ହରତଲିକା ତିଜ୍: ସ୍ବାମୀଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏହିଦିନରେ କରନ୍ତୁ ଏମିତି କାମ

ହରତାଲିକା ତିଜ୍ ଉତ୍ସବ ସେପ୍ଟେମ୍ବର ୯ ତାରିଖରେ ମନାଯିବ। ଭାଦ୍ରବ ଶୁକ୍ଲପକ୍ଷର ୩ୟା ତିଥି ଦିନ ହରତାଲିକା ତିଜ୍ ଉତ୍ସବ ପାଳନ କରାଯାଏ। ହରତାଲିକା ତିଜ୍ ବ୍ରତ ବିବାହିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁଷ ପାଇଁ ରଖନ୍ତି। ଏହି ବ୍ରତରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୂଜା କରାଯାଏ। ଏହି ଦିନ ମହିଳା ନିର୍ଜଳା ବ୍ରତ ରଖିଥାନ୍ତି। ବ୍ରତ ରଖିବା ପର ଦିନ ହିଁ ବ୍ରତ ସମାପ୍ତ ହୋଇଥାଏ। ଏହି ବ୍ରତ ବହୁତ କଷ୍ଟକର। ଏହି ବ୍ରତ ପୁରା ଦିନ ଭଗବାନଙ୍କ ଶଙ୍କର ଏବଂ ପାର୍ବତୀଙ୍କ ଭଜନ କୀର୍ତ୍ତନ କରି ତାଙ୍କୁ ସ୍ମରଣ କରାଯିବ। ଏହି ବ୍ରତରେ ରାତିସାରା ଭଗବାନଙ୍କ ନାମ ସ୍ମରଣ କରାଯାଏ। ଯୁବତୀମାନେ ଭଲ ସ୍ବାମୀ ପାଇଁ ମଧ୍ୟ ଏହି ବ୍ରତ ରଖନ୍ତି।

ମାନ୍ଯତା ଅନୁଯାୟୀ ଏହି ବ୍ରତକୁ ପ୍ରଥମେ ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଏହି ବ୍ରତ ରଖିଥିଲେ। ଏହିଦିନରେ ଏମିତି କିଛି ଜିନିଷ କରିବା ଦ୍ବାରା ସ୍ବାମୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ।

ସ୍ବାମୀଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏହିଦିନରେ ଶିବ ଚାଳିଶା ପାଠ କରିବା ଉଚିତ। ଏହାଛଡା ଶିବଙ୍କୁ ୫ଟି ଅରଖ ଫୁଲ ଅର୍ପଣ କରିବା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

ପିଲାର ଉନ୍ନତି ପାଇଁ ଏହି ଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତି। ଏହାଛଡା ଶିବଲିଙ୍ଗରେ ୧୧ଟି ବେଲ ପତ୍ର ଚଢାନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ସନ୍ତାନ ଜୀବନରେ ଖୁସି ରହିବ।

ହରତଲିକା ତିଜ୍ ବ୍ରତ କରିବା ଦିନ ଶୋଇବା ଉଚିତ ନୁହେଁ। ଏହା ଯୋଗୁଁ ଏହି ବ୍ରତ କରିବା ବହୁତ କଷ୍ଟକର। ଏହି ବ୍ରତ ଦୁଇ ପ୍ରକାର ରଖାଯାଏ। ପ୍ରଥମ ନିର୍ଜଳା ଏବଂ ଦ୍ବିତୀୟରେ ଫଳ ଆହାର। ଫଳ ଆହାର ବ୍ରତରେ ମହିଳାମାନେ ଫଳ ସେବନ କରନ୍ତି।

ଏହି ଦିନ ମାଟି କିମ୍ବା ବାଲିରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପ୍ରତିମା କରି ପୂଜା କରାଯାଏ। ଏହାସହିତ ଷୋଳ ଶୃଙ୍ଗାର ସାମଗ୍ରୀ ପାର୍ବତୀକୁ ଅର୍ପଣ କରି ଅଖଣ୍ଡ ସୁହାଗର କାମନା କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.