ଗୁଜରାଟ: ସମୁଦ୍ର ତଟରେ ରାଜକୀୟ ଠାଣିରେ ନଜର ଆସିଲା ସିଂହ; ମନେ ପଡ଼ିଲା ‘Narnia’…ଦେଖନ୍ତୁ ମନମୋହକ ଦୃଶ୍ୟ

ନିକଟରେ ଗୁଜରାଟ ତଟରେ ଦେଖିବାକୁ ମିଳିଥିଲା ଏକ ମନମୋହକ ଦୃଶ୍ୟ। ଏହି ଦୃଶ୍ୟ ପ୍ରକୃତି ଏବଂ ପଶୁପ୍ରେମୀଙ୍କ ହୃଦୟ କିଣି ନେଇଥିଲା। ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ପରଭିନ୍‌ କାସ୍‌ଓ୍ଵାନ ଏ ନେଇ ଏକ ପୋଷ୍ଟ୍‍ ସେୟାର କରିଥିଲେ, ଯେଉଁଥିରେ ଗୁଜରାଟ ତଟରେ ଏକ ସିଂହ ରାଜକୀୟ ଠାଣିରେ ଛିଡ଼ା ହୋଇଥିବାର ଦେଖାଯାଇଥିଲା।

ନିକଟରେ ଗୁଜରାଟ ତଟରେ ଦେଖିବାକୁ ମିଳିଥିଲା ଏକ ମନମୋହକ ଦୃଶ୍ୟ। ଏହି ଦୃଶ୍ୟ ପ୍ରକୃତି ଏବଂ ପଶୁପ୍ରେମୀଙ୍କ ହୃଦୟ କିଣି ନେଇଥିଲା। ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ପରଭିନ୍‌ କାସ୍‌ଓ୍ଵାନ ଏ ନେଇ ଏକ ପୋଷ୍ଟ୍‍ ସେୟାର କରିଥିଲେ, ଯେଉଁଥିରେ ଗୁଜରାଟ ତଟରେ ଏକ ସିଂହ ରାଜକୀୟ ଠାଣିରେ ଛିଡ଼ା ହୋଇଥିବାର ଦେଖାଯାଇଥିଲା। ସିଂହଟି ଆରବ ସାଗରରେ ଉଠୁଥିବା ସୁନ୍ଦର ଢେଉର ମଜା ନେଉଥିଲା।

ପ୍ରକୃତିର ଏହି ଆକର୍ଷଣୀୟ ଦୃଶ୍ୟ ଚର୍ଚ୍ଚିତ ଫିଲ୍ମ ‘The Chronicles of Narnia: The Lion, the witch and the wardrobe’କୁ ପୁଣିଥରେ ମନେ ପକାଇ ଦେଇଛି। ଏହି ଫିଲ୍ମରେ ମ୍ୟାଜିକାଲ୍‌ ସିଂହ ଅସ୍‌ଲାନ ଶେଷ ଦୃଶ୍ୟରେ ସମୁଦ୍ର ସାମ୍ନାରେ ଛିଡ଼ା ହୋଇଥିଲା।

କାସ୍‌ଓ୍ଵାନ ନିଜ ପୋଷ୍ଟ୍‍ର କ୍ୟାପସନରେ ଲେଖିଥିଲେ, ‘ନାର୍ନିଆ ବାସ୍ତବରେ ଆଖି ସାମ୍ନାରେ ଦେଖାଯାଇଛି। ଗୁଜରାଟରେ ଆରବ ସାଗର ତଟରେ ଏକ ସିଂହକୁ ଜୁଆରର ମଜା ନେଉଥିବାର କଏଦ କରାଯାଇଛି। ବିଶାଳ ସମୁଦ୍ର ପୃଷ୍ଠଭୂମିରେ ଏହି ସୁନ୍ଦର ପଶୁର ଯୁଗଳବନ୍ଦୀ ପ୍ରାକୃତିକ ଦୁନିଆର ସୁନ୍ଦରତାକୁ ପ୍ରମାଣ ଦେଉଛି’।

ଲୋକେ ଏହି ଫଟୋକୁ ସୋସିଆଲ ମିଡିଆରେ ଖୁବ୍‌ ସେୟାର କରିବାରେ ଲାଗିଛନ୍ତି। କାସ୍‌ଓ୍ଵାନ, ମୋହନ ରାମ ଏବଂ ଅନ୍ୟ ଦ୍ୱାରା ଲିଖିତ ‘Living on the sea-coast: ranging and habitat distribution of Asiatic lions’ ଶୀର୍ଷକରୁ ଏକ ବୈଜ୍ଞାନିକ ପେପର୍‌ ମଧ୍ୟ ସେୟାର କରିଛନ୍ତି। ଏଥିରେ ପରିବେଶ ଏବଂ ନିବାସସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.