ମାଲକାନଗିରିର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦ୍‌ଘାଟନକୁ ପୂରିଲା ବର୍ଷେ, ସ୍ୱାଭିମାନ ଅଞ୍ଚଳର ଏହା ପାଲଟିଛି ଲାଇଫ ଲାଇନ

ମାଲକାନଗିରି (କେନ୍ୟୁଜ୍): ମାଲକାନଗିରିର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନକୁ ବର୍ଷେ ପୂରିଲା। ଠିକ ବର୍ଷକ ତଳେ ବିଚ୍ଛିନ୍ନାଞ୍ଚଳକୁ ସଡ଼କ ପଥରେ ଯୋଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଲୋକାର୍ପଣ କରିଥିଲେ। ତା ପରଠାରୁ ଏହାକୁ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ ପାଲଟିଛି ଗୁରୁପ୍ରିୟା ସେତୁ। ଏହି ସେତୁ ଉଦଘାଟନ ପରଠାରୁ ୯ଟି ପଞ୍ଚାୟତରୁ ୨ଟି ପଞ୍ଚାୟତକୁ ରାସ୍ତାଘାଟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ସୁବିଧା ଇପାରିଛନ୍ତି। ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଆହୁରି ରାସ୍ତା ଘାଟ ନିର୍ମାଣ ହୋଇ ଦ୍ରୁତ ଗତିରେ ବିକାଶ ହେବାରେ ଲାଗିଛି। ମାଓପ୍ରବଣ ଅଞ୍ଚଳ ହେବା ସତ୍ତ୍ୱେ ସେଠାରେ ରାସ୍ତାଘାଟ, ପାନୀୟ ଜଳ ପାଇଁ ନଳକୂଅ ଆଦି ଅନେକ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ପାରିଛି।

 

Leave A Reply

Your email address will not be published.