ମେସେଜ୍‌ ଟାଇପ୍‌ ନ କରି ମଧ୍ୟ ଏବେ ଦେଇପାରିବେ ରିପ୍ଲାଏ, ଆସିଲା ନୂଆ ଟେକ୍ନିକ୍‌

ଆଜିକାଲି ଫୋନ କଲରେ ଅଧିକ ସମୟ କଥା ହେବା ଅପେକ୍ଷା ଟେକ୍ସଟ ମେସେଜରେ ଚାଟିଙ୍ଗ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି। କିନ୍ତୁ ବେଳେ ବେଳେ ବ୍ୟସ୍ତତା ମଧ୍ୟରେ ଜରୁରୀ ମେସେଜର ରିପ୍ଲାଏ ଦେବା ମଧ୍ୟ ସମ୍ଭବ ହୋଇନଥାଏ। ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏବେ ଏକ ନୂଆ ଟେକ୍ନିକ ବାହାରିଛି ଯାହା ବ୍ୟସ୍ତତା ଭିତରେ ମଧ୍ୟ ଆପଣଙ୍କ ପ୍ରିୟଜନଙ୍କୁ ରିପ୍ଲାଏ କରିପାରିବ। ଅଟୋମେଟିକ ମେସେଜ ରିପ୍ଲାଏ ଫିଚର ସାହାଯ୍ୟରେ ଏହି ସୁବିଧା ଉପଭୋଗ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ଫିଚର ସମ୍ପର୍କରେ…

Scolded for mobile addiction, Mumbai girl runs away to Pune ...

-ଆଣ୍ଡ୍ରଏଡ ଫୋନରେ ଅଟୋମେଟିକ ଫିଚର ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଥାର୍ଡ ପାର୍ଟି ଆପର ସାହାଯ୍ୟ ନେବାକୁ ପଡିବ। ଏଥିପାଇଁ ଗୁଗଲ ପ୍ଲେ ଷ୍ଟୋରରୁ Sms Auto Reply ଆପକୁ ଡାଉନଲୋଡ କରିପାରିବେ ।

-ଆପ ଡାଉନଲୋଡ ହେଲା ପରେ ଏହାକୁ ଓପନ କରି ଆଡ ବଟନରେ କ୍ଲିକ କରନ୍ତୁ ।

-ଏଥିରେ ପ୍ରୋଫାଇଲ ବାଏ ଡିଫଲ୍ଟ ସିଲେକ୍ଟ ହୋଇଥାଏ । ଆପଣ ନିଜ ନାମ ଆଡ କଲା ପରେ ମେସେଜକୁ କଷ୍ଟମାଇଜ କରିପାରିବେ। ଏହା ସହ କଷ୍ଟମାଇଜ ମେସେଜରେ ଡ୍ରାଇଭିଂ, ସ୍ଲିପିଂ, ମିଟିଂ ମୋଡ ଆଦି ଯୋଡ଼ି ପାରିବେ ।

-ଅଟୋ ରିପ୍ଲାଏ କରିବା ପାଇଁ ପ୍ରଥମେ ଏଥିରେ ଥିବା ପର୍ସନଲାଇଜ ଲିଷ୍ଟରେ କ୍ଲିକ କରନ୍ତୁ। ଏହାପରେ ଯେଉଁ ନମ୍ବରକୁ ଆପଣ ରିପ୍ଲାଏ ଦେବାକୁ ଚାହୁଁଥିବେ ନିଜ ଫୋନ ବୁକ୍‌ରୁ ସେହି ନମ୍ବରକୁ ସିଲେକ୍ଟ କରି ସେଣ୍ଡ କରନ୍ତୁ । ଏହା ଛଡା ଏଥିରେ ଥିବା ଡୋଣ୍ଟ ରିପ୍ଲାଏ ଲିଷ୍ଟରେ ରିପ୍ଲାଏ ଦେବାକୁ ଚାହୁଁ ନ ଥିବା କଣ୍ଟାଟକୁ ମଧ୍ୟ ରଖିବା ସୁବିଧା ରହିଛି।

How Social Media Use Can Affect Your Personal Injury Claim - Peake ...

-ଅଟୋ ମେସେଜର ଟାଇମ ଓ ଡେଟ ସେଟ କରିବା ପାଇଁ ଏଥିରେ ସେଟ ଟାଇମର ବିକଳ୍ପ ମଧ୍ୟ ରହିଛି। ଟାଇମ ଓ ଡେଟ ସେଟ କଲା ପରେ ସେଭ ଅପସନକୁ ଯାଇ ଏହାକୁ ସେଭ କରନ୍ତୁ ।

-ଏହାପରେ Turn On/ Off ରେ କ୍ଲିକ କରନ୍ତୁ ଓ ଟର୍ଣ୍ଣ ଅଫକୁ ଅଟୋ ରିପ୍ଲାଏ ପାଇଁ ଟର୍ଣ୍ଣ ଅନ କରନ୍ତୁ । ଏହା ସହିତ ନୋଟିଫିକେସନ ଆକ୍ସେସ ପାଇଁ ମଧ୍ୟ ପରମିସନ ଦେବାକୁ ହେବ। ବର୍ତ୍ତମାନ ଆପଣ ମେସେଜର ଅଟୋ ରିପ୍ଲାଏ କରିପାରିବେ। ଏହି ଆପ କେବଳ ଟେକ୍ସଟ ମେସେଜରେ ହିଁ କାର୍ଯ୍ୟ କରିଥାଏ, ମିସକଲ କିମ୍ବା ହ୍ୱାଟସଆପ ସହ ଏହା କାମ କରି ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.