ପ୍ରତିବର୍ଷ ବଞ୍ଚି ପାରିବ ୫ ଲକ୍ଷ ଜୀବନ, ଯଦି ଆପଣ କରିବେ ଅଙ୍ଗଦାନ

ଭାରତରେ ସଚେତନତାର ଅଭାବ କାରଣରୁ ଖୁବ୍ କମ ଅଙ୍ଗଦାନ ହୋଇଥାଏ। କାରଣ ଅଙ୍ଗଦାନର ଅଭାବରୁ ହିଁ ପ୍ରତ୍ୟେକ ବର୍ଷ ପାଖାପାଖି ୫ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ। କିନ୍ତୁ ଦୁର୍ଘଟଣା ସମୟରେ ଯେଉଁ ବ୍ୟକ୍ତିମାନଙ୍କର ବ୍ରେନ୍ ଡେଡ୍ ହୋଇଯାଇଥାଏ, ସେହି ବ୍ୟକ୍ତିଙ୍କର ଅଙ୍ଗଦାନ କରାଯାଇ ମଧ୍ୟ ଅନେକ ଲୋକମାନଙ୍କର ଜୀବନ ରକ୍ଷା କରାଯାଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅଙ୍ଗଦାନ ପାଇଁ ବିଶେଷ ସଚେତନତା ଆରମ୍ଭ କରିବା ଉଚିତ। ଯାହା ଫଳରେ ଲୋକମାନେ ଏହି ସମ୍ପର୍କରେ ବୁଝି ଆଗକୁ ବଢିପାରିବେ। ପ୍ରତିବର୍ଷ ୧୩ ଅଗଷ୍ଟକୁ ଅଙ୍ଗଦାନ ଦିବସ ରୂପେ ପାଳନ କରାଯାଇଥାଏ।

ଏହାସହ ପଢନ୍ତୁ: ପୁଅ ତୁଳନାରେ ଝିଅଙ୍କ ସଂଖ୍ୟା କମ୍, ସର୍ଭେରୁ ହୋଇଛି ଖୁଲାସା

ଧାର୍ମିକ କିମ୍ବା ସାମାଜିକ କାରଣରୁ ଲୋକମାନେ ଅଙ୍ଗଦାନ କରିନଥାନ୍ତି। ଏହି କାରଣରୁ ବିଶ୍ବରେ ଅଙ୍ଗଦାନ କରିବା କ୍ଷେତ୍ରରେ ଭାରତ ପଛରେ ରହିଛି। ଏଠାରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୦.୫ ଲୋକମାନେ ଅଙ୍ଗଦାନ କରିଥାନ୍ତି। କିନ୍ତୁ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସ୍ପେନରେ ୩୬ଜଣ, କ୍ରୋଏସିଆରେ ୩୫ ଏବଂ ଆମେରିକାରେ ୨୭ଜଣ ଲୋକ ଅଙ୍ଗଦାନ କରିଥାନ୍ତି। ସେହିପରି ୨୦୧୮ ମସିହାରେ ମହାରାଷ୍ଟ୍ରରେ ୧୩୨, ତାମିଲନାଡୁରେ ୧୩୭, ତେଲଙ୍ଗାନାରେ ୧୬୭, ଆନ୍ଧ୍ରପ୍ରଦେଶରେ ୪୫ ଏବଂ ଚଣ୍ଡଗଡରେ ୩୫ଟି ଅଙ୍ଗଦାନ ହୋଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସରକାର ଅଙ୍ଗଦାନ କରିବା ପାଇଁ ପ୍ରୟାସ କରିବା ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ।

Leave A Reply

Your email address will not be published.