ପାଟିରୁ ପାଣି ଆଣିଦେବ ଆମ୍ବ-ପୋଦିନା ଚଟଣୀ, ଥରେ ପ୍ରସ୍ତୁତ କରି ଦେଖନ୍ତୁ

ପାଟିର ସ୍ୱାଦ ଖରାପ ହୋଇଥାଉ କି ଖାଦ୍ୟ ଖାଇବାକୁ ଇଚ୍ଛା ନହେଇଥାଉ। ଉଭୟ ସମସ୍ୟାକୁ ଦୂର କରିବା ପାଇଁ କଞ୍ଚା ଆମ୍ବ ଚଟଣୀ ଆପଣଙ୍କ ଖାଇବାର ଇଚ୍ଛାକୁ ବଢ଼ାଇଦେବ। ଗରମରେ ଏହି ଚଟଣୀ ଖାଇବାକୁ ବହୁତ ଭଲ ଲାଗିଥାଏ। ତାହେଲେ ବିଳମ୍ବ କାହିଁକି ଜଲଦି ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ପୋଦିନା ପତ୍ର – ୧/୨ କପ୍‌
  • ରସୁଣ – ୩ କୋଲା
  • କଞ୍ଚା ଆମ୍ବ – ୨
  • କଞ୍ଚା ଲଙ୍କା – ୩
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

କଞ୍ଚା ଆମ୍ବ ଏବଂ ପୋଦିନା ଚଟଣୀ ବନାଇବା ପାଇଁ ସବୁ ଆବଶ୍ୟକ ସାମଗ୍ରୀକୁ ଏକା ସାଥିରେ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଧ୍ୟାନ ରଖନ୍ତୁ ଚଟଣୀ ବନାଇବା ସମୟରେ ସେଥିରେ ଥିବା ଅତିରିକ୍ତ ପାଣି ବାହାର କରିଦିଅନ୍ତୁ। ଆବଶ୍ୟକ ପଡିଲେ ସେଥିରେ କିଛି ବୁନ୍ଦା ପାଣି ମିଶାଇ ପାରିବେ। ଏବେ ଆପଣଙ୍କର ସ୍ୱାଦିଷ୍ଟ ଚଟଣୀ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗ୍ରାଇଣ୍ଡରରୁ ବାହାର କରି ଖାଇବା ପାଇଁ ସର୍ଭ କରନ୍ତୁ।

Leave A Reply

Your email address will not be published.