ଜାଣିଛନ୍ତି କି କେମିତି ଥିଲା ରୂପ, ରଙ୍ଗ ଏବଂ କେମିତି ଦେଖାଯାଉଥିଲେ ଭଗବାନ ଶ୍ରୀ କୃଷ୍ଣ ?

ହିନ୍ଦୁ ଧର୍ମର ଆରାଧ୍ୟ ଭଗବାନ ଶ୍ରୀ କୃଷ୍ଣ । ହେଲେ କେମିତି ରହିଛି ଶ୍ରୀ କୃଷ୍ଣଙ୍କ ଶାରୀରିକ ସଂରଚନା ?  କେମିତି ଦେଖାଯାଉଥିଲେ ଦେବକୀନନ୍ଦନ ? କେବେ ଭାବିଛନ୍ତି ? ତେବେ ପୁରାଣରେ ବର୍ଣ୍ଣିତ ଭଗବାନ ଶ୍ରୀ କୃଷ୍ଣଙ୍କ ଶାରୀରିକ ସଂରଚନା କିଛି ଏପରି ରହିଛି ।

କଠୋର ଏବଂ କୋମଳ ଶରୀର 

Shri Krishnaକୁହାଯାଏ ଭଗବାନ୍ ଶ୍ରୀ କୃଷ୍ଣଙ୍କ ଶରୀର ଅତ୍ଯନ୍ତ କୋମଳ । କିନ୍ତୁ ଯୁଦ୍ଧ ସମୟରେ ଏହି କୋମଳ ଶରୀର ବିସ୍ତୃତ ଏବଂ କଠୋର ହୋଇଯାଉଥିଲା । ବିଶ୍ବାସ ରହିଛି ଯେ ଏହା ଏଥିପାଇଁ ହେଉଥିଲା ଯେ ଶ୍ରୀ କୃଷ୍ଣ ଯୋଗ ଏବଂ କଳରିପଟ୍ଟୁ ବିଦ୍ଯାରେ ପାରଙ୍ଗମ ଥିଲେ । ଏହାର ଅର୍ଥ ଶ୍ରୀ କୃଷ୍ଣ ନିଜ ଶରୀରକୁ କୌଣସି ପ୍ରକାର ବନାଇପାରିବେ । ସେଥିପାଇଁ ନାରୀଙ୍କ ପରି କୋମଳ ତାଙ୍କର ଶରୀର ଯୁଦ୍ଧ ସମୟରେ ଅତ୍ଯନ୍ତ କଠୋର ହୋଇଯାଉଥିଲା । ଏପରି ଗୁଣ କର୍ଣ୍ଣ ଏବଂ ଦ୍ରୌପଦୀଙ୍କ ଶରୀରରେ ମଧ୍ୟ ଥିଲା ।

ମେଘ ଶ୍ଯାମଳ ଶରୀର 

କିଛି ଲୋକ ଭଗବାନ ଶ୍ରୀ କୃଷ୍ଣଙ୍କ ରଙ୍ଗ କଳା କହୁଥିବା ବେଳେ କିଛି ଲୋକ କୁହନ୍ତି ଶ୍ଯାମଳ ରଙ୍ଗ । ଶ୍ଯାମଳ ଅର୍ଥାତ୍ କିଛି କିଛି କଳା ଆଉ କିଛି କିଛି ନୀଳ । ଅର୍ଥାତ୍ କଳା ପରି ନୀଳ । ଯେମିତି ସୂର୍ଯ୍ଯାସ୍ତ ପରେ ଯେତେବେଳେ ଦିନ ଅସ୍ତ ହେଉଥିବା ବେଳେ ଆକାଶର ରଙ୍ଗ କଳା ପରି ନୀଳ ହୋଇଯାଏ । କିଛି ଜନଶ୍ରୁତି ଅନୁସାରେ କୃଷ୍ଣଙ୍କ ରଙ୍ଗ ନା କଳା ଥିଲା ନା ଥିଲା ନୀଳ । ଏମିତି କି ତାଙ୍କ ରଙ୍ଗ କଳା ନିଶ୍ଚିତ କିନ୍ତୁ ନୀଳ ବି ନୁହେଁ । ତାଙ୍କର ତ୍ବଚାର ରଙ୍ଗ ଶ୍ଯାମଳ ବି ନଥିଲା । ପ୍ରକୃତରେ ଭଗବାନ ଶ୍ରୀ କୃଷ୍ଣଙ୍କ ରଙ୍ଗ ମେଘ ଶ୍ଯାମଳ ଥିଲା । ଅର୍ଥାତ୍ କଳା, ନୀଳ ଏବଂ ଧଳା ମିଶା ରଙ୍ଗ ।

ଶ୍ରୀ କୃଷ୍ଣଙ୍କ ଶରୀରର ଗନ୍ଧ 

Krishnaପ୍ରଚଳିତ ଜରଶ୍ରୁତି ଅନୁସାରେ ଶ୍ରୀ କୃଷ୍ଣଙ୍କ ଶରୀରରୁ ମାଦକ ସୁଗନ୍ଧ ବାହାରୁଥାଏ । ଏହି ଗନ୍ଧକୁ ସେ ନିଜ ଗୁପ୍ତ ଅଭିଯାନରେ ଲୁଚାଇଥିଲେ । ଏହି ସୁଗନ୍ଧ ଦୌପଦୀଙ୍କ ଶରୀରରୁ ମଧ୍ୟ ଆସିଥାଏ । ଦୌପଦୀଙ୍କ ଶରୀରରୁ ବାହାରୁଥିବା ଏହି ସୁଗନ୍ଧ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଯେଉଁଆଡୁ ଏହି ସୁଗନ୍ଧ ଆସେ ସମସ୍ତେ ସେହି ଦିଗ ଆଡକୁ ଚାହୁଁଥିଲେ । କୁହାଯାଏ ଶ୍ରୀ କୃଷ୍ଣଙ୍କ ଶରୀରରୁ ବାହାରୁଥିବା ଏହି ସୁଗନ୍ଧ ଗୋପିକାଚନ୍ଦନ ଏବଂ କିଛି କିଛି ରାତିରାଣୀ ସୁଗନ୍ଧ ସହ ମିଶିଥାଏ ।

ଚୀର ଯୌବନ ଥିଲା 

ଦେହାନ୍ତ ସମୟରେ ଶ୍ରୀ କୃଷ୍ଣଙ୍କ କେଶ ନା ଶ୍ବେତ ପଡିଥିଲା ନା ଶରୀରରେ କୌଣସି ପ୍ରକାର କୁଞ୍ଚନ ଆସିନଥିଲା । ଅର୍ଥାତ୍ ୧୧୯ ବର୍ଷ ବୟସରେ ଯୁବ ଦେଖାଯାଉଥିଲେ ଭଗବାନ ଶ୍ରୀ କୃଷ୍ଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.