ରେଲିଆରେ ଡ୍ରାଇଭର

ନୂଆଦିଲ୍ଲୀ : କୁହାଯାଏ ଭାଗ୍ୟ ଛଡ଼ା ପଥ ନାହିଁ । ମନୁଷ୍ୟ ଯେତେ ପାରିଲା ପଣିଆର ହୋଇଥାଉ ନା କାହିଁକି ଭାଗ୍ୟ ଯଦି ସାଥି ନଦେଲା ତେବେ ସବୁ ବୃଥା ହୋଇଯାଏ । ଭଲ ସୁଯୋଗା ପାଇ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରି ନଥାନ୍ତି । ଏମିତି ଜଣେ କ୍ରିକେଟ ଖେଳାଳୀ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗରେ ଖେଳୁଥିବା ସୁରଜ ରଣ୍ଡଭି । ରନ୍‌ଡିଭି ଜଣେ ଅଫ୍‌ ସ୍ପିନର ।

ସେ ୨୦୧୧ ମସିହାରେ ଶ୍ରୀଲଙ୍କା ତରଫରୁ ଓ୍ଵାର୍ଲ୍ଡ କପ୍‌ ଫାଇନାଲ ଖେଳିଥିଲେ । ଏହି ସମୟରେ ଭାରତ ଓ୍ଵାର୍ଲ୍ଡ କପ୍‌ ଜିତିଥିଲା । ହେଲେ ରନ୍‌ଡିଭି ଆଜି ଅଷ୍ଟ୍ରେଲିଆରେ ଜଣେ ବସ ଡ୍ରାଇଭର । ସେ ନିଜର ଜୀବନ ଜୀବିକା ପାଇଁ ସେ ଦେଶ ଛାଡ଼ି ଅଷ୍ଟ୍ରେଲିଆରେ ବସ ଡ୍ରାଇଭର ଭାବେ କାମ କରୁଛନ୍ତି । କ୍ରିକେଟ ଠାରୁ ସନ୍ନ୍ୟାସ ନେଇଛନ୍ତି ସେ ।

ରନ୍‌ଡିଭିଙ୍କ ବ୍ୟତୀତ ଶ୍ରୀଲଙ୍କାର ପୂର୍ବତନ ଖେଳାଳୀ ଚିନ୍‌ଥାକା ନମସ୍ତେ ଏବଂ ପୂର୍ବତନ ଜିମ୍ବାେଓ୍ଵ କ୍ରିକେଟର ଓ୍ଵାଡିଙ୍ଗଟନ୍‌ େଓ୍ଵୟେଙ୍ଗା ମଧ୍ୟ ଅଷ୍ଟ୍ରେଲିଆରେ ବସ୍‌ ଡ୍ରାଇଭର ଭାବେ କାମ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.