ଅଦ୍ଭୁତ ପରମ୍ପରା, ଏହି ଦେଶରେ ପୁରୁଷଙ୍କ ଠାରୁ ମାଡ଼ ଖାଇ ଗର୍ବ ଅନୁଭବ କରନ୍ତି ମହିଳା

ସମାଜରେ ବିଭିନ୍ନ ଜାତିର ଭିନ୍ନ ଭିନ୍ନ ପରମ୍ପରା ରହିଛି। ଖାସ କରି ଆଦିବାସୀ ତଥା ପଛୁଆ ବର୍ଗଙ୍କର ଅନେକ ଅଦ୍ଭୁତ ପରମ୍ପରା ରହିଛି, ଯାହା ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସେଭଳି ଏକ ସମ୍ପ୍ରଦାୟ ରହିଛନ୍ତି ଇଥିଓପିଆରେ। ଏଠାରେ ହେମର ନାମକ ଏକ ସମ୍ପ୍ରଦାୟ ରହିଛି, ଯେଉଁଠାରେ ମହିଳାମାନେ ମାଡ଼ ଖାଇ ଗର୍ବ ଅନୁଭବ କରିଥାନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ।

ଏହି ଜନଜାତିର ଲୋକେ କେଟଲ ଜଂପିଙ୍ଗ ନାମକ ଏକ ବିଶେଷ ସମାରୋହ ଆୟୋଜନ କରିଥାନ୍ତି। ଏହି ସମାରୋହରେ ୧୫ଟି ଗାଈଙ୍କୁ ଏକାଠି ଛିଡା କରାଯାଇଥାଏ ଓ ଜଣେ ଯୁବକ ଏହି ଗାଈଙ୍କୁ ଡେଇଁ ପାର କରିଥାଏ। ଗାଈଙ୍କୁ ପାର କରିବାରେ ଯଦି ସେ ଯୁବକ ବିଫଳ ହୁଅନ୍ତି ତେବେ ସେ ସବୁଦିନ ପାଇଁ ଅବିବାହିତ ହୋଇ ରହିଯାଇଥାନ୍ତି। ଏଥିସହ ଉକ୍ତ ଯୁବକଙ୍କୁ ମହିଳାମାନେ ପିଟିଥାନ୍ତି। କେବଳ ସେତିକି ନୁହେଁ, ସେହି ଯୁବକର ପରିବାରରେ ଥିବା ସମସ୍ତ ମହିଳା ମଧ୍ୟ ରକ୍ତାକ୍ତ ହେବା ପର୍ଯ୍ୟନ୍ତ ମାଡ ଖାଇଥାନ୍ତି। ମହିଳାଙ୍କୁ ମାଡ ମାରିବା ପାଇଁ ପୁରୁଷଙ୍କର ‘ମାଜା’ ନାମକ ଏକ ସଂଗଠନ ରହିଥାଏ।

ଆଶ୍ଚର୍ଯ୍ୟର କଥା ହେଉଛି ଯଦି କେହି ମହିଳା ମାଡରୁ ବଞ୍ଚିତ ହୋଇଥାନ୍ତି ତେବେ ସେ ପରେ ମାଡ ଖାଇବା ପାଇଁ ମାଜା ସମୂହ ନିକଟରେ ଗୁହାରୀ କରିଥାନ୍ତି। ତେବେ ସମାରୋହ ପରେ ମଧ୍ୟ ଏହି ମାଡ ଖାଇବାର ପରମ୍ପରା ଶେଷ ହୋଇନଥାଏ। ମହିଳାଙ୍କର ଦୁଇଟି ସନ୍ତାନ ନହେବା ପର୍ଯ୍ୟନ୍ତ ଏହି ପରମ୍ପରା ଜାରି ରହିଥାଏ। ଏଭଳି ମାଡ ଖାଇବା ଦ୍ୱାରା ତାଙ୍କୁ ନିଜ ପରିବାରର ଭରଣ ପୋଷଣ ପାଇଁ ସାହସ ଓ ଶକ୍ତି ମିଳିଥାଏ ବୋଲି ମହିଳା ମାନେ କହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.