Below header

ମିଛ କହି ୮୦ ବର୍ଷର ମା’କୁ ରାସ୍ତାରେ ଛାଡ଼ି ଦେଇଗଲା ପୁଅ, ପୋଲିସ୍‌ ବି ରଖିଲାନି ଅଭିଯୋଗ

ଥାନା ଭିତରକୁ କିଛି ସାମଗ୍ରୀ ଧରି ଘୁଷୁରି ଘୁଷୁରି ଯାଉଛନ୍ତି। ବୃଦ୍ଧା ଜଣଙ୍କ। ମନରେ ଅନେକ ଆଶା, ଥାନାରେ ମୋତେ ନ୍ୟାୟ ମିଳିବ। ତେବେ ଆପଣଙ୍କ ମନରେ ୟାଙ୍କୁ ଦେଖି ପ୍ରଶ୍ନ ଆସୁଥିବ କିଏ ଏ ବୃଦ୍ଧା, କାହିଁକି ଏପରି ଭାବେ ଘୁଷୁରି ଘୁଷୁରି ଥାନାକୁ ଯାଉଛନ୍ତି ଏ ବୟସରେ। ତେବେ ପୂରା ଘଟଣା ଜାଣିବା ପୂର୍ବରୁ ଆସନ୍ତୁ ଜାଣିନେବା ବୃଦ୍ଧାଙ୍କ ପରିଚୟ ବିଷୟରେ।

thanaଏ ହେଉଛନ୍ତି ସୋଭାଗିନି ମିଶ୍ର। ବୟସ ୮୦ ଛୁଇଁଲାଣି। ସମସ୍ତଙ୍କ ଭଳି ଏ ବୃଦ୍ଧାଙ୍କର ମଧ୍ୟ ସ୍ୱାମୀ, ପୁଅ ଓ ବୋହୂ ପରିବାର ଅଛି। ହେଲେ ଏମାନେ ସମସ୍ତେ ଥାଇ ବି ଏବେ ତାଙ୍କ ପାଇଁ ହୋଇଯାଇଛନ୍ତି ପର। ଆସନ୍ତୁ କିଛି ବର୍ଷ ପୂର୍ବକୁ ଫେରଯିବା ଆଉ ଜାଣିବା ବୃଦ୍ଧା ସୋଭାଗିନିଙ୍କ କରୁଣ କାହାଣୀ। ବିବାହର ଗୋଟିଏ ବର୍ଷ ପରେ ସ୍ୱାମୀ ହାତ ଛାଡିଦେଲେ । ଏଣୁ ଛୋଟ ପୁଅକୁ ଧରି ନିଜ ମା ଘର ଜାଲୋଏରେ ରହିଥିଲେ ସୋଭାଗିନି। ଏବେ ପୁଅ ବଡ ହୋଇ ବାହହୋଇ ଘର ସଂସାର କରିସାରିଲାଣି । ନିଜ ପରିବାର ସହ ସମ୍ବଲପୁରରେ ରହୁଥିବା ପୁଅ ମାଙ୍କୁ ନେଇ ପାଖରେ ରଖିଥିଲା। ସୋଭାଗିନି ମଧ୍ୟ ପରଘରେ କାମକରି ପୁଅକୁ କିଛି ରୋଜଗାର କରି ଦେଉଥିଲେ ।

old womenହେଲେ ଏବେ ସେ ବୟଷର ଅପରାହ୍ନରେ ପହଂଚିବା ସହ ଆଉ କାମଦାମ କରିପାରୁନାହଁନ୍ତି । ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ପୁଅ ଓ ବୋହୁ ମାଡ ମାରିବା ସହ ଏବେ ତାଙ୍କ ପୁଅ ତାଙ୍କୁ ଠକିଦେଇ ଜାଲୋଏ ପାଖରେ ଛାଡି ଚାଲିଯାଇଛି। ଏଣୁ ଏବେ ଅସହାୟ ବୃଦ୍ଧା ଜଣକ ନ୍ୟାୟ ପାଇବା ଆଶାରେ ବୀରମହାରାଜପୁର ଥାନାର ଦ୍ୱାରସ୍ତ ହୋଇଛନ୍ତି। ସେପଟେ ଏହା ତାଙ୍କ ପରିସୀମାରେ ଆସୁନଥିବା କହି ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିବାରୁ ଏବେ ସେ ସମ୍ପୂର୍ଣ୍ଣ ନିରୁପାୟ । ଅନ୍ୟପଟେ ଘଟଣାକୁ ନେଇ ବୀରମହାରାଜପୁର ପୋଲିସର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ । କିନ୍ତୁ ଆମେ ତ କହିବୁ ଏ ବୟସରେ ବୃଦ୍ଧା ଜଣଙ୍କୁ ନିହାତି ସାହାଯ୍ୟର ଆବଶ୍ୟକ। କେହି ତ ହେଲେ ସାହାଯ୍ୟର ହାତ ବଢ଼ାନ୍ତୁ। କିଏ ଜାଣେ ଯଦି ଆପଣ କାହାକୁ ସାହାଯ୍ୟ କରିଥିବେ ଆପଣଙ୍କ ଅସୁବିଧାରେ ବି କିଏ ଆପଣଙ୍କୁ ସାହାଯ୍ୟ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.