Below header

୩ଦିନ ପରେ ବି ତାଳଚେର ଏମସିଏଲ ଭରତପୁର କୋଇଲା ଖଣିରେ ଚାପି ହୋଇରହିଥିବା ଶ୍ରମିକଙ୍କ ମିଳୁନି ପତ୍ତା

ତାଳଚେର(କେନ୍ୟୁଜ୍): ୩ଦିନ ପରେ ବି ତାଳଚେର ଏମସିଏଲ ଭରତପୁର କୋଇଲା ଖଣିରେ ଚାପି ହୋଇରହିଥିବା ଶ୍ରମିକଙ୍କ ପତ୍ତା ମିଳୁନାହିଁ। ବୁଧବାର ସଂଧ୍ୟା ସୁଦ୍ଧା ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତିନିଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ରହିଥିବା ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ଏନଡିଆରଏଫର ୩୦ଜଣିଆ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଗତକାଲି ପ୍ରବଳ ବର୍ଷା ହେବା ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଉଦ୍ଧାରସ୍ଥଳକୁ ଯିବା ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ରାସ୍ତା ମଧ୍ୟ ଧୋଇ ଯାଇଛି। ରାଞ୍ଚିର ଖଣି ସୁରକ୍ଷା ନିର୍ଦ୍ଦେଶକ, ଏମସିଏଲର ବରିଷ୍ଠ ଅଧିକାରୀ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉଦ୍ଧାର କାର୍ଯ୍ୟ ବେଳେ ଉପସ୍ଥିତ ରହିଛନ୍ତି। ସେପଟେ ତାଳଚେରର ସମସ୍ତ ଖଣିର ସୁରକ୍ଷା ଯାଞ୍ଚ ଦାବିରେ ବିଜେପି କର୍ମୀ କୋଇଲା ଖଣି ବନ୍ଦ ରଖିଛନ୍ତି। ଫଳରେ ଖଣିରୁ ଉତ୍ପାଦନ ଓ ପରିବହନ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.