Below header

ମାଙ୍କଡର ଏହି ପ୍ରତିଭା ଦେଖିଲେ ଆପଣ କହିବେ, ଆରେ ଏ ତ ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟକୁ ଯିବା କଥା ! ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ଆପଣଙ୍କ ହସକୁ କଣ୍ଟ୍ରୋଲ କରିପାରିବେନି। ଆମେ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ଦେଖୁଛେ। ସେଥିରେ କିଛି ମଜାଳିଆ ଭିଡିଓ ରହିଛି ଯାହା ଆମେ ଆପଣଙ୍କ ସହିତ ସେୟାର କରିଆସିଛୁ। ଆଜି ବି ସେମିତି ଏକ ମଜାଦାର ଭିଡିଓ ନେଇ ଆସିଛୁ ଆପଣଙ୍କ ପାଖକୁ।

ଏହି ଭିଡିଓକୁ ଇଣ୍ଡିଆନ୍‌ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦ ସେୟାର ନିଜ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଭାଇରାଲ ଭିଡିଓରେ ଏକ ମାଙ୍କଡର ପ୍ରତିଭାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଲୋକମାନେ ଏହି ଭିଡିଓରେ ତାର ଚତୁରକତା ଆଉ ବୁଦ୍ଧି ଦେଖି ତାକୁ ସାବାସୀ ଦେଉଛନ୍ତି।

monkeyଭିଡିଓରେ ଆପଣ ଦେଖିପାରୁଥିବେ ଯେ ଗୋଟେ ମାଙ୍କଡ ଏକ ଶୁଖିଲା ଥୁଣ୍ଟା ଗଛ ଉପରେ ଚଢ଼ି ପାଖରେ ଥିବା ଘରର ଛାତକୁ ଏମିତି ଲମ୍ଫ ମାରୁଛି ଯେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ମାଙ୍କଡଟି ବହୁତ ଦିନ ଧରି ଏହି ବାଟ ଦେଇ ଯିବାକୁ ଚାହୁଁଥିଲା ଏଥିପାଇଁ ସେ ଅନେକ ଥର କାନ୍ଥ ସାହାଯ୍ୟରେ ଛାତକୁ ଚଢ଼ିବାକୁ ଚେଷ୍ଟା କରୁଥିଲା। କିନ୍ତୁ କିଛି ବାଟ ଦେଖାଯାଉନଥିଲା ମାଙ୍କଡଟିକୁ ଠିକ୍‌ ସେତିକିବେଳେ ତା ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ଘର ପାଖରେ ଥିବା ଏକ ଥୁଣ୍ଟା ଗଛ ସାହାଯ୍ୟରେ ସେ ଛାତକୁ ଯିବାକୁ ଚାହିଁଲା। ଦେଖନ୍ତୁ ମାଙ୍କଡଟି କିପରି ଗଛ ଉପରେ ଚଢ଼ିଯାଇ ଜୋର ଜୋର ଗଛକୁ ହଲାଇ ଛାତ ଉପରୁ ଲମ୍ଫ ମାରୁଛି। ଦେଖିଲେ ତ କେମିତି ବୁଦ୍ଧି ଖଟାଇ ଛାତକୁ ଚଢ଼ିଗଲା।

ତେବେ ଏହି ଭିଡିଓଟି ସେୟାର ହେବା ମାତ୍ରକେ ହିଁ ଖୁବ୍‌ ଭାଇରାଲ ହୋଇଥିଲା। ଲୋକେ ଏହି ଭିଡିକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ ଲୋକେ ମାଙ୍କଡଟିର ଚାଲାକ ଆଉ ଚତୁରତାକୁ ଦେଖି ଖୁବ୍‌ ନିଜ ପ୍ରତିକ୍ରୀୟା ମଧ୍ୟ କରୁଛନ୍ତି। କିଏ କହୁଛନ୍ତି ଲକଡାଉନ ସମୟରେ ଏହା ହେଉଛି ବଢ଼ିଆ ଏକ୍ସରସାଇଜ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.