ମଥୁରାରେ ନିଆରା ହୋଲି, ରଙ୍ଗ ଖେଳରେ ହୋଇଥାଏ ଲଡୁ ଓ ଲାଠି ଖେଳ

ମଥୁରା ଜିଲ୍ଲାର ବର୍ଷାଣାରେ ବିଶ୍ବ ପ୍ରସିଦ୍ଧ ହୋଲି ପର୍ବ ଲାଠି ଖେଳ ସହିତ ଲଡ଼ୁରେ ମଧ୍ୟ ଖେଳାଯାଇଥାଏ। ରାଧା ରାଣୀଙ୍କ ମନ୍ଦିରରେ ହୋଲି ଖେଳିବା ପାଇଁ ଦେଶ-ବିଦେଶରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି। ଏଠାରେ ଆସୁଥିବା ଲକ୍ଷାଧିକ ଭକ୍ତମାନଙ୍କ ସମାଗମକୁ ନିୟନ୍ତ୍ରଣ କରିବା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହା ସହିତ ୧୪ ମାର୍ଚ୍ଚରୁ ଏଠାରେ ସମସ୍ତ ଯାନବାହନ ଚଳାଚଳ ବନ୍ଦ କରିଦିଆଯାଇଛି। ଯଦି ଆପଣ ମଥୁରା ନିକଟବର୍ତ୍ତୀ ବର୍ଷାଣା ଯିବାକୁ ଚାହୁଁଥିବେ ତେବେ ଆପଣଙ୍କୁ ଚାଲିବାକୁ ପଡ଼ିବ। ବର୍ଷାଣାରେ ଲାଠି ଖେଳ ଏବଂ ଲଡ଼ୁ ଖେଳ ଦେଖିବା ପାଇଁ ବହୁତ ସଂଖ୍ୟାରେ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି।

holi festivalବ୍ରଜରେ ହୋଲି ପର୍ବ ଦୀର୍ଘ ଦେଢ ମାସ ପର୍ଯ୍ୟନ୍ତ ପାଳନ କରାଯାଏ। ଏଠାର ତୀର୍ଥସ୍ଥାନ ମାନଙ୍କରେ ନିଜ ନିଜର ପରମ୍ପରା ଅନୁଯାୟୀ ହୋଲି ପର୍ବ ପାଳନ କରାଯାଇଥାଏ। ଯାହା ମଧ୍ୟରେ ନନ୍ଦ ଗାଁଓ ଏବଂ ବର୍ଷାଣାୋ ହୋଲି ପର୍ବ ଭିନ୍ନ ଧରଣର ହୋଇଥାଏ। ଆଜି ଆମେ ଆପଣଙ୍କୁ ରାଧା ନଗରୀ ବର୍ଷାଣାରେ ପାଳନ କରାଯାଉଥିବା ହୋଲି ପର୍ବର ଏପରି କିଛି ଦୃଶ୍ୟ ଦେଖାଇବୁ, ଯାହା ଦେଖିଲା ପରେ ଆପଣମାନେ ମଧ୍ୟ ଏଠାକୁ ଆସିବା ପାଇଁ ଇଛା ପ୍ରକାଶ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.