ପୁରୀ: ଡେଲାଙ୍ଗ ପୋଲିସ ହାତରେ ଧରା ହେଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ, ଜବତ ହେଲା ବିପୁଳ ପରିମାଣର ଟଙ୍କା ଓ ସୁନା

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛନ୍ତି । ପୁରୀ ଜିଲ୍ଲାରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ଡେଲାଙ୍ଗ ପୋଲିସ । ଗିରଫ ହୋଇଥିବା ଗ୍ୟାଙ୍ଗରେ ୪ଜଣ ଥିବା ବେଳେ ସେମାନେ ଜଣେ ବାହାର ଲୋକକୁ କିଛି ଚୋରା ଜିନିଷ ବିକ୍ରୀ କରୁଥିବା ସମୟରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କୁ ୩ଦିନ ଧରି ଥାନାରେ ଅଟକ ରଖି ପଚରାଉଚୁରରା କରିବା ପରେ

ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ଓ ଟଙ୍କା ଜବତ ହୋଇଛି । ଖବର ମୁତାବକ  ଲୁଟେରାଙ୍କ ନିକଟରୁ ୨ କେଜି ସୁନା, ସାଢେ ତିନି କେଜି ରୂପା ସମେତ ମୋଟା ଅଙ୍କର ନଗଦ ଟଙ୍କା ବି ଜବତ ହୋଇଛି । ଏହାସହ ବିଭିନ୍ନ କମ୍ପାନୀର ବୈଦ୍ୟୁତିକ ଉପକରଣ, ମାରଣାସ୍ତ୍ର ଓ ମୋବାଇଲ ଜବତ ହୋଇଥିବା ପିପିଲି ଏସଡିପିଓ ସୂଚନା ଦେଇଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ପିପିଲି ଏସଡିପିଓ ଦେବବ୍ରତ ବରାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.