Below header

ଅକ୍ସିଜେନ୍‌ ତିଆରି କରିବାରେ କେମିତି ପ୍ରମୁଖ ଭୂମିକା ଗ୍ରହଣ କରେ ଷ୍ଟିଲ ପ୍ଲାଣ୍ଟ, ଜାଣନ୍ତୁ

ବର୍ତ୍ତମାନ ଦେଶରେ କରୋନା ସ୍ଥିତି ସାଂଘାତିକ ହୋଇଥିବା ବେଳେ ସବୁ ମେଡିକାଲରେ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହେଉଛି। ଜୀବନ ରକ୍ଷାକାରୀ ଅମ୍ଳଜାନ ନ ମିଳିବା ଯୋଗୁ ଏବେ ପ୍ରତିଦିନ ଶହ ଶହ ଲୋକ ମୃତ୍ୟୁ ମୁଖକୁ ଠେଲି ହୋଇଯାଉଛନ୍ତି। ତେବେ ଅକ୍ସିଜେନ୍‌ର ଅଭାବକୁ ଦୃଷ୍ଟିରେ ରଖି ଏବେ ସରକାର ଦେଶର ସମସ୍ତ ଷ୍ଟିଲ ପ୍ଲାଣ୍ଟକୁ ଅମ୍ଳଜାନ ଉତ୍ପାଦନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ପାଦନ ବଢ଼ିଲେ ଆଉ ଅକ୍ସିଜେନ୍‌ର ଅଭାବ ଦେଖାଦେବନି। ଫଳରେ ରୋଗୀମାନେ ସୁସ୍ଥ ହୋଇପାରିବେ।

ତେବେ ଏ ଅବସରରେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଷ୍ଟିଲ ପ୍ଲାଣ୍ଟରେ କେମିତି ଅକ୍ସିଜେନ୍‌ ଉତ୍ପାଦନ ହେଉଛି। ଯଦି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଉଙ୍କି ମାରୁଛି ତେବେ ଆସନ୍ତୁ ଜାଣିବା ଅକ୍ସିଜେନ୍‌ ଉତ୍ପାଦନ କରିବାରେ ଷ୍ଟିଲ ପ୍ଲାଣ୍ଟ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

ସାଧାରଣତଃ ଷ୍ଟିଲ ଉତ୍ପାଦନ କରିବା ପାଇଁ ପ୍ଲାଣ୍ଟରେ ଗ୍ୟାସିୟସ୍‌ ଅକ୍ସିଜେନ୍‌ ଆବଶ୍ୟକ ହୋଇଥାଏ। ଏଥିସହ ବ୍ଲାଷ୍ଟ ଫର୍ଣ୍ଣିସ୍‌ରେ ମଧ୍ୟ ଅକ୍ସିଜେନ୍‌ ଏନ୍‌ରିଚ୍‌ମେଣ୍ଟ ଦରକାର ପଡ଼େ। ଲାନ୍ସିଂ ଓ ଗ୍ୟାସ୍‌ କଟିଂ ବେଳେ ମଧ୍ୟ ଅକ୍ସିଜେନ୍‌ ଆବଶ୍ୟକ ହୋଇଥାଏ। ଏଣୁ ଷ୍ଟିଲ ପ୍ଲାଣ୍ଟ ନିଜ ସହ ଏକ ଅକ୍ସିଜେନ୍‌ ପ୍ଲାଣ୍ଟ ତିଆରି କରିବାକୁ ଏକ ପ୍ରକାରର ବାଧ୍ୟ ହୋଇଥାନ୍ତି। କେବଳ ଅକ୍ସିଜେନ୍‌ ନୁହେଁ ଷ୍ଟିଲ ପ୍ଲାଣ୍ଟ ନାଇଟ୍ରୋଜେନ୍‌ ଓ ଆରଗନ୍‌ ମଧ୍ୟ ପ୍ରସ୍ତୁତ କରିଥାନ୍ତି। ଷ୍ଟିଲ ପ୍ଲାଣ୍ଟଗୁଡ଼ିକ ସେଭଳି ଡିଜାଇନ୍‌ କରାଯାଇଥାଏ।

ପରେ ଉତ୍ପାଦନ ପାଇଁ ପ୍ରେସର ରିଡକ୍ସନ୍‌ ଓ ମ୍ୟାନେଜମେଣ୍ଟ ସିଷ୍ଟମ୍‌ ପ୍ରୋସେସ୍‌ ମାଧ୍ୟମରେ ଚାପ ପକାଯାଇଥାଏ। ଏସବୁ ପ୍ଲାଣ୍ଟ ହାରାହାରି ୫ରୁ ୬ ପ୍ରତିଶତ ତରଳ ଅମ୍ଳଜାନ ପ୍ରସ୍ତୁତ କରିବାକୁ ସକ୍ଷମ। ‘କ୍ରାୟୋଜେନିକ ଡିଷ୍ଟିଲେସନ୍‌ ପ୍ରୋସେସ୍‌’ରେ ପ୍ଲାଣ୍ଟମାନଙ୍କରେ ଅମ୍ଳଜାନ ପ୍ରସ୍ତୁତ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.