କେଉଁ ଦିଗରେ ତେଜୋରୀ ରଖିଲେ ହୋଇଥାଏ ଶୁଭ, ଜାଣନ୍ତୁ କ’ଣ କୁହେ ବାସ୍ତୁ ଶାସ୍ତ୍ର

ଘରେ କେଉଁ ଜିନିଷ କେଉଁ ସ୍ଥାନରେ ରଖିଲେ ଏହାର କେଉଁ ପରିଣାମ ମିଳିଥାଏ, ଏହା ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ଘରେ ଦିଗ ଅନୁସାରେ ଜିନିଷ ରଖିବା ଯୋଗୁ ସକରାତ୍ମକ ଓ ନକରାତ୍ମକ ଶକ୍ତି ପଡିଥାଏ । ଆସନ୍ତୁ ଜାଣିବା ତେଜୋରୀ ଘରର କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ ଓ କେଉଁ ଦିଗରେ ରଖିଲେ ହାନୀ ହୋଇଥାଏ ।

ଘରର କେଉଁ ଦିଗରେ ତେଜୋରୀ ରଖିଲେ ଶୁଭ ହୋଇଥାଏ

ଜ୍ୟୋତିଷ ଶାସ୍ତ୍ରରେ ଉତ୍ତର ଦିଗ ଧନ କୁବେରଙ୍କ ହୋଇଥାଏ । ଏହି ଦିଗରେ ତେଜୋରୀ ରଖିବା ଶୁଭ ମନାଯାଇଥାଏ । ସେହିପରି ପୂର୍ବ ଦିଗ ଇନ୍ଦ୍ର ଦେବଙ୍କ ଦିଗ ବୋଲି ମନାଯାଇଥାଏ । ମାନ୍ୟତା ଯେ ଏହି ଦୁଇ ଦିଗରେ ତେଜୋରୀ ରଖିଲେ ଆର୍ଥିକ ସମୃଦ୍ଧି ବଢ଼ିବା ସହ ଘରେ ଖୁସି ଆସିଥାଏ ।

ଦକ୍ଷିଣ ଦିଗରେ ତେଜୋରୀ ରଖିବା ଶୁଭ ହୋଇଥାଏ

ବାସ୍ତୁ ଅନୁସାରେ ଦକ୍ଷିଣ ଦିଗରେ ତେଜୋରୀ ମୁହଁ ହେବା ଯୋଗୁ ଟଙ୍କା ରହେ ନାହିଁ । ଘରେ ଟଙ୍କା ନିଅଣ୍ଟ ହୋଇଥାଏ । ଏହା ସହ ଆର୍ଥିକ ହାନି ବି ହୋଇଥାଏ ।

ଏପରି ଘରେ ତେଜୋରୀ ରଖିବା ଉଚିତ ନୁହେଁ

ମାନ୍ୟତା ଅନୁସାରେ ଦୁଇଟି ପ୍ରବେଶ ଦ୍ୱାର ଥିବା ଘରେ ତେଜୋରୀ କେବେ ବି ରଖିବା କଥା ନୁହେଁ । ତେଜୋରୀ ଯେଉଁ ଘରେ ରଖିବେ ସେଥିରେ ଗୋଟିଏ ପ୍ରବେଶ ଦ୍ୱାର ରହିବା ଉଚିତ୍‌ । ତେଜୋରୀ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗକୁ ହେବା ଦରକାର ।

ତେଜୋରୀରେ ଏହି ଜିନିଷ ରଖିବା ହୋଇଥାଏ ଶୁଭ

ପୂଜାରେ ପ୍ରୟୋଗ ହୋଇଥିବା ଗୁଆକୁ ବହୁତ ପବିତ୍ର ମନାଯାଇଥାଏ । ମାନ୍ୟତା ଯେ ପୂଜା ପରେ ଏହି ଗୁଆକୁ ତେଜୋରୀରେ ରଖିବା ଶୁଭ ହୋଇଥାଏ । ଏହା ଆର୍ଥିକ ଅଭିବୃଦ୍ଧି ଆଣିଥାଏ । ସେହିପରି ତେଜୋରୀ ନିକଟରେ କେବେ ବି ଝାଡୁ ଲଗାଇବା କଥା ନୁହେଁ । ଏହାଦ୍ୱାରା ଧନ ହାନି ହେବାର ଆଶଙ୍କା ଥାଏ । ଏହା ସହ ତେଜୋରୀ ପାଖରେ କଳା କପଡା ରଖିବା କଥା ନୁହେଁ । ତେଜୋରୀରେ ଟଙ୍କାକୁ କେବେ ବି କଳା କପଡାରେ ଗୁଡାଇ ରଖିବେ ନାହିଁ । ଏଥିରେ ମା’ ଲକ୍ଷ୍ମୀ ରାଗିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.