Below header

ବ୍ରେଷ୍ଟ ମିଲ୍କ ସାଙ୍ଗକୁ ଶରୀରରେ ରକ୍ତ ବଢ଼ାଇଥାଏ କସୁରୀ ମେଥି, ମହିଳାମାନଙ୍କ ପାଇଁ ଫାଇଦାଯୁକ୍ତ

ଭାରତୀୟ ଖାଦ୍ୟପେୟରେ ମସଲା ଅଧିକ ବ୍ୟବହାର ହୋଇଥାଏ। କିନ୍ତୁ ଏଥିରୁ ମିଳୁଥିବା ଫାଇଦା ବିଷୟରେ ବହୁତ କମ୍‌ ଲୋକ ଜାଣିଥାଆନ୍ତି। ଆଜି ଆମେ ଆପଣଙ୍କୁ କସୁରୀ ମେଥି ବିଷୟରେ କହିବୁ। ଆୟୁର୍ବେଦରେ କସୁରୀ ମେଥିର ପ୍ରୟୋଗ ଔଷଧ ରୂପେ ଅନେକ ବର୍ଷରୁ ହୋଇଆସୁଛି। କିନ୍ତୁ ମହିଳାମାନେ ଯଦି କସୁରୀ ମେଥିକୁ ପ୍ରତିଦିନ ସେବନ କରିବେ, ତ ବୟସଜନିତ ପରିବର୍ତ୍ତନକୁ କମାଇ ପାରିବେ। ଆସନ୍ତୁ ଜାଣିବା, କସୁରୀ ମେଥି ମହିଳାମାନଙ୍କୁ କି କି ଫାଇଦା ପହଞ୍ଚାଇଥାଏ।

୧. ଚେହେରାରେ ବୟସର ଛାପ ଦେଖାଦିଏନି: ମହିଳାମାନଙ୍କ ଶରୀରରେ ଅନେକ ପ୍ରକାରର ହର୍ମୋନାଲ ଚେଞ୍ଜେସ୍‌ ହୋଇଥାଏ। ମାସିକ ଧର୍ମଠୁ ଆରମ୍ଭ କରି ମେନୋପୋଜ୍‌ ପର୍ଯ୍ୟନ୍ତ, ତେଣୁ ଏଭଳି ସ୍ଥିତିରେ କସୁରୀ ମେଥି ସେବନ କରିବା ବହୁତ ଫାଇଦାଯୁକ୍ତ ହୋଇଥାଏ।

୨. ଯୌନ ସଂକ୍ରମଣରୁ ବଞ୍ଚାଇଥାଏ: ଋତୁ ପରିବର୍ତ୍ତନ ସାଙ୍ଗକୁ ଶରୀରକୁ ଅନେକ ପ୍ରକାର ସଂକ୍ରମଣ ମାଡ଼ି ବସିଥାଏ। ଏଥିରୁ ଛୁଟକାରା ପାଇବା ପାଇଁ କସୁରୀ ମେଥିର ପ୍ରୟୋଗ କରାଯାଇ ପାରେ। ଏତିକି ନୁହେଁ, ଆଲର୍ଜି, ପେଟ ଗ୍ୟାସ୍‌ ଏବଂ ହୃଦୟ ସମ୍ବନ୍ଧିତ ରୋଗରୁ ମଧ୍ୟ ଉପଶମ ମିଳିଥାଏ।

୩. ମା’ ହେବା ପରେ ନିଶ୍ଚିତ କରନ୍ତୁ ସେବନ: ଯେଉଁ ମହିଳା ଶିଶୁକୁ ସ୍ତନପାନ କରାଉଛନ୍ତି ଏବଂ କ୍ଷୀର କମ୍‌ ହେବା ଯୋଗୁ ଚିନ୍ତିତ ରହୁଛନ୍ତି, ତ ସେମାନଙ୍କ ପାଇଁ କସୁରୀ ମେଥି ଔଷଧ ରୂପେ କାମ କରିଥାଏ। ଏହାକୁ ସେବନ କରିବା ଦ୍ୱାରା ବ୍ରେଷ୍ଟ ମିଲ୍କ ବଢ଼ିଥାଏ।

୪. ଆଇରନ ଅଭାବକୁ ଦୂର କରିଥାଏ: କସୁରୀ ମେଥିରେ ଅଧିକ ପରିମାଣରେ ଆଇରନ ମହଜୁଦ ଥାଏ। ଯେଉଁ ମହିଳାଙ୍କ ଶରୀରରେ ରକ୍ତର ଅଭାବ ରହିଛି, ସେମାନେ ଖାଦ୍ୟରେ କସୁରୀ ମେଥି ନିଶ୍ଚିତ ନିଅନ୍ତୁ। ଏହାଦ୍ୱାରା ରକ୍ତରେ ହିମୋଗ୍ଲୋବିନ୍‌ ବଢ଼ିବ।

୫. ବ୍ଲଡ ସୁଗାର ଲେବଲକୁ ଠିକ୍‌ ରଖିଥାଏ: ବୟସ ବଢ଼ିବା ସାଙ୍ଗକୁ ମହିଳାମାନଙ୍କଠାରେ ଡାଇବେଟିସ୍‌ ହେବାର ଆଶଙ୍କା ହଠାତ୍‌ ବଢ଼ିଯାଇଥାଏ, ଯାହାକୁ ନିୟନ୍ତ୍ରଣ କରିବା ପାଇଁ କସୁରୀ ମେଥି ସେବନ କରିବା ଉଚିତ ହେବ। ଏହା ଟାଇପ୍‌ ୨ ମଧୁମେହକୁ ନିୟନ୍ତ୍ରଣରେ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.