ଗୁରୁବାର ଦିନ ଏମିତି କରନ୍ତୁ ବୃହସ୍ପତିଙ୍କ ପୂଜା, ଦୂର ହେବ ସବୁ ଦୁଃଖ

ଗୁରୁବାର ଭଗବାନ ବୃହସ୍ପତିଙ୍କ ପୂଜା କରାଯାଏ। ଏହିଦିନ ମା’ ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଭଗବାନ ବିଷ୍ଣୁଙ୍କୁ ଏକାଠି ପୂଜା କରାଯାଏ। ଏହି ଦିନ ପୂଜା କରିବା ଦ୍ୱାରା ପରିବାରରେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହେ। ଶୀଘ୍ର ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତି ମଧ୍ୟ ଗୁରୁବାର ବ୍ରତ କରିପାରିବେ। ଗୁରୁବାର ପୂଜା ବିଧିବିଧାନ ଅନୁସାରେ କରିବା ଉଚିତ। ବ୍ରତ ଦିନ ସକାଳୁ ଉଠି ବୃହସ୍ପତି ଦେବଙ୍କ ପୂଜନ କରିବା ଉଚିତ।

ବୃହସ୍ପତି ଦେବଙ୍କ ପୂଜା ହଳଦିଆ ବସ୍ତୁ, ହଳଦିଆ ଫୁଲ, ଚଣା ଡାଲି, ହଳଦିଆ ମିଠା, ହଳଦିଆ ଚାଉଳ ଓ ହଳଦୀ ଅର୍ପଣ କରି କରାଯାଏ।
ଏହି ବ୍ରତରେ କଦଳୀ ଗଛର ମଧ୍ୟ ପୂଜା କରାଯାଏ। କଥା ଓ ପୂଜା ବେଳେ ମନ, କର୍ମ ଓ ବଚନରେ ଶୁଦ୍ଧ ହୋଇ ମନୋସ୍କାମନା ପୂର୍ତ୍ତି ପାଇଁ ପ୍ରାର୍ଥନା କରିବା ଉଚିତ। ପୂଜା କରିବା ବେଳେ ଜଳରେ ହଳଦୀ ଗୋଳାଇ କଦଳୀ ଗଛକୁ ଅର୍ପଣ କରନ୍ତୁ। କଦଳୀ ଗଛ ମୂଳରେ ଚଣା ଡାଲି ଅର୍ପଣ କରି ଦୀପ ଜଳାଇ ଆରତି କରନ୍ତୁ।

vishnu

ଦିନରେ ମାତ୍ର ଗୋଟିଏ ଥର ହିଁ ଭୋଜନ କରନ୍ତୁ। ଖାଦ୍ୟରେ ଚଣା ଡାଲି କିମ୍ବା ହଳଦିଆ ଜିନିଷ ହିଁ ସେବନ କରନ୍ତୁ। ଲୁଣ ଖାଆନ୍ତୁ ନାହିଁ। ହଳଦିଆ ବସ୍ତ୍ର ପରିଧାନ କରନ୍ତୁ। ହଳଦିଆ ଫଳ ବ୍ୟବହାର କରନ୍ତୁ। ପୂଜା ପରେ ଭଗବାନ ବୃହସ୍ପତିଙ୍କ କଥା ନିଶ୍ଚୟ ଶୁଣନ୍ତୁ। ଏଭଳି କରିବା ଦ୍ୱାରା ବୃହସ୍ପତି ପ୍ରସନ୍ନ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.