ଝିଅମାନଙ୍କ ଶରୀରରେ ଏଭଳି ଚିହ୍ନ ଥିଲେ ହୋଇଥାନ୍ତି ସେମାନେ ଖୁବ ଭାଗ୍ୟବାନ, ଜାଣନ୍ତୁ ସେହି ଚିହ୍ନ

ମନୁଷ୍ୟ ଶରୀରରେ କିଛି ଏଭଳି ଚିହ୍ନ ରହିଥାଏ ଯାହା ତାକୁ ଭାଗ୍ୟଶାଳୀ ବନାଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରରେ ଥିବା ଚିହ୍ନ, କଳାଜାଇ ଏବଂ ଅଙ୍ଗର ଗଠନଶୈଳୀରୁ ବ୍ୟକ୍ତିର ଜୀବନ ସମ୍ପର୍କରେ ଜଣାପଡେ। ଏଥିରୁ ବ୍ୟକ୍ତି ଭାଗ୍ୟଶାଳୀ କି ନୁହେଁ ତାହା ସମ୍ପର୍କରେ ମଧ୍ୟ ଜଣାପଡେ। ଆଜି ଆମେ କହିବୁ, ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଭାଗ୍ୟଶାଳୀ ଝିଅମାନଙ୍କ କଣ ଚିହ୍ନ ବା ପ୍ରମାଣ ରହିଛି।

– ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ଝିଅମାନଙ୍କ ଶରୀରର ଡାହାଣ ପାର୍ଶ୍ୱ ଅପେକ୍ଷା ବାମ ପାର୍ଶ୍ୱରେ ଅଧିକ କଳାଜାଇ ରହିଥାଏ, ସେମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ କେବଳ ନିଜ ପାଇଁ ନୁହେଁ ବରଂ ନିଜ ପରିବାର ପାଇଁ ମଧ୍ୟ ଶୁଭ ହୋଇଥାନ୍ତି। ଏମାନଙ୍କ ପାଖରେ ଧନର ଅଭାବ ନଥାଏ।

– ଯେଉଁଝିଅମାନଙ୍କ ପାଦ ତଳେ ଶଙ୍ଖ , ପଦ୍ମ କିମ୍ବା ଚକ୍ରର ଚିହ୍ନ ରହିଥାଏ ଏମାନେ ନିଜ ପରିବାର ପାଇଁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ଖାସ କରି ନିଜ କ୍ୟାରିଅରରେ ଅନେକ ସଫଳତା ପାଇଥାନ୍ତି।

– ଯେଉଁ ଝିଅମାନଙ୍କ ମଥା ଚଉଡ଼ା ରହିଥାଏ , ସେମାନେ ବି ଅଧିକ ଭାଗ୍ୟଶାଳୀ। ଯେଉଁମାନଙ୍କ ମଥା ଚନ୍ଦ୍ରମା ଆକାରର ହୋଇଥାଏ ସେମାନଙ୍କୁ ସୌଭାଗ୍ୟଶାଳୀ ବୋଲି ମନାଯାଏ।

– ଯେଉଁ ଝିଅମାନଙ୍କ ଆଙ୍ଗୁଠି ଲମ୍ବା ଓ ସୁନ୍ଦର ହୋଇଥାଏ ସେମାନେ ନିଜ ପିତା ଏବଂ ସ୍ୱା ମୀ ଙ୍କ ପାଇଁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନଙ୍କ ପାଖେ ଧନର ଅଭାବ ରୁହେ ନାହିଁ।ଯେଉଁମାନଙ୍କ କେଶ ଲମ୍ବା ଥାଏ ସେମାନେ ମଧ୍ୟ ନିଜ ସ୍ୱାମୀଙ୍କ ପାଇଁ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି।

– ମହିଳାଙ୍କ ବେକ ଲମ୍ବା ଥିଲେ ସେମାନଙ୍କ ପାଖେ ଅର୍ଥାଭାବ କେବେ ଦେଖାଯାଏ ନାହିଁ। ଏମାନେ ହସଖୁସିରେ ଜୀବନ ବିତାନ୍ତି। ଏହାସହ ଯେଉଁମାନଙ୍କ ଆଖି ବଡ଼ ଏବଂ ନାକ ଲମ୍ବା ଥାଏ ସେମାନେ ସବୁ ପରିସ୍ଥିତିରେ ବୁଝି ସୁ ଝି କାମ କରନ୍ତି। ସମସ୍ୟାର ସମାଧାନ ଚତୁରତାର ସହ କରନ୍ତି।

ଶେଷରେ ଯେଉଁମାନଙ୍କ ପାଦ ଚିକ୍କଣ ଏବଂ ସବୁଠୁ ଛୋଟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନଙ୍କୁ ମଆ ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.