Below header

ଥରେ ଭାବନ୍ତୁ ତ ହଠାତ୍ ଯଦି ସୂର୍ଯ୍ୟ କୁଆଡେ ଗାୟବ ହୋଇଯିବ ତେବେ ହେବ କଣ ?

ଆମ ସୌର ମଣ୍ଡଳରେ ସୂର୍ଯ୍ୟ ମହତ୍ତ୍ବ ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି। ସୂର୍ଯ୍ୟ ବିନା ଜୀବନର କଳ୍ପନା କରିବା ମଧ୍ୟ ଅସମ୍ଭବ ଅଟେ। ଥରେ ଭାବନ୍ତୁ ହଠାତ୍ ଯଦି ସୂର୍ଯ୍ୟ ଗାୟବ ହୋଇଯାଏ ତେବେ କଣ ହେବ?

ଏହାର ଉତ୍ତର ଆମକୁ ସୂର୍ଯ୍ୟର ଉପଯୋଗିତାରୁ ମିଳିପାରିବ। ସୌର ମଣ୍ଡଳର ସବୁ ଗ୍ରହ ସୂର୍ଯ୍ୟର ପରିକ୍ରମା କରିଥାନ୍ତି, ଯାହାର ପଥ ନିଶ୍ଚିତ ରହିଥାଏ। ପରିକ୍ରମା କରିବାର ପ୍ରମୁଖ କାରଣ ସୂର୍ଯ୍ୟ ଗ୍ରହକୁ ନିଜ ଆଡକୁ ଆକର୍ଷଣ କରୁଥିବା ଶକ୍ତି ରହିଛି। କିନ୍ତୁ ଗତିଶୀଳ ହେବା କାରଣରୁ ସେମାନେ ସୂର୍ଯ୍ୟ ଉପରେ ପଡନ୍ତି ନାହିଁ।

ଯଦି ଗ୍ରହର ଗତିକୁ ଅଟକାଇଦିଆଯିବ ତେବେ ସେମାନେ ସୂର୍ଯ୍ୟ ଆଡକୁ ଟାଣି ହୋଇଯିବେ ଏବଂ ସେଥିରେ ପଡିଯିବେ। ଏଥିରେ ତାଙ୍କର ଅସ୍ତିତ୍ବ ଶେଷ ହୋଇଯିବ। ଏହାର ପରିଣାମ ଆମ ପୃଥିବୀ ପାଇଁ ବହୁତ ଗମ୍ଭୀର ହୋଇପାରେ।

ଭାବନ୍ତୁ ଯେ କୌଣସି କାରଣରୁ ଯଦି ସୂର୍ଯ୍ୟ ଗାୟବ ହୋଇଗଲା ତେବେ ସମସ୍ତ ଗ୍ରହ,କ୍ଷୁଦ୍ର ଗ୍ରହ, ଧୂମକେତୁ ଏବଂ ଯିଏ ବି ସୂର୍ଯ୍ୟର ପରିକ୍ରମା କରୁଛନ୍ତି ସେମାନେ ନିଜର ଆଗାମୀ ଗତିକୁ ମଜବୁତ ରଖିବେ। କିନ୍ତୁ ସେମାନେ ସେଥିରେ ପଡିଯିବା ବଦଳରେ ମହାକାଶରେ ଗୋଟେ ସିଧା ରେଖାରେ ଉଡିଯିବେ।

ଜାଣନ୍ତୁ କଣ ପଡିବ ପ୍ରଭାବ

sun

-ଏହାଦ୍ବାରା କିଛି ଗ୍ରହ ଗୁରୁତ୍ବାକର୍ଷଣ କାରଣରୁ ଗୋଟିଏ ଅନ୍ୟ ଗୋଟିଏ ସହିତ ଲାଗିଯିବ କିମ୍ବା ସେମାନଙ୍କ ଭିତରେ ଜୋରଦାର ଟକ୍କର ମଧ୍ୟ ହୋଇପାରେ।

-ସମ୍ଭାବନା ଏହା ମଧ୍ୟ କରାଯାଉଛି ଯେ ସମସ୍ତ ଗ୍ରହ ସୌର ଅନ୍ତରିକ୍ଷରେ ଗୋଟିଏ ସିଧା ରେଖାରେ ଚାଲି ଚାଲି ଆମ ସୌର ମଣ୍ଡଳରୁ ବାହାରକୁ ଚାଲିଯିବେ।

-ଆମ ପୃଥିବୀ ଗରମକୁ ଭଲଭାବେ ସୁରକ୍ଷିତ ରଖିଥାଏ, ଏଥିପାଇଁ ଜୀବନ ଜଲଦି ଶେଷ ହେବ ନାହିଁ।

-ଯେଉଁଭଳି ଭାବେ ପୃଥିବୀ ଥଣ୍ଡା ହୋଇ ଚାଲିବ, ପୃଥିବୀରୁ ଜୀବଙ୍କର ଅସ୍ତିତ୍ବ କମି କମି ଯିବ।

-ପୃଥିବୀ ଉପରେ ଅନ୍ଧାର ମାଡି ଆସିବ, ଗଛ-ଲତା ମଧ୍ୟ ମରିଯିବେ।

-ଧରିତ୍ରୀରେ ଥଣ୍ଡା ବହୁତ ଶିଘ୍ର ବଢ଼ିବ। ସୂର୍ଯ୍ୟଙ୍କ ବିକିରଣର ଅଭାବରୁ ଜୀବନର ସମ୍ଭାବନା ଶେଷ ହୋଇଯିବ। କିଛି ଦିନ ମଧ୍ୟରେ ତାପମାତ୍ରା ଶୂନରୁ ୧୦୦ ଡିଗ୍ରୀ ତଳକୁ ଚାଲିଯିବ।

-ପୃଥିବୀରେ ସୂକ୍ଷ୍ମ ଜୀବଙ୍କ ବ୍ୟତୀତ କାହାର ମଧ୍ୟ ବଞ୍ଚିବା ସମ୍ଭବ ହେବ ନାହିଁ। ଏହି ଜୀବମାନେ ପୃଥିବୀର ଗରମକୁ ମଧ୍ୟ ସହି ଜୀବିତ ରହିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.